ଆସନ୍ତାକାଲିଠୁ ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ : ୫ରେ ବଜେଟ୍, ୪ରେ ଅର୍ଥନୈତିକ ସର୍ଭେ ରିପୋର୍ଟ

Published By : Prameya-News7 Bureau | June 16, 2019 IST

ନୂଆଦିଲ୍ଲୀ ୧୬|୬: ଆସନ୍ତାକାଲିଠାରୁ ଆରମ୍ଭ ହେବ ପାର୍ଲାମେଣ୍ଟର ବଜେଟ୍ ଅଧିବେଶନ। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ବଦଳୀୟ ବୈଠକ ଡାକିଥିଲେ। ପାର୍ଲାମେଣ୍ଟରେ ଆସିବାକୁ ଥିବା ନୂଆ ବିଲ୍‌କୁ ନେଇ ବିରୋଧୀଙ୍କ ସହଯୋଗ ଉପରେ ସରକାର ନଜର ରଖିଥିବା ବେଳେ ବିରୋଧୀ ମଧ୍ୟ ରଣନୀତି ପ୍ରସ୍ତୁତ କରିଛନ୍ତି।

{"id":123705}

ଦ୍ବିତୀୟ ଥର କ୍ଷମତାକୁ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ବରେ ପ୍ରଥମ ସର୍ବଦଳୀୟ ବୈଠକ।  ସପ୍ତଦଶ ଲୋକସଭାର ପ୍ରଥମ ବଜେଟ୍ ଅଧିବେଶନ ପୂର୍ବରୁ ପ୍ରଥମ ବୈଠକ । ଯୋଗ ଦେଇଛନ୍ତି ସମସ୍ତ ଦଳର ଲୋକସଭା ଓ ରାଜ୍ୟସଭା ନେତା । ପାର୍ଲାମେଣ୍ଟର ଅଧିବେଶନ ଶାନ୍ତି ଶୃଙ୍ଖଳାରେ ଚାଲିବା ନେଇ ବୈଠକ ପରେ ଟ୍ବିଟ୍ କରି ଆଶା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ । ଲୋକସଭାରେ ସରକାରଙ୍କ ୫୪୫ରୁ ୩୫୩ ସଦସ୍ୟଙ୍କ ସମର୍ଥନ ଥିବା ବେଳେ ରାଜ୍ୟସଭାରେ ୨୪୫ରୁ ୧୦୨ ସଦସ୍ୟଙ୍କ ସମର୍ଥନ ରହିଛି। ତେଣୁ ରାଜ୍ୟସଭାରେ ବିଲ୍‌ ପାସ୍‌ କରାଇବା ପାଇଁ ବିରୋଧୀଙ୍କ ସହଯୋଗକୁ ଅନାଇ ରହିଛନ୍ତି ସରକାର।

{"id":123706}

ସେପଟେ ନିର୍ବାଚନରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ବିରୋଧୀ ଏବେବି ସଙ୍ଗଠିତ ହୋଇପାରିନାହାନ୍ତି। ମିଳିତ ବିରୋଧୀ ଦଳ ବୈଠକ ବସିନାହିଁ। ଏଥର ବି କଂଗ୍ରେସ ବିରୋଧୀ ଦଳ ନେତା ମର୍ଯ୍ୟାଦା ହରାଇଛି। ଲୋକସଭାରେ ମାତ୍ର ୫୨ଟି ଆସନ ହାତେଇଥିବା କଂଗ୍ରେସ ଏପର୍ଯ୍ୟନ୍ତ ଲୋକସଭାରେ ଦଳର ନେତା କିଏ ହେବ ତାହା ଘୋଷଣା କରିନାହିଁ।

{"id":123708}

ତେବେ ନିକଟରେ ପଶ୍ଚିମବଙ୍ଗରେ ଘଟିଯାଇଥିବା ଘଟଣାକ୍ରମକୁ ଦେଖିଲେ ଟିଏମସି ଯେ ତାର ୨୨ ସଦସ୍ୟଙ୍କୁ ନେଇ କିଛି ପ୍ରଭାବ ଦେଖାଇବା ଲକ୍ଷ୍ୟରେ ରହିଛି। ସେହିପରି ବେକାରୀ ସମସ୍ୟା ଓ ଜାମ୍ମୁ କାଶ୍ମୀରକୁ ମୁଖ୍ୟ ପ୍ରସଙ୍ଗ କରିପାରେ କଂଗ୍ରେସ।  ବୈଠକରେ କଂଗ୍ରେସର ଗୁଲାମନବୀ ଆଜାଦ,  ଟିଏମସିର ଡେରେକେ ଓବ୍ରାଏନ ବିଜେଡିର ପିନାକୀ ମିଶ୍ର ଏବଂ ପ୍ରସନ୍ନ ଆଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ଥିଲେ।

{"id":123710}

ବଜେଟ ଅଧିବେଶନ ହୋଇଥିବାରୁ ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନକୁ ରାଷ୍ଟ୍ରପତି ସମ୍ବୋଧନ କରିବେ। ଜୁଲାଇ ୪ରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଓ ୫ ତାରିଖରେ ବଜେଟ୍ ଉପସ୍ଥାପନ କରାଯିବ। ଏହି ଅଧିବେଶନରେ ୪୦ ଦିନରେ ଲୋକସଭାର ୩୦ଟି ସିଟିଂ ରହିବ ରାଜ୍ୟସଭାର ୩୭ ଦିନରେ ୨୭ ସିଟିଂ ରହିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.