Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାସ୍ତା କାର୍ଯ୍ୟର ତଦାରଖ କଲେ ସାଂସଦ ମଞ୍ଜୁଲତା ମଣ୍ଡଳ, ପିଚୁ ଉଠିଯାଉଥିବା ନେଇ ହୋଇଥିଲା ଅଭିଯୋଗ
  • ||
  • ମୁନିଗୁଡା : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ
  • ||
  • ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲା ବିଜେଡି
  • ||
  • କୋରାପୁଟ : ଘାଟିରେ ସିରିଜ୍ ଦୁର୍ଘଟଣା, ତେଲ ଟ୍ୟାଙ୍କରକୁ ପିଟିଲା ଟ୍ରକ୍, ବ୍ରେକ୍ ଫେଲ୍ ହେବାରୁ ଟ୍ରକ୍କୁ ଧକ୍କାଦେଲା ପିକଅପ୍ ଭ୍ୟାନ୍
  • ||
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||
  • ସୋର : ଖେଳୁଥିବା ବେଳେ ୩ବର୍ଷର ଶିଶୁ ଉପରେ ମାଡିଗଲା ଟ୍ରକ୍, ଘଟଣାସ୍ଥଳରେ ମୃତ୍ୟୁ
  • ||

ରାଜଧାନୀରେ କୌଣସି ମଲ୍, ମଲ୍ଟିପ୍ଲେକ୍ସ, ମାର୍କେଟ୍ କମ୍ପ୍ଲେକ୍ସ ଓ ଉଚ୍ଚ ଅଟ୍ଟାଳିକା ଆଦାୟ କରିପାରିବେନାହିଁ ପାର୍କିଂ ଫି’

17/10/2019 at 1:52 PM

ଭୁବନେଶ୍ବର ୧୭|୧୦: ଭୁବନେଶ୍ବରରେ ଥିବା ଉଚ୍ଚ ଅଟ୍ଟାଳିକା ଏବଂ ବଡ ବଡ ମଲ, ମଲ୍ଟିପ୍ଲେକ୍ସ ଭିତରେ ଥିବା ପାର୍କିଂ ସ୍ଥାନରୁ ପାର୍କିଂ ଫି’ ଆଦାୟ କରିବା ଉପରେ ନଗର ଉନ୍ନୟନ ବିଭାଗ କଟକଣା ଜାରି କରିଛି । ଏସପ୍ଲାନେଡ, ଭବାନୀମଲ ଆଦି ରାଜଧାନୀର ବିଭିନ୍ନ ସ୍ଥାନରେ ରହିଥିବା ପାର୍କିଂ ସ୍ପେସ୍‌ରେ ଗାଡି ରଖିବା ଲାଗି ସଂପୃକ୍ତ ମଲ ପକ୍ଷରୁ ପାର୍କିଂ ଫି ଆଦାୟ କରାଯାଉଥିଲା । ଏହାକୁ ନଗର ଉନ୍ନୟନ ବିଭାଗ ବେଆଇନ ଘୋଷଣା କରିଥିବା ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।

ମନ୍ତ୍ରୀ କହିଛନ୍ତି ଯେ, ଏହି ସବୁ ମଲ ସମ୍ମୁଖରେ ଥିବା ପାର୍କିଂ ସ୍ଥାନରୁ ବିଏମସି କିନ୍ତୁ ଫାର୍କିଂ ଫି ଆଦାୟ କରିପାରିବ । ସେହିଭଳି ରାଜଧାନୀର ବିଭିନ୍ନ ସ୍ଥାନରେ ବେଆଇନ ପାର୍କିଂ ହେଉଛି । ସେସବୁ ସ୍ଥାନରୁ ବେଆଇନ ପାର୍କିଂ ଉଚ୍ଛେଦ ସାଙ୍ଗକୁ ପାର୍କିଂ ଫିସ୍‌ ଆଦାୟ ଉପରେ ମଧ୍ୟ କଟକଣା ଲଗାଯିବା ସହ ବିଏମସିର ସ୍ବତନ୍ତ୍ର ସ୍ବାର୍ଡ ଚଢଉ କରିବ । 

ବେଆଇନ ଭାବେ ପାର୍କିଂ ଫି ଆଦାୟ ସମ୍ପର୍କିତ କୌଣସି ଅଭିଯୋଗ ଆସିଲେ ଫି ଆଦାୟକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । 

   Related Posts