Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦିନକିଆ ସିରିଜ୍
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ଶନି-ରବି ପାର୍କ ବନ୍ଦ, ସଟ୍ ଡାଉନ୍ ପାଇଁ ନୂଆ ବିଜ୍ଞପ୍ତି ଜାରି କଲା ବିଏମ୍‌ସି

3/06/2020 at 1:19 PM

ଭୁବନେଶ୍ବର ୩।୬: ସଟ୍ ଡାଉନ୍ ରେ ବନ୍ଦ ରହିବ ଭୁବନେଶ୍ବରର ପାର୍କ । ଏନେଇ ବିଏମସି ପକ୍ଷରୁ ନୂଆ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ବାକି ୫ ଦିନ ଅର୍ଥାତ୍ ସୋମବାରରୁ ଶୁକ୍ରବାର ଯାଏଁ ପାର୍କ ସକାଳ ୫ଟାରୁ ଦିନ ୧୦ଟା ଯାଏଁ ଖୋଲା ରହିବ ।

ତେବେ ସକାଳ ୫ଟାରୁ ୭ଟା ପର୍ଯ୍ୟନ୍ତ କେବଳ ବୟସ୍କ ଲୋକ ପାର୍କକୁ ଯାଇପାରିବେ । ସେମାନଙ୍କ ବ୍ୟତୀତ ଅନ୍ୟ କାହାକୁ ପାର୍କକୁ ଛଡାଯିବନାହିଁ । ସେହିଭଳି ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ ଅନ୍ୟମାନଙ୍କ ପାଇଁ ପାର୍କ ଖୋଲା ରହିବ । ଏହି ସମୟରେ ବୟସ୍କ ଲୋକମାନେ ପାର୍କ ଯାଇପାରିବେ ନାହିଁ ।

ସୂଚନାଯୋଗ୍ୟ ଯେ, ଲକ୍‌ଡାଉନ୍‌ ୪.୦ ସରିବା ମେ’ ୧ ତାରିଖଠୁ ଆରମ୍ଭ ହୋଇଛି ଅନ୍‌ଲକ୍ ୧.୦ । କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ପରେ ରାଜ୍ୟ ସରକାର ଜୁନ୍‌ ୧ରୁ ୩୦ପର୍ଯ୍ୟନ୍ତ ଅନ୍‌ଲକ୍‌ ୧.୦ର ଗାଇଡଲାଇନ୍ ଜାରି କରିଥିଲେ । ଅନ୍‌ଲକ୍‌ ୧.୦ରେ ୧୧ ଉପକୂଳ ଜିଲ୍ଲାରେ ଶନିବାର ଓ ରବିବାର ଦୁଇ ଦିନିଆ ସଟ୍‌ଡାଉନ୍‌ ପାଳନ କରାଯିବ । ଏହା ସହ ସାମାଜିକ ଓ ଧାର୍ମିକ ସମାବେଶ ଉପରେ କଟକଣା ସହ ରାତ୍ରି କର୍ଫ୍ୟ ଜାରି ରହିବ । ତେବେ ଶିକ୍ଷାନୁଷ୍ଠାନ ଗୁଡିକ ଜୁନ୍ ୩୦ ପରେ ବି ଆହୁରି ଅଧିକ ଦିନ ବନ୍ଦ ରହିବ ବୋଲି ସୂଚନା ପ୍ରଦାନ କରାଯାଇଥିଲା । ଜିମ୍‌, ମଲ୍‌ ଏବଂ ସିନେମା ହଲ୍‌ ବନ୍ଦ ରହିବ ।

   Related Posts