ବାରବାଟୀ ମ୍ୟାଚ୍ ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା, ଜାଣନ୍ତୁ କେଉଁଠି ପାର୍କିଂ କରିବେ ଗାଡି

Published By : Prameya-News7 Bureau | December 21, 2019 IST

କଟକ ୨୧।୧୨: କଟକରେ ଏବେ କ୍ରିକେଟ୍ ଫିଭର । ଆସନ୍ତାକାଲି କଟକ ବାରବାଟୀ ହେବାକୁ ଅଛି ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍ ମଧ୍ୟରେ ମୁକାବିଲା । ବାରବାଟୀରେ ଲଢେଇ ଜୋରଦାର ହେବ ବୋଲି ଆଶା କରାଯାଉଛି । ସକାଳେ ଟିମ୍ ଇଣ୍ଡିଆ ପ୍ରାକ୍ଟିସ କରିବା ପରେ ଏବେ ୱେଷ୍ଟଇଣ୍ଡିଜ ଖେଳାଳିମାନେ ବାରବାଟୀ ପ୍ରାକ୍ଟିସ୍ କରିଛନ୍ତି । ତେବେ ଖେଳାଳିଙ୍କ ସୁରକ୍ଷା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ପାଖାପାଖି ୮୦ ପ୍ଲାଟୁନ୍ ଫୋର୍ସ ଖେଳାଳିଙ୍କ ସୁରକ୍ଷା ଓ ଷ୍ଟାଡିୟମ ନିୟନ୍ତ୍ରଣରେ ନିୟୋଜିତ ହେବେ । ବାରବାଟୀ ମ୍ୟାଚ୍ ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା କରାଯାଇଛି ।

୧. ମାତାମଠ ଦେଇ ରିଂରୋଡରେ ଆସୁଥିବା ଗାଡିଗୁଡିକ ତଳ ବାଲିଯାତ୍ରା ପଡିଆରେ ପାର୍କିଂ କରିପାରିବେ ।

୨. ହାଓ୍ବଡା ମୋଟର ଛକ ଓ ମଣିସାହୁ ଛକ ପଟୁ ଆସୁଥିବା ଗାଡିଗୁଡିକ ରିଂ ରୋଡରେ ଯାଇ ତଳ ବାଲିଯାତ୍ରା ପଡିଆରେ ପାର୍କିଂ କରିପାରିବେ ।

୩. ଚହଟା ଛକ ପଟୁ ଆସୁଥିବା ଗାଡିଗୁଡିକ କାର୍ତ୍ତିକେଶ୍ବର ଗଡାରେ ଯାଇ ତଳ ବାଲିଯାତ୍ରା ପଡିଆରେ ପାର୍କିଂ କରିପାରିବେ।

୪. କନିକା ଛକ, ବିଜୁ ପଟ୍ଟନାୟକ ଛକ ଓ ମଧୁସୂଦନ ନଗର ଛକ ପଟୁ ଆସୁଥିବା ଗାଡି ଗୁଡିକ ଆନନ୍ଦ ଭବନ ପଡିଆରେ ପାର୍କି କରିପାରିବେ ।

୫. ଚଣ୍ଡୀ ଛକ ଓ କଳା ବିକାଶ କେନ୍ଦ୍ର ପଟୁ ଆସୁଥିବା ଗାଡିଗୁଡିକ ଦୟାଶ୍ରମ ସାମ୍ନା ପଡିଆରେ ପାର୍କିଂ କରିପାରିବେ ।

୬. OCA ପାର୍କିଂ ପାସ ପାଇଥିବା ବ୍ୟକ୍ତି ମଧୁସୂଦନ ଷ୍ଟାଚ୍ୟୁ କିମ୍ବା ନାରିସେବା ସଦନ ଛକ ଦେଇ ଗେଟ୍ ନଂ – ୧ରେ ଯାଇ OCA ପଡିଆରେ ପାର୍କିଂ କରିବେ ।

୭. ଜାଭିୟର ଗ୍ରାଉଣ୍ଡରେ ପାଇ ପାଇଥିବା ବ୍ୟକ୍ତି ବାମ୍ବୋଡିପୋ ଓ ଚମ୍ପାବନ ରାସ୍ତା ଦେଇ ଗେଟ୍ ନଂ- ୧୪ ରେ ପଡିଆରେ ପାର୍କିଂ କରିବେ ।

୮. ରିଜର୍ଭ ପୋଲିସ ଲାଇନ୍ ଆଡୁ ଆସୁଥିବା ଯାନବାହାନ ଓଡ଼ିଶା ପୋଲିସ ଆସୋସିଏସନ ଛକରୁ ନାରୀ ସେବା ସଦନ ଛକ ଦେଇ ଦୟାଶ୍ରମ ପାଖରେ ଥିବା ଷ୍ଟାଣ୍ଡରେ ପାର୍କିଂ କରିପାରିବେ ।

୯. ବକ୍ସିବଜାର ସମାଜ ଅଫିସ ଛକ ଆଡୁ ଆସୁଥିବା ଯାନବାହାନଗୁଡିକ କଳାବିକାଶ କେନ୍ଦ୍ର ରୋଡରେ ଯାଇ ଦୟାଶ୍ରମ ପାଖରେ ଥିବା ଷ୍ଟାଣ୍ଡରେ ପାର୍କିଂ କରିପାରିବେ ।

୧୦. ବିଜୁ ପଟ୍ଟନାୟକ ଛକ ଆଡୁ ଆସୁଥିବା ଯାନବାହାନଗୁଡିକ ପିଏଚଡି ଛକ ପାଖରୁ ବାମପଟକୁ ଯାଇ ଦୟାଶ୍ରମ ରୋଡରେ ଥିବା ପାର୍କିଂ ସ୍ଥଳରେ ପାର୍କିଂ କରିବେ ।

ଏହି ଅସ୍ଥାୟୀ ପାର୍କିଂ ଯାନବାହନ କଟକଣା ଆସନ୍ତାକାଲି ସକାଳ ୮ଟାରୁ ଖେଳ ସରିବା ପର୍ଯ୍ୟନ୍ତ ବା ଭିଡ ଭାଙ୍ଗିବା ଯାଏଁ ବଳବତ୍ତର ରହିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.