ପାର୍କ ଜଗୁଆଳିଙ୍କ ସନ୍ଦେହଜନକ ମୃତ୍ୟୁ: ହତ୍ୟା ନା ଆତ୍ମହତ୍ୟା ? ପୋଲିସ୍ ଆରମ୍ଭ କଲା ଛାନ୍‌ଭିନ୍

Published By : Prameya-News7 Bureau | November 02, 2020 IST

ଢେଙ୍କାନାଳ୨/୧୧: ଜିଲ୍ଲା କାମାକ୍ଷାନଗର ବିଜ୍ଞାପିତ ପରିଷଦ ଅଞ୍ଚଳରେ ଥିବା ଗୋପବନ୍ଧୁ ପାର୍କ ମଧ୍ୟରୁ ଜଗୁଆଳିଙ୍କ ମୃତଦେହ ଠାବ କରାଯାଇଛି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ସହରରେ ଥିବା ଗୋପବନ୍ଧୁ ପାର୍କର ଜଗୁଆଳିଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ସ୍ଥାନୀୟ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ସେ ଆତ୍ମହତ୍ୟା କରିଛନ୍ତି କି, ତାଙ୍କୁ ହତ୍ୟା କରାଯାଇଛି, ତାହା ବର୍ତ୍ତମାନ ସ୍ପଷ୍ଟ ହୋଇ ନାହିଁ।

ମୃତକ ହେଲେ ବିନୋଦ ସେଠି l ସେ ଗତକାଲି ଠାରୁ ଡ୍ୟୁଟିକୁ ଯାଇ ଆଉ ଘରକୁ ଫେରି ନଥିଲେ। ତେବେ ଆଜି ତାଙ୍କ ମୃତଦେହ ପାର୍କ ଭିତରେ ଥିବା ଏକ ପରିତ୍ୟକ୍ତ ଘର ସମ୍ମୁଖରେ ପଡ଼ିଥିବା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେl ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଶବ ଜବତ କରିଛି। ମୃତ୍ୟୁର ସଠିକ କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ବ୍ୟବଚ୍ଛେଦ ପାଇଁ ପୋଲିସ୍ ମୃତଦେହକୁ ହସ୍ପିଟାଲକୁ ପଠାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.