Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୂକମ୍ପରେ ଥରିଲା ଋଷ୍ ଏବଂ ଆର୍ଜେଣ୍ଟିନାରେ, ରିକ୍ଟର ସ୍କେଲରେ ୬.୪ ଓ ୬.୩ ତୀବ୍ରତା
  • ||
  • କରୋନା କବଳରୁ ବର୍ତ୍ତିବା ପାଇଁ ଶ୍ରୀଲଙ୍କା ଜେଲ୍‌ରେ କଏଦୀଙ୍କ ଭୟଙ୍କର ଦଙ୍ଗା : ୮ମୃତ
  • ||
  • ନୂଆଦିଲ୍ଲୀ : ସନ୍ଦୀପ କଟାରିଆ ହେଲେ ବାଟା ଗ୍ଲୋବାଲର ସିଇଓ, ପ୍ରଥମ ଭାରତୀୟ ଭାବେ ମିଳିଲା ଦାୟିତ୍ୱ
  • ||
  • ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଉଡିଲା ଟାଟା ସୁମୋ, ୨ ଗୁରୁତର
  • ||

ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ମଡେଲ୍ ପ୍ୟାରିସ୍ ହିଲଟନ୍ : ପୂର୍ବରୁ ଟପ୍ ପୋଷ୍ଟ୍ ରେସରେ ଥିଲେ ପ୍ରସିଦ୍ଧ ସିଙ୍ଗର ଏବଂ ରାପର କାନ୍ୟେ ଓ୍ବେଷ୍ଟ

9/07/2020 at 12:27 PM

ନୂଆଦିଲ୍ଲୀ ୯/୭: ଏବର୍ଷ ନଭେମ୍ବର ମାସରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବାର ଅଛି। କିନ୍ତୁ ଏଥର ଦୌଡ଼ରେ ଡୋନାଲ୍ଡ ଟ୍ରମ୍ପ୍ ଏକୁଟିଆ ନାହାନ୍ତି। ଏହି ନିର୍ବାଚନୀ ଦୌଡ଼ରେ ଜୋ ବିଡେନ,ରାପର ଏବଂ ସିଙ୍ଗର କାନ୍ୟେ ଓ୍ବେଷ୍ଟଙ୍କ ପରେ ଏବେ ମଡେଲ୍ ପ୍ୟାରିସ୍ ହିଲଟନଙ୍କ ନାଁ ମଧ୍ୟ ଯୋଡ଼ି ହୋଇଯାଇଛି।

ପ୍ୟାରିସ୍ ସୋସିଆଲ୍ ମିଡିଆରେ ଘୋଷଣା କରି କହିଛନ୍ତି ଯେ ସେ ମଧ୍ୟ ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ସାମିଲ ହେଉଛନ୍ତି। ତାଙ୍କର ପ୍ରଚାର ସ୍ଲୋଗାନ୍ ହେଉଛି ‘ଆମେରିକାକୁ ପୁଣି ଥରେ ହଟ୍ ବନାନ୍ତୁ’। ନିଜ ଟ୍ବିଟରେ ନିର୍ବାଚନ ଲଢ଼ିବାର ଘୋଷଣା କରି ପ୍ୟାରିସ୍ ହିଲଟନ୍ ଆମେରିକା ପତାକା ସହ ପ୍ରିନ୍ସେସ୍ ଏବଂ ଷ୍ଟାର୍ ଇମୋଜୀ ସହ ଲେଖିଛନ୍ତି,‘ପ୍ୟାରିସ୍ ଫର୍ ପ୍ରେସିଡେଣ୍ଟ’। ପ୍ୟାରିସ୍ ଏହା ସହ ନିଜର ପୋଷ୍ଟର ମଧ୍ୟ ଜାରି କରିଛନ୍ତି। ଯେଉଁଥିରେ ସେ ପିଙ୍କ୍ ରଙ୍ଗର ଡ୍ରେସରେ ଦେଖା ଯାଉଛନ୍ତି।

 ପ୍ୟାରିସ୍ କହିଛନ୍ତି ଯେ ଆମେରିକାର ରାଷ୍ଟ୍ରପତି ହେବା ପରେ ଲୋକଙ୍କୁ କେବଳ ଆମେରିକାନ ଡିଜାଇନର୍ସର ପୋଷାକ ପିନ୍ଧିବାକୁ କହିବେ। ଏହା ବ୍ୟତୀତ ସେ କହିଛନ୍ତି ଯେ ସେ ହ୍ବାଇଟ୍ ହାଉସକୁ ପିଙ୍କ କଲରରେ ପେଣ୍ଟ୍ କରିବେ। ସୋସିଆଲ୍ ମିଡିଆରେ ଲୋକେ ତାଙ୍କ ସମର୍ଥନ କରୁଛନ୍ତି।

ଏହା ପୂର୍ବରୁ କାନ୍ୟେ ଓ୍ବେଷ୍ଟ ମଧ୍ୟ ସୋସିଆଲ୍ ମିଡିଆ ଜରିଆରେ ନିର୍ବାଚନ ଲଢ଼ିବାର ଘୋଷଣା କରିଥିଲେ। କିମଙ୍କ ସ୍ବାମୀ କାନ୍ୟେ ଓ୍ବେଷ୍ଟ ଟ୍ବିଟ୍ କରିଥିଲେ,‘ ଆମେ ଏବେ ଈଶ୍ବର ଉପରେ ବିଶ୍ବାସ କରି ଆମେରିକାର ପ୍ରତିଶ୍ରୃତିକୁ ସତ୍ୟ କରିବାକୁ ପଡ଼ିବ,ନିଜ ଦୃଷ୍ଟିକୋଣକୁ ଏକାଠି ଆଣିବାକୁ ପଡ଼ିବ ଏବଂ ଭବିଷ୍ୟତର ନିର୍ମାଣ କରିବାକୁ ହେବ। ’

   Related Posts