Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ରାଣୀ ମହୁମାଛିକୁ ଉଠାଇ ନେଲା ପୁଲିସ୍: ନିରୀହ ଯୁବତୀଙ୍କୁ ଶିଖାଇ ବୁଝାଇ ଲଗାଉଥିଲା ଦେହ ବ୍ୟବସାୟରେ

26/08/2020 at 8:25 PM

ଯାଜପୁର୨୬/୮: ଏବେ ପୁଲିସ୍ କବଜାରେ ସେକ୍ସ ରାକେଟରେ ମାଷ୍ଟର ମାଇଣ୍ଡ ତଥା ରାଣୀ ମହୁମାଛି। ବିୟୁଟି ପାର୍ଲର ମାଲିକାଣୀ ତଥା ସେକ୍ସ ରାକେଟର ମୁଖ୍ୟ ପରିଚାଳିକା ଜଣେ ନାବାଳିକାଙ୍କୁ କାମ ଦେବା ଆଳରେ ତାଙ୍କୁ ଦେହ ବ୍ୟବସାୟ କାରବାରରେ ଲଗାଇଥିଲା। ଏହି ଘଟଣାରେ ଯାଜପୁର ରୋଡ୍ ପୁଲିସ୍‌ ସଂପୃକ୍ତ ମହିଳାଙ୍କୁ ଘରୁ ଉଠାଇ ନେଇଛି। ମିଳିଥିବା ସୂଚନା ଅନୁସାରେ ଗଞ୍ଜାମ ଜିଲ୍ଳା ପୋଲସରା ଅଞ୍ଚଳର ଜଣେ ନାବାଳିକା ନିଜର ନବଜାତ ଶିଶୁକନ୍ୟାକୁ ଧରି ଯାଜପୁର ରୋଡରେ ପହଁଞ୍ଚିଥିଲେ।

ଏହାର ମୌକା ଦେଖି ସଂପୃକ୍ତ ମହିଳା ତାଙ୍କୁ ଶିଖାଇ ବୁଝାଇ ଦେହ ବ୍ୟବସାୟରେ ଲଗାଉଥିଲେ। କେବଳ ଏହି ନାବାଳିକାଙ୍କୁ ନୁହେଁ ଅନ୍ୟ ଯୁବତୀମାନେ ମଧ୍ୟ ପାର୍ଲର ମାଲିକିଣୀ କବଜାରେ ରହିଥିବା ଜଣାପଡିଛି। ଯୁବତୀମାନଙ୍କୁ ଚାକିରି କରାଇ ଦେବା ବାହାନାରେ ସେମାନଙ୍କ ସରଳତାର ସୁଯୋଗ ନେଇ ଦେହ ବ୍ୟବସାୟରେ ଲଗାଯାଉଥିବା ସୂଚନା ମିଳିଛି। ଯାଜପୁର ରୋଡ ଭଳି ଶିଳ୍ପାଞ୍ଚଳରେ ଏଭଳି ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ନିନ୍ଦା କରାଯାଇଛି। ସ୍ଥାନୀୟ ଅଞ୍ଚଳରେ ଏଭଳି ଘଟଣା ସାମ୍ନାକୁ ଆସିବା ପରେ ଯାଜପୁର ରୋଡ ପୁଲିସ୍ ଏବଂ ଏସ୍‌ଡିପିଓ ଛାନ୍‌ଭିନ୍ ଆରମ୍ଭ କରିଛି। ଯାଜପୁର ରୋଡ ପୁଲିସ୍ ପୀଡିତାଙ୍କ ବୟାନ ରେକର୍ଡ କରି ତଦନ୍ତ ଆରମ୍ଭ କରିଛି।

   Related Posts