Parle-Gର ବଡ଼ ନିଷ୍ପତ୍ତି: ହ୍ରାସ କରିବ ମିଡିଆ ଆଡଭର୍ଟାଇଜ୍ ବାବଦ ଖର୍ଚ୍ଚ

Published By : Prameya-News7 Bureau | October 12, 2020 IST

ମୁମ୍ବାଇ ୧୨।୧୦:  ଟିଆରପି ସ୍କାମ ସାମ୍ନାକୁ ଆସିବା ପରେ ବିସ୍କୁଟ ପ୍ରସ୍ତୁତ କର୍ତ୍ତା କମ୍ପାନୀ ପାର୍ଲେ-ଜି ବଡ ନିଷ୍ପତ୍ତି ନେଇଛନ୍ତି। କିଛି ଟେଲିଭିଜନ ଚାନେଲ ଲାଗି କମ୍ପାନୀ ମିଡିଆ ଆଡଭର୍ଟାଇଜ୍ ଖର୍ଚ୍ଚ ହ୍ରାସ କରିବେ ବୋଲି ଘୋଷଣା କରିଛନ୍ତି। ପାର୍ଲେର ଏହି ନିଷ୍ପତ୍ତି ଜଣାପଡିବା ପରେ ସୋସିଆଲ ମିଡିଆରେ ଏହାକୁ ଏବେ ଉଚ୍ଚ ପ୍ରଶଂସା କରାଯାଉଛି।

wp:html /wp:html

ଟେଲିଭିଜନ ରେଟିଂ ପଏଣ୍ଟ ଅନିୟମିତତା ଜଣାପଡିବା ପରେ ଏବେ ଅନେକ କମ୍ପାନୀ ଏଭଳି ସଂସ୍ଥାଙ୍କୁ ଆଉ ବିଜ୍ଞାପନ ନଦେବାକୁ ମନସ୍ଥ କରିଛନ୍ତି। ଏଥିରେ ସେମାନେ ଘୃଣା ଭାବ ଉଦ୍ରେକ କରୁଥିବା ଓ ବିଦ୍ୱେଷପୂର୍ଣ୍ଣ କଣ୍ଟେଣ୍ଟ ପ୍ରସାରଣ କରୁଥିବା ଟେଲିଭିଜନ ସଂସ୍ଥାଙ୍କୁ ସେମାନଙ୍କ ବିଜ୍ଞାପନ ନୀତି ନୂଆ କରି ନିର୍ଦ୍ଧାରଣ କରିବେ।  ବଜାଜ ଅଟୋ ମାଲିକ ରାଜୀବ ବଜାଜ ଏପରି ଚାନେଲଙ୍କୁ ବ୍ଲାକଲିଷ୍ଟ କରିବାକୁ ବିଚାର କରୁଥିବା କହିଥିବା ବେଳେ ପାର୍ଲେ ଖର୍ଚ୍ଚ କାଟ୍ ଚିନ୍ତା କରିଛନ୍ତି।

wp:html /wp:html

ଏଥିରେ ସଂସ୍ଥାମାନେ ନ୍ୟୁଜ୍ ଚାନେଲରେ ବିଜ୍ଞାପନ ହ୍ରାସ ଲାଗି ବିଚାର କରୁଥିବା ଜଣାପଡିଛି। ଏନେଇ ଆଡଭର୍ଟାଇଜରଙ୍କ ସହ ଏବେ ଆଲୋଚନା କରାଯାଉଥିବା ପାର୍ଲେ-ଜି ମୁଖ୍ୟ କୃଷ୍ଣ ରାଓ ବୁଦ୍ଧ କହିଛନ୍ତି। ତେବେ ପାର୍ଲେଙ୍କ ନିଷ୍ପତ୍ତି ଜଣାପଡିବା ପରେ ସୋସିଆଲ ମିଡିଆରେ ଏ ନେଇ ଜୋରଦାର ଚର୍ଚ୍ଚା ହେଉଛି। ଏଭଳି ପଦକ୍ଷେପ ଲାଗି ଲୋକେ ପାର୍ଲେ ଓ ବଜାଜଙ୍କୁ ଧନ୍ୟବାଦ ମଧ୍ୟ ଦେଉଛନ୍ତି। ଏବେ ଅନ୍ୟ ସଂସ୍ଥାମାନେ ମଧ୍ୟ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରିଥିବା ବେଳେ ଭାରତରେ ବୈଦୁତିକ ଗଣମାଧ୍ୟମ ବିଜ୍ଞାପନ ବଜାରରେ ଝଡ଼ର ଆଶଙ୍କା ଦେଖାଦେଇଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.