Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଲକ୍‌ଡାଉନ୍‌ରେ ଏମିତି ବିକ୍ରି ହେଲା ପାର୍ଲେ-ଜି ବିସ୍କୁଟ, ଭାଙ୍ଗିଲା ୮୨ ବର୍ଷର ରେକର୍ଡ

9/06/2020 at 2:58 PM

ମୁମ୍ବାଇ ୦୯।୦୬: କରୋନା ଭାଇରସ୍‌ ଲକ୍‌ଡାଉନ୍‌ କାରଣରୁ ଦେଶର ଅର୍ଥନୀତି ବିପର୍ଯ୍ୟସ୍ତ ହୋଇ ପଡିଛି। ସବୁ କ୍ଷେତ୍ର ସହିତ ବଡ ବଡ ଉଦ୍ୟୋଗ ଧରାଶାୟୀ  ହୋଇ ପଡିଛି। ହେଲେ ଏମିତି ଜଟିଳ ପରିସ୍ଥିତିରେ ପାର୍ଲେ ଜି ବିସ୍କୁଟ ଏତେ ବିକ୍ରି ହୋଇଛି ଯେ, ଏହା କାରବାରରେ ଗତ ୮୨ ବର୍ଷର  ରେକର୍ଡ ଭାଙ୍ଗି ଦେଇଛି। ମାତ୍ର ୫ ଟଙ୍କାରେ ବିକ୍ରି ହେଉଥିବା ପାର୍ଲେ- ଜି ବିସ୍କୁଟର ପ୍ୟାକେଟ୍‌ ଶତାଧିକ ବାଟ ଚାଲି ନିଜ ଘରକୁ ବାହୁଡୁଥିବା ପ୍ରବାସୀ ଶ୍ରମିକଙ୍କ ଲାଗି ବରଦାନ ପାଲଟିଛି। କିଏ ନିଜେ କିଣି ଖାଇଲେ ତ ଆଉ କିଏ ସାହାଯ୍ୟ ଉଦ୍ଦେଶ୍ୟ ବିସ୍କୁଟ ବାଣ୍ଟିଲେ। ବହୁତ ଲୋକ ତ ନିଜ ଘରେ ପାର୍ଲ-ଜି ବିସ୍କୁଟ ଜମା କରି ରଖିଲେ।

ବିକ୍ରିରେ ୮୨ ବର୍ଷର ରେକର୍ଡ ଭାଙ୍ଗିଲା

ପାର୍ଲେ-ଜି ୧୯୩୮ରୁ ଲୋକଙ୍କ ମଧ୍ୟରେ ପ୍ରିୟର ବ୍ରାଣ୍ଡ ଭାବେ ପରିଚିତ ହୋଇଥିଲା। ଲକ୍‌ଡାଉନ୍‌ ସମୟରେ ଏହା ନିଜ ଇତିହାସରେ ସବୁଠୁ ଅଧିକ ବିକ୍ରିର ରେକର୍ଡ ସୃଷ୍ଟି କରିଛି। ମାତ୍ର ପାର୍ଲେ କମ୍ପାନୀ ବିକ୍ରି ସଂଖ୍ୟା କହିନଥିଲେ ବି କେବଳ ଏତିକି କହିଛି ଯେ ମାର୍ଚ୍ଚ, ଏପ୍ରିଲ ଓ ମେ ମାସ ଗତ ୮ ଦଶନ୍ଧିର ସବୁଠୁ ଭଲ ମାସ ରହିଛି।

ପାର୍ଲେ ଜି ପ୍ରଡକ୍ଟର କାଟାଗୋରୀ ମୁଖ୍ୟ ମୟଙ୍କ ଶାହା କହିଛନ୍ତି, କମ୍ପାନୀର ମୋଟ୍‌ ମାର୍କେଟ୍ ସେୟାର ୫ ପ୍ରତିଶତ ବୃଦ୍ଧି ଘଟିଛି ଓ ଏଥିରୁ ୮୦-୯୦ ପ୍ରତିଶତ ବୃଦ୍ଧି ପାର୍ଲେ-ଜି ବିସ୍କୁଟ ବିକ୍ରିରେ  ହୋଇଛି।

କମ୍ପାନୀକୁ ହେଲା ଫାଇଦା

ଲକ୍‌ଡାଉନ୍‌ର କିଛି ସମୟ ପୂର୍ବରୁ ପାର୍ଲେ ପରି ଅନେକ ବିସ୍କୁଟ କମ୍ପାନୀ ଉତ୍ପାଦ ଆରମ୍ଭ କରି ଦେଇଥିଲେ। ଏଥି ମଧ୍ୟରୁ କିଛି କମ୍ପାନୀ ତ ନିଜ କର୍ମଚାରୀଙ୍କ ଯିବା ଆସିବା ଲାଗି ବ୍ୟବସ୍ଥା କରି ଦେଇଥିଲେ, ଯଦ୍ଵାରା କର୍ମଚାରୀ ସୁରକ୍ଷିତ ଏବଂ ସହଜରେ କାମ କରିବାକୁ ଆସି ପାରିବେ। କମ୍ପାନୀ ବିକ୍ରି କରିବାକୁ ଯେତିକି ଲକ୍ଷ୍ୟ ରଖିଥିଲା ତାଠୁ ଢେର ଅଧିକ କାରବାର କରିଛି।

କେବଳ ପାର୍ଲେ-ଜି ହିଁ ନୁହେଁ ଗତ ତିନି ମାସରେ ଲକ୍‌ଡାଉନ୍‌ ସମୟରେ ବାକି କମ୍ପାନୀର ବିସ୍କୁଟ ମଧ୍ୟ ଖୁବ୍ ବିକ୍ରି ହୋଇଛି। ବିଶେଷଜ୍ଞଙ୍କ ଅନୁଯାୟୀ ବ୍ରିଟାନିଆର ଗୁଡ୍‌ ଡେ, ଟାଇଗର, ମିଲ୍କ ବିକିସ୍, ବାର୍ବନ ଓ ମେରି ବିସ୍କୁଟ ବ୍ୟତୀତ ପାର୍ଲେର କ୍ରାକଜାକ୍, ମୋନେକୋ, ହାଇଡ୍ ଆଣ୍ଡ ସିକେ ପରି ବିସ୍କୁଟ ମଧ୍ୟ ଖୁବ୍  ବିକ୍ରି ହୋଇଛି।

ଲକ୍‌ଡାଉନ୍‌ରେ ଲୋକଙ୍କ ଏକ ମାତ୍ର ଖାଦ୍ୟ ଥିଲା ପାର୍ଲେ ଜି

ପାର୍ଲେ ପ୍ରଡକ୍ଟ ନିଜର ସବୁଠୁ ଅଧିକ ବିକ୍ରି ଲାଗି ପାର୍ଲେ-ଜି ଉପରେ ଧ୍ୟାନ କେନ୍ଦ୍ରିତ କରିଥିଲା। କାରଣ ଗ୍ରାହକଙ୍କ ମଧ୍ୟରେ ଏହାର ଚାହିଦା ବହୁତ ବଢିଥିଲା। କମ୍ପାନୀ ନିଜର ଯୋଗାଣ ଚ୍ୟାନେଲକୁ ମଧ୍ୟ ଗୋଟିଏ ସପ୍ତାହ ଭିତରେ ରିସେଟ୍ କରି ଦେଇଥିଲା। ଯଦ୍ଵାରା ରିଟେଲରଙ୍କ ପାଖରେ ବିସ୍କୁଟର କୌଣସି ଅଭାବ ନରହେ।

   Related Posts