IBM ସହ ହାତ ମିଳାଇଲେ ଲୋକପ୍ରିୟ ବିସ୍କୁଟ ବ୍ରାଣ୍ଡ ପାର୍ଲେ-G, କମ୍ପାନୀଙ୍କ ଲାଗି ବଜାର ବଢାଇବା ହେବ ଅଧିକ ସହଜ

Published By : Prameya-News7 Bureau | April 22, 2021 IST

ନୂଆଦିଲ୍ଲୀ ୨୨।୪:  ଦେଶର ସର୍ବ ବୃହତ୍ତ ବିସ୍କୁଟ ବ୍ରାଣ୍ଡ ‘ପାର୍ଲେ ପ୍ରଡକ୍ଟସ୍‌’ ଓ ଆଇଟି କ୍ଷେତ୍ରର ପ୍ରତିଷ୍ଠିତ କମ୍ପାନୀ ଆଇବିଏମ ଗୁରୁବାର ସେମାନଙ୍କ ଭାଗିଦାରୀ ଘୋଷଣା କରିଛନ୍ତି। ଘୋଷଣା ଅନୁସାରେ ଆଇବିଏମ୍‌ ବିସ୍କୁଟ ନିର୍ମାତା ପାର୍ଲେଙ୍କୁ ତାଙ୍କ ଉତ୍ପାଦିତ ସାମଗ୍ରୀ ବଜାର  ପହଞ୍ଚାଇବାରେ ପ୍ରାଦ୍ୟୋଗିକୀର ସହାୟତା କରିବେ। ଉଭୟ କମ୍ପାନୀ ଏକ ମିଳିତ ବିବୃତ୍ତିରେ ଏହି ସୂଚନା ଦେଇଛନ୍ତି।

{"id":442457,"sizeSlug":"large","linkDestination":"none"}

ବିବୃତ୍ତି ଅନୁସାରେ ପାର୍ଲେ ପ୍ରଡକ୍ଟସ୍‌ ଅଗ୍ରଣୀ ସୁରକ୍ଷା ଏବଂ ଉଦ୍ୟୋଗ ବିଶେଷଜ୍ଞତା ସହିତ ଆଇବିଏମଙ୍କ ଟ୍ରାନ୍ସଫର୍ମେଟିଭ ହାଇବ୍ରିଡ କ୍ଲାଉଡ୍ ଓ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସୀ(ଏଆଇ) କ୍ଷମତାର ଲାଭ ନେଇପାରିବେ। ଏହାଛଡା ପାର୍ଲେଙ୍କୁ ଆଇଟି କ୍ଷେତ୍ରର ଏହି କମ୍ପାନୀଙ୍କ ବ୍ୟବସାୟିକ ପରାମର୍ଶ ଓ ଆଇଟି ସର୍ଭିସ୍‌ ଲାଭ ମଧ୍ୟ ମିଳିବ। ଏଥିରେ ପାର୍ଲେ ତାଙ୍କର ସର୍ବାଧିକ ବିକ୍ରି ହେଉଥିବା ଉତ୍ପାଦ ପାର୍ଲେ-ଜି ବିସ୍କୁଟକୁ ଉପଯୁକ୍ତ ସମୟରେ ଉପଯୁକ୍ତ ସ୍ଥାନରେ ପହଞ୍ଚାଇବାରେ ଅଧିକ ସକ୍ଷମ ହେବେ।

{"id":442456,"sizeSlug":"large","linkDestination":"none"}

ପାର୍ଲେ ପ୍ରଡକ୍ଟସ୍‌ଙ୍କ କାର୍ଯ୍ୟକାରୀ ନିର୍ଦ୍ଦେଶକ ଅଜୟ ଚୌହାନ୍‌ ଏକ ବୟାନରେ ଉପଭୋକ୍ତାଙ୍କ ଚାହିଦା ପୂରଣ କରିବା ଆମର ପ୍ରାଥମିକତା ବୋଲି କହିଛନ୍ତି। ସେହିପରି ଆମେ ଦେଶର ସର୍ବ ବୃହତ୍ତ ବିସ୍କୁଟ ବ୍ରାଣ୍ଡର କାରବାର କରୁଛୁ, ଏଣୁ ଆମର ସୁରକ୍ଷା ପରିସର ଅଧିକ ମଜଭୁତ କରିବା ସହ ଆମେ ବଜାରରେ ପହଞ୍ଚିବାର ସମୟ ହ୍ରାସ କରିପାରିବୁ ବୋଲି ସେ କହିଛନ୍ତି।

{"id":442454,"width":836,"height":530,"sizeSlug":"large","linkDestination":"none"}

ଦେଶର ୭୦ ପ୍ରତିଶତ ବିସ୍କୁଟ ବଜାର କେବଳ ପାର୍ଲେ ପ୍ରଡକ୍ଟସ୍‌ ହାତରେ ରହିଛି। ପାର୍ଲେ-ଜି ବା ପାର୍ଲେ ଗ୍ଲୁକୋଜ୍‌ ଭାରତର ସବୁଠୁ ଲୋକପ୍ରିୟ ବିସ୍କୁଟ୍‌ ମଧ୍ୟରେ ଅନ୍ୟତମ। ଏଥିରେ ଆଇବିଏମଙ୍କ ସହ ଭାଗିଦାରୀ ଉଭୟ କାରବାର ଓ ଲାଭ ବୃଦ୍ଧିରେ ସହାୟକ ହେବ ବୋଲି ନିର୍ଦ୍ଦେଶକ ଅଜୟ ଚୌହାନ କହିଛନ୍ତି। ପାର୍ଲେ-ଜି ଦେଶର ସବୁଠୁ ପୁରୁଣା ବ୍ରାଣ୍ଡ ଭାବେ ମଧ୍ୟ ଜଣାଶୁଣା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.