Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୬୧୭ କରୋନା ସଂକ୍ରମିତ ଚିହ୍ନଟ
  • ||
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||

ଯୋବ୍ରା ମାରିଟାଇମ୍ ମ୍ୟୁଜିୟମ୍ ଆଗରେ ଖୁବ ଶୀଘ୍ର ନିର୍ମାଣ ହେବ ପାର୍କ

14/12/2018 at 3:13 PM

କଟକ୧୪\୧୨: ଯୋବ୍ରା ମାରିଟାଇମ୍‌ ମ୍ୟୁଜିୟମ୍ଆ ଗରେ ଖୁବ୍‌ଶୀଘ୍ର ନିର୍ମାଣ ହେବ ପାର୍କ । ରିଭର୍‌ ଭ୍ୟୁ ପଏଣ୍ଟ ପାଖରେ ଥିବା ଖାଲି ଜାଗାରେ ଅମୃତ ଯୋଜନାରେ ପାର୍କ ନିର୍ମାଣ କରାଯିବ ବୋଲି କହିଛନ୍ତି ସ୍ଥାନୀୟ ବିଧାୟକ । ପାର୍କ ହେଲେ ଏହି ସ୍ଥାନର ଗୁରୁତ୍ବ ଆହୁରି ବଢିଯିବ ବୋଲି କୁହାଯାଇଛି । 

ଯୋବ୍ରା ରିଭର ଭ୍ୟୁ ପଏଣ୍ଟରେ ଦିନକୁ ଦିନଲୋକଙ୍କ ଭିଡ ଜମିବାରେ ଲାଗିଛି । ମାରିଟାଇମ୍‌ ମ୍ୟୁଜିୟମ୍‌ ସାମ୍ନାରେ ଥିବା ଏହି ଜାଗାରେ ଅବସରବିନୋଦନ ପାଇଁ ଦୈନିକ ବହୁ ଲୋକଙ୍କ ସମାଗମ ହେଉଛି । ଏପରିକି ବେଳେ ବେଳେ ଏହି ସ୍ଥାନରେ ଫିଲ୍ମ ମଧ୍ୟ ସୁଟିଂ ହେଉଥିବାର ନଜିର ରହିଛି । 

ସଞ୍ଜ ନଇଁଲେ ଅନେକ କଲେଜ ଛାତ୍ରଛାତ୍ରୀ ମନୋରଞ୍ଜନ ପାଇଁ ଏଠାକୁଆସନ୍ତି । ହେଲେ ଏହା ପାଖରେ ଥିବା ପ୍ରାୟ ୫ ଗୁଣ୍ଠ ଜମି ସେମିତି ପଡି ରହିଛି । ଏହି ପରିତ୍ୟକ୍ତଜାଗାରେ ଖୁବଶୀଘ୍ର  ପାର୍କ ନିର୍ମାଣ କରିବାକୁ ଯୋଜନାହେଉଛି । 

ସିସୋର୍‌ ପଠାରୁ ଆରମ୍ଭ କରି ଯୋବ୍ରା ମାରିଟାଇମ୍‌ ମ୍ୟୁଜିୟମ୍‌ ପର୍ଯ୍ୟନ୍ତ ଖାଲି ପଡିଥିବା ଏହି ଜାଗାରେ ଏକ ପାର୍କ ନିର୍ମାଣ କରିବାକୁ ପ୍ରସ୍ତାବ ରହିଛିବୋଲି ସ୍ଥାନୀୟ ବିଧାୟକ କହିଛନ୍ତି । ଅମୃତ ଯୋଜନାରେ ଏହି ଜାଗାରେ ଲୋକଙ୍କ ପାଇଁ ଖୁବ୍‌ଶୀଘ୍ର ଏକପାର୍କ ନିର୍ମାଣ କରାଯିବ । 

କଟକରେ ରହିଥିବା ଅନେକ ପାର୍କର ରୂପରେଖ ବଦଳାଯାଉଛି। ସ୍ଥାନେ ସ୍ଥାନେ ଜଗିଂ ଟ୍ରାକ୍‌ଠାରୁ ଆରମ୍ଭ କରି ଓପନ୍ ଜିମ୍‌ର ବ୍ୟବସ୍ଥା ବି ରହିଛି । ତେବେଅମୃତ ଯୋଜନାରେ ଯୋବ୍ରା ମାରିଟାଇମ୍‌ ମ୍ୟୁଜିୟମ୍‌ ସାମ୍ନାରେ ପାର୍କ ନିର୍ମାଣ ହେଲେ ଏହି ଜାଗାରବି ଗୁରୁତ୍ବ ବଢିଯିବ । 

   Related Posts