Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟି-୨୦ ବିଶ୍ବକପର ଧମାକାଦାର ଆରମ୍ଭ : PNGକୁ ୧୦ ଓ୍ବିକେଟରେ ହରାଇଲା ଓମାନ, କମାଲକଲେ ଭାରତୀୟ ବଂଶୋଦ୍ଭବ ଜତୀନ୍ଦର ସିଂହ
  • ||
  • ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସହଯୋଗୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ, ଜବତ ହେଲା ୨୦ ଲକ୍ଷ
  • ||
  • ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀଙ୍କ ଉତପାତ୍‌ ଜାରି, ୨ ଅଣ-କାଶ୍ମୀରୀଙ୍କୁ ନିର୍ମମ ହତ୍ୟା
  • ||
  • ବିସିସିଆଇ ନୂତନ କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ ପାଇଁ ମଗାଇଲା ଆବେଦନ, ଏମିତି ରହିଛି ସର୍ତ୍ତ
  • ||
  • ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ହେବ ବଜ୍ରପାତ, ୧୭ ଜିଲ୍ଲାକୁ ସତର୍କ ସୂଚନା
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||

ଆଜିଠୁ ସଂସଦର ବଜେଟ୍ ଅଧିବେଶନ : ଗୃହରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଦାଖଲ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

31/01/2020 at 8:15 AM

ନୂଆଦିଲ୍ଲୀ ୩୧।୧: ଆଜିଠୁ ଆରମ୍ଭ ହେବ ବଜେଟ୍ ଅଧିବେଶନ । ଏହା ମୋଦି ସରକାରଙ୍କ ଦ୍ଵିତୀୟ ପାଳିର ଦ୍ବିତୀୟ ବଜେଟ୍ ଅଧିବେଶନ । ଦେଶରେ ଏବେ ଆର୍ଥିକ ମାନ୍ଦାବସ୍ଥା  ଜାରି ରହିଥିବାରୁ  ଏହି ଅଧିବେଶନ ବେଶ୍ ଗୁରୁତ୍ବ ବହନ କରୁଛି । ଆୟକର ଛାଡ଼ ସୀମା ବୃଦ୍ଧି, ଜିଏସଟି ସ୍ଲାବରେ ପରିବର୍ତ୍ତନ ଉପରେ ବି ସାରା ଦେଶର ନଜର ରହିଛି । ପ୍ରଥମେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅଧିବେଶନ ଆରମ୍ଭରେ ଉଭୟ ଗୃହକୁ ସମ୍ବୋଧନ କରିବେ । ଏହାପରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନା କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଆସନ୍ତାକାଲି ବଜେଟ୍ ଉପସ୍ଥାପନ ହେବ ।

ଇନ୍ଦିରା ଗାନ୍ଧିଙ୍କ ପରେ ବଜେଟ୍ ଉପସ୍ଥାପନା କରିବାରେ ସେ ହେବେ ଦେଶର ଦ୍ବିତୀୟ ମହିଳା ଅର୍ଥମନ୍ତ୍ରୀ । ସେହିପରି ମୋଦିଙ୍କ କ୍ୟାବିନେଟ୍ ରେ ପ୍ରଥମ ମହିଳା ଅର୍ଥମନ୍ତ୍ରୀ ଭାବେ ନିର୍ମଳା ଅନ୍ତରୀଣ ବଜେଟ୍ ଆଗତ କରି ସାରିଥିବାବେଳେ ଆସନ୍ତାକାଲି ପ୍ରଥମ ପୂର୍ଣ୍ଣ ବଜେଟ୍ ଉପସ୍ଥାପନ କରିବେ ।

ତେବେ ଏପ୍ରିଲ ୩ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ । ଅଧିବେଶନର ପ୍ରଥମ ପର୍ଯ୍ୟାୟ ଫେବୃଆରୀ ୧୧ ତାରିଖ ଯାଏଁ ଚାଲିବ ଏବଂ ଦ୍ବିତୀୟ ପର୍ଯ୍ୟାୟ ମାର୍ଚ୍ଚ ୨ରୁ ଏପ୍ରିଲ ୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ତେବେ ଏହା ପୂର୍ବରୁ କିଭଳି ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିପାରିବ ସେନେଇ ସମସ୍ତ  ସଂସଦୀୟ  ଦଳର ନେତାଙ୍କ ସହ ବୈଠକ ଆଲୋଚନା କରିଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା ।

   Related Posts