ରାଜଧାନୀରେ ଆଜିଠୁ ଖୋଲିଲା ପାର୍କ, ସକାଳ ୭ଟାରୁ ୧୦ଟା ଯାଏ ଖୋଲିବ

Published By : Prameya-News7 Bureau | May 24, 2020 IST

ଭୁବନେଶ୍ୱର ୨୪।୦୫: ଆଜି ଭୁବନେଶ୍ବର ବିଭିନ୍ନ ପାର୍କ ଖୋଲିଛି । ପ୍ରତିଦିନ ସକାଳ ୭ଟାରୁ ଦିନ ୧୦ଟା ମାତ୍ର ୩ ଘଣ୍ଟା ପାଇଁ ପାର୍କ ଖୋଲା ରହିବ ।  ଏନେଇ ବିଏମସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ପାର୍କ ଆସୁଥିବା ପ୍ରତ୍ୟେକଟି ବ୍ୟକ୍ତି ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।

ଏଥି ସହ ପାର୍କରେ କିଭଳି ସାମାଜିକ ଦୂରତା ରହିବ ତା ଉପରେ ଦୃଷ୍ଟି ରଖୁଛନ୍ତି ପାର୍କ କର୍ମଚାରୀ । ତେବେ ପ୍ରଥମ ପର୍ଯ୍ୟାୟରେ ରାଜଧାନୀରେ ଥିବା ଆଇଜି ପାର୍କ, ବିଜୁ ପଟ୍ଟନାୟକ ପାର୍କ, ମଧୁସୁଧନ ପାର୍କ ଭଳି କିଛି ବଡ ବଡ ପାର୍କ ଖୋଲିଛି । ପାର୍କରେ ଲୋକେ ମର୍ଣ୍ଣିଂ ୱାକ, ଏକ୍ସରସାଇଜ୍ କରୁଥିବା ଦେଖିବାକୁ ମିଳିଛି । ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାର ସମସ୍ତ ପାର୍କ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.