ପରିଣୀତି ଚୋପ୍ରାଙ୍କୁ ଡରାଉଛି ନିଜ ଅତୀତ...

Published By : Prameya-News7 Bureau | January 13, 2021 IST

ମୁମ୍ବାଇ ୧୩/୦୧ : ଅଭିନେତ୍ରୀ ପରିଣୀତି ଚୋପ୍ରାଙ୍କ ଆଗାମୀ ଫିଲ୍ମ 'ଦ ଗର୍ଲ ଅନ୍ ଦ ଟ୍ରେନ୍' (The Girl on the Train) ର ଟିଜର୍ ସାମ୍ନାକୁ ଆସିଛି। ଫିଲ୍ମର ସୁଟିଂ ଗତ ବର୍ଷ ଶେଷ ହୋଇଯାଇଥିଲା। ଦର୍ଶକ ବହୁ ଦିନ ଧରି ଏହି ଫିଲ୍ମକୁ ଅପେକ୍ଷା କରିଛନ୍ତି। ଶେଷରେ ଫିଲ୍ମର ଟିଜର୍ ସାମ୍ନାକୁ ଆସିବା ସହ ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ସାମ୍ନାକୁ ଆସିଛି। ପରିଣୀତି ଚୋପ୍ରାଙ୍କ ଏହି ଫିଲ୍ମ ସିନେମାଘର ପରିବର୍ତ୍ତେ ନେଟଫ୍ଲିକ୍ସରେ ରିଲିଜ୍ ହେବ। ଫିଲ୍ମ ଫେବୃଆରୀ ୨୬ ତାରିଖରେ ରିଲିଜ୍ ହେବ।

{"id":391574,"sizeSlug":"large","linkDestination":"none"}

ଏହି ଫିଲ୍ମ ପୂର୍ବରୁ ୨୦୨୦ ମେ' ୮ ତାରିଖରେ ରିଲିଜ ହେବାକୁଥିଲା। ଫିଲ୍ମର ଟିଜର୍ ଦର୍ଶକଙ୍କ ମନରେ ଉତ୍ସୁକତା ଭରି ଦେଇଛି। ନେଟଫ୍ଲିକ୍ସ ଏହି ଫିଲ୍ମର ଟିଜର ରିଲିଜ କରି ଲେଖିଛି, 'ଅତୀତ ହିଁ ଭବିଷ୍ୟତ ବଞ୍ଚାଇ ପାରିବ'

wp:embed {"url":"https://www.youtube.com/embed/3iH0YehfMB0","type":"rich","providerNameSlug":"embed-handler","responsive":true,"className":"wp-embed-aspect-16-9 wp-has-aspect-ratio"}
https://www.youtube.com/embed/3iH0YehfMB0
/wp:embed

ଟିଜର ସହ ପରିଣୀତି ଚୋପ୍ରା ଫିଲ୍ମର ଏକ ପୋଷ୍ଟର ମଧ୍ୟ ରିଲିଜ୍ କରିଛନ୍ତି। ଫିଲ୍ମରେ ପରିଣୀତି ଚୋପ୍ରାଙ୍କ ସହ ଅଭିନେତ୍ରୀ ଅଦିତି ରାଓ ହୈଦରି, କୃତି କୁଲ୍ହାରି ଓ ଅବିନାଶ ତିୱାରି ନଜର ଆସିବେ। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ରିଭୁ ଦାସଗୁପ୍ତା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.