ପରିଶ୍ରମର ପୁରସ୍କାର , ରାଜ୍ୟସଭା ପାଇଁ ୪ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେଡି, ସଂଖ୍ୟା ଗଣିତରେ ଦଳର ପଲ୍ଲା ଭାରି

Published By : Prameya-News7 Bureau | March 07, 2020 IST

ଭୁବନେଶ୍ବର 0୭।୦୩:  ରାଜ୍ୟ ନିର୍ବାଚନ ପାଇଁ ବିଜେଡି ଘୋଷଣା କରିଛି ପ୍ରାର୍ଥୀ । ସୁବାଷ ସିଂ, ମୁନ୍ନା ଖାଁ, ସୁଜିତ କୁମାର ଏବଂ ମମତା ମହାନ୍ତଙ୍କ ନାମ ଘୋଷଣା କରିଛନ୍ତି ଦଳ ସୁପ୍ରିମୋ । ୨୦୧୯ ନିର୍ବାଚନରେ କଠିନ ପରିଶ୍ରମ କରି ଦଳକୁ ପୁନର୍ବାର ଶାସନକୁ ଫେରାଇଥିବାରୁ ଏମାନଙ୍କୁ ଦଳ ରାଜ୍ୟସଭା ଟିକେଟ ଦେଇଛି। ଏପଟେ ଚତୁର୍ଥ ସିଟକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିଜେପି ଓ କଂଗ୍ରେସ ଏକକ ଭାବେ ପ୍ରାର୍ଥୀ ଦେଲେ ବିଜେଡି ପାଇଁ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି । ତଥାପି ରାଜ୍ୟସଭା ନିର୍ବାଚନ ଅଙ୍କ ଫର୍ମୁଲାରେ ବିଜେଡି ୪ରୁ ୪ ସିଟ ହାତେଇବା ଏକ ପ୍ରକାର ନିଶ୍ଚିତ ।

{"id":234617,"sizeSlug":"large"}

ଚର୍ଚ୍ଚାର ଅନ୍ତ ଘଟିଲା। ୪ଟି ରାଜ୍ୟ ସଭା ପାଇଁ ଆସନ ପାଇଁ ବିଜେଡି ପ୍ରାର୍ଥୀଙ୍କ ନାମ ଘୋଷଣା କଲେ ସୁପ୍ରିମୋ ନବୀନ ପଟ୍ଟନାୟକ। ସୁବାଷ ସିଂ, ମୁନା ଖାଁ, ସୁଜିତ କୁମାର ଏବଂ ମମତା ମହାନ୍ତ ବିଜେଡିର ରାଜ୍ୟସଭା ପ୍ରାର୍ଥୀ। ୨୦୧୯ ସାଧରଣ ନିର୍ବାଚନରେ ଏମାନେ ଦଳ ପାଇଁ କଠିନ ପରିଶ୍ରମ କରିଥିଲେ ।  ସେଥିପାଇଁ ନବୀନ ଏମାନଙ୍କୁ ପୁରଷ୍କୃତ କରିଛନ୍ତି। ଦଳ ଭିତରେ ସବୁ ବର୍ଗଙ୍କୁ ସନ୍ତୁଷ୍ଟ କରିବାକୁ ପ୍ରାୟସ  କରିଛନ୍ତି ସୁପ୍ରିମୋ । ମୁଖ୍ୟମନ୍ତ୍ରୀ ଯେଉଁ କ୍ରମରେ ୪ ଜଣଙ୍କ ନାଁ ଘୋଷଣା କରିଛନ୍ତି ସେହି କ୍ରମରେ ଚତୁର୍ଥରେ ମମତା ମହାନ୍ତ ଅଛନ୍ତି।  ତେଣୁ ୪ର୍ଥ ପ୍ରାର୍ଥୀଙ୍କ ପାଇଁ ଦଳକୁ କିଛିଟା କସରତ କରିବାକୁ ପଡିପାରେ ।

{"id":234618,"sizeSlug":"large"}

ସୁବାସ ସିଂ ବିଭିନ୍ନ ଟ୍ରେଡ ୟୁନିୟନ ଆନ୍ଦୋଳନ ସହିତ ଜଡ଼ିତ ରହିବା ପରେ ବିଜେଡିରେ ଯୋଗଦେଇଥିଲେ । ସେ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷ ଥିଲେ। ସେହିପରି ନବରଙ୍ଗପୁର ଫିଲ୍ମ ଷ୍ଟାର ମୁନ୍ନା ଖାଁ ଦୀର୍ଘ ବର୍ଷ ଧରି ବିଜେଡି ରାଜନୀତିରେ ସକ୍ରିୟ ଅଛନ୍ତି । ବିଜେଡି ସଂଖ୍ୟାଲଘୁ ସେଲର ସେ ସଭାପତି ମଧ୍ୟ ଥିଲେ।  

{"id":234620,"sizeSlug":"large"}

ବାର କାଉନସିଲ ସଦସ୍ୟ ଆଇନଜୀବୀ ସୁଜିତ କୁମାର ସ୍ପେସାଲ ଡେଭଲମେଣ୍ଟ କାଉନସିଲର ପରାମର୍ଶଦାତା ଥିଲେ। ଅକ୍ସଫୋର୍ଡ ୟୁନିଭରସିଟିରୁ ଏମ୍‌ବିଏ ଏବଂ ହାଭାର୍ଡ ୟୁନିଭରସିଟିରୁ ପବ୍ଲିକ ଆଡମିନିଷ୍ଟ୍ରେସନରେ ସ୍ନାନକତୋତ୍ତର କରିଥିବା ସୁଜିତ କୁମାର ଅନ୍ତରାଷ୍ଟ୍ରୀୟ ସ୍ତରରେ ମଧ୍ୟ  କାର୍ଯ୍ୟରତ ଥିଲେ। ଏପରିକି କଳାହାଣ୍ଡିରେ ବିଜେଡି ସଙ୍ଗଠନ ସଜାଡିବାରେ ସେ ଖୁବ୍‌ ମେହନତ୍‌ କରିଛନ୍ତି ।

{"id":234621,"sizeSlug":"large"}

ସେହିଭଳି ମମତା ମହାନ୍ତ ମୟୁରଭଞ୍ଜ ଜିଲ୍ଲା ମହିଳା ବିଜେଡିର ସଭାନେତ୍ରୀ ଥିଲେ। ଏଥିସହତି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଆନ୍ଦୋଳନକକୁ ସଫଳ ରୂପ ଦେବାରେ ସେ ଗୁରୁ ଦାୟିତ୍ବ ନିଭାଇଛନ୍ତି ।

{"id":234622,"sizeSlug":"large"}

 ବିଜେଡି ପାଖରେ ୧୧୩ ବିଧାୟକ ଅଛନ୍ତି । ୯୦ ବିଧାୟକ ସାହାଯ୍ୟରେ ୩ଟି ସିଟ ହାତେଇନେବ ଦଳ । ଚତୁର୍ଥ ସିଟ ପାଇଁ ଦରକାର ଆଉ ୭ ଜଣ ବିଧାୟକଙ୍କ ଭୋଟ୍ ।  ସେପଟେ ସେହି ଚତୁର୍ଥ ସିଟ ହାତେଇବା ପାଇଁ ବିଜେପିକୁ ବି ଦରକାର ୭ ବିଧାୟକଙ୍କ ସମର୍ଥନ । 

{"id":234623,"sizeSlug":"large"}

ଏଭଳି ସ୍ଥିତିରେ ଯଦି ନିର୍ବାଚନ ହୁଏ କିଏ କାହା ସହ ବୁଝାମଣା ନକରନ୍ତି ତେବେ ଚତୁର୍ଥ ସିଟରେ ମଧ୍ୟ ବିଜେଡି ବାଜିମାତ କରିବ।  କାରଣ ସେକେଣ୍ଡ ପ୍ରିଫରେନ୍ସ ଭୋଟରେ ବିଜେଡିକୁ ସବୁଠାରୁ ଅଧିକ ଭୋଟ ମିଳିବ। ଯଦି କଂଗ୍ରେସ ରାଜ୍ୟସଭା ରେସରୁ ଦୁରେଇ ଯାଏ ତାହେଲେ ବିଜେଡିକୁ ସ୍ଥିତି ସୁହାଇବ। ବିନା ସେକେଣ୍ଡ ପ୍ରିଫରେନସ ଭୋଟରେ ହାତେଇ ନେବ ୪ରୁ ୪ ସିଟ୍।

{"id":234624,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.