ମାର୍କେଟରେ ପାର୍ଲେଜୀ ଗୁଜବ: ପୁଅମାନଙ୍କୁ ଖାଇବାକୁ ଦିଅ ବିସ୍କୁଟ୍, ନଚେତ୍ ଭୋଗିବ, କିଣିବାକୁ ଲାଗିଲା ଦୋକାନରେ ଭିଡ

Published By : Prameya-News7 Bureau | October 01, 2021 IST

ବିହାର୧୦/୦୯: ବିହାରରେ ମାର୍କେଟରେ ପାଲେର୍ଜୀ ଆତଙ୍କ । ପୁଅମାନଙ୍କୁ ଖାଇବାକୁ ଦିଅ ପାର୍ଲେଜି ବିସ୍କୁଟ, ନଚେତ୍ ଭୋଗିବାକୁ ପଡିବ ପରିଣାମ । ଏହି ଗୁଜବ ଚାରିଆଡେ ପ୍ରସାରିତ ହେବା ପରେ ଦୋକନ ଆଗରେ ଲାଗିଥିଲା ନାହିଁ ନଥିବା ଭିଡ । ବିହାରର ସୀତାମଢି ଜିଲ୍ଲାରେ ଦେଖିବାକୁ ମିଳିଥିଲା ଏଭଳି ପରିସ୍ଥିତି । ଡିଜିଟାଲ ଯୁଗରେ ଲୋକେ ଏବେବି ଅନ୍ଧିବିଶ୍ୱାସ ଓ ଅବିଶ୍ୱସର ଶିକାର ହେଉଛନ୍ତି ।

ତାକୁ ନେଇ ଉଠିଛି ଅନେକ ପ୍ରଶ୍ନ । ଗୁରୁବାର ପୁଅ ଜିଉନ୍ତିଆ ଓଷା ଥିଲା । ଏହି ଅବସରରେ ରାଜ୍ୟର ମହିଳାମାନେ ସନ୍ତାନସନ୍ତତିଙ୍କ ପାଇଁ ପୂଜା କରିଥିଲେ । ତେବେ ଏହାରି ଭିତରେ ଶୁଣିବାକୁ ମିଳିଥିଲା ଗୁଜବ । କୁହାଯାଇଥିଲା କି ଘରେ ଯେତେ ପୁଅ ଅଛନ୍ତି ସେମାନଙ୍କୁ ପାର୍ଲେ-ଜି ବିସ୍କୁଟ ଖାଇବାକୁ ଦିଅ । ନହେଲେ ଭୀଷଣ ପରିସ୍ଥିତି ସୃଷ୍ଟି ହେବ । ଏ ଗୁଜବ କେଉଁଠୁ ସୃଷ୍ଟି ହେଲା କିଏ ସୃଷ୍ଟି କଲା ସେକଥା ଜଣାନାହିଁ ।

ହେଲେ ଚାହୁଁ ଚାହୁଁ ଏହି ଗୁଜବ ଚାରିଆଡେ ବିଜୁଳି ଭଳି ଖେଳିଗଲା । ଆଉ ଗ୍ରୋସରି ଦୋକାନ ଗୁଡିକ ଆଗରେ ଲାଗଥିଲା ଲୋକଙ୍କ ଭିଡ । ପରିସ୍ଥିତି ଏପରି ହୋଇଥିଲା ଯେ, ବାଡିଆପିଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ସମସ୍ତଙ୍କ ମୁହଁରେ ଥିଲା ଗୋଟିଏ କଥା ଆମକୁ ପାର୍ଲେ-ଜି ବିସ୍କୁଟ ଦିଅ । ମାତ୍ର କିଛି ମିନିଟ ବ୍ୟୂଧାନରେ ଖାଲି ହୋଇଯାଇଥିଲା ଦୋକାନ । କେବେଳ ସେତିକି ନୁହେଁ ଧସ୍ତାଧସ୍ତି ପରି ପରିସ୍ଥିତି ମଧ୍ୟ ଦେଖାଯାଇଥିଲା ।

ସୂଚନା ଥାଉକି, ପ୍ରଭାବ ଏତେ ଭୟଙ୍କର ଥିଲା ଯେ, କିଛି ମାତ୍ର ମିନିଟରେ ସେଠାରେ ଥିବା ସବୁ ଦୋକାନରୁ ପାର୍ଲେ-ଜି ବିସ୍କୁଟ ଶେଷ ହୋଇଯାଇଥିଲା । ସୀତାମଢି ଜିଲ୍ଲାର ବୈରଙ୍ଗନିୟା, ଢେଙ୍ଗ, ନାନପୁର, ଡୁମରା, ବାଜପଟ୍ଟି, ମେଜରଗଙ୍ଗ ସମେତ ଅନ୍ୟ କିଛି ଇଲାକାରେ ଏହାର ଭାରି ପ୍ରଭାବ ଦେଖିବାକୁ ମିଳିଥିଲା । ବିସ୍କୁଟ କିଣିବାକୁ ଲୋକଙ୍କ ଭିତରେ ମାରପିଟ ଯାଏଁ କଥା ଯାଇଥିଲେ ବି ବ୍ୟବସାୟୀ କିନ୍ତୁ ମାଲାମାଲ ହୋଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.