ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପବିତ୍ର ଶ୍ରୀକ୍ଷେତ୍ର ଭଉଁରୀ : ଅଖ ଚକ ଡେରା ନୀତି ସଂପନ୍ନ
  • ||
  • କୁତବ ମୀନାର ପରିସରରେ ଖନନ ସହ ଆଇକନୋଗ୍ରାଫି କରିବାକୁ ଏଏସ୍‌ଆଇକୁ ସଂସ୍କୃତି ମନ୍ତ୍ରାଳୟର ନିର୍ଦ୍ଦେଶ
  • ||
  • ସ୍ୱିଜରଲାଣ୍ଡରେ ବିଶ୍ୱ ଅର୍ଥନୈତିକ ମଞ୍ଚର ବାର୍ଷିକ ସମ୍ମିଳନୀ : ମହାମାରୀରୁ ମୁକ୍ତି ପାଇଁ ବାଟ ବାହାର କରିବେ ବିଶ୍ୱନେତା
  • ||
  • ମ୍ୟାଚ୍ ପୂର୍ବରୁ ରନ୍ ଅପ୍ ଯାଞ୍ଚ କଲେ ଅର୍ଜୁନ ତେନ୍ଦୁଲକର : କିନ୍ତୁ ଚୂଡାନ୍ତ ଏକାଦଶରେ ମିଳିଲାନି ଏଣ୍ଟ୍ରି
  • ||

ନିକ୍‌ଙ୍କ ଜୋତା ଚୋରି କରିବାର ପ୍ଲାନିଂ କରିସାରିଲେଣି ପରିଣିତି

22/08/2018 at 1:59 AM

ମୁମ୍ବାଇ ୨୨/୮ : ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବଂ ତାଙ୍କ ବୟଫ୍ରେଣ୍ଡ ନିକ୍ ଜୋନ୍ସଙ୍କର ନିକଟରେ ନିର୍ବନ୍ଧ ସରିଛି । ବିବାହର ତାରିଖ ଏପର୍ଯ୍ୟନ୍ତ ସମ୍ନାକୁ ଆସିନାହିଁ । ହେଲେ ପ୍ରିୟଙ୍କାଙ୍କ ଘରଲୋକ ଏବେଠାରୁ ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ଏପରିକି ପ୍ରିୟଙ୍କାଙ୍କ ସାନ ଭଉଣୀ ପରିଣିତି ଚୋପ୍ରା ପ୍ରିୟଙ୍କାଙ୍କ ବିବାହକୁ ନେଇ ବହୁତ ଉତ୍ସାହିତ ଅଛନ୍ତି । ସେ ପ୍ରିୟଙ୍କାଙ୍କ ବିବାହରେ ନିକ୍ ଜୋନ୍ସଙ୍କ ଜୋତା ଚୋରି କରିବାକୁ ଯୋଜନା ଆରମ୍ଭ କରିସାରିଲେଣି । ଏପରିକି ତାଙ୍କ ସହ ପଇସାକୁ ନେଇ ମଧ୍ୟ ଏବେଠାରୁ ସେଟିଂ କରିବା ଆରମ୍ଭ କରିସାରିଲେଣି ।
ନିର୍ବନ୍ଧ ଉତ୍ସବ ପରେ ନିକ୍ ନିଜ ବାପା ମାଆଙ୍କ ସହ ୟୁଏସ ପଳାଇଛନ୍ତି । ପ୍ରିୟଙ୍କା ବର୍ତ୍ତମାନ ମୁମ୍ବାଇରେ ହିଁ ଅଛନ୍ତି । ସେ ନିଜର ଫିଲ୍ମ ‘ଦ ସ୍କାଏ ଇଜ୍ ପିଙ୍କ୍’ର ଶୁଟିଂରେ ବ୍ୟସ୍ତ ରହୁଛନ୍ତି ।
ପ୍ରିୟଙ୍କା ଓ ନିକ୍‌ଙ୍କ ନିର୍ବନ୍ଧ ପରେ ପରିଣିତି ସୋସିଆଲ ମିଡିଆରେ ଏକ ଭାବବିହ୍ବଳ ପୋଷ୍ଟ ସେୟାର କରିଥିଲେ । ପ୍ରିୟଙ୍କାଙ୍କ ସହ ବିତେଇଥିବା ପିଲାଦିନର କିଛି ମୂହୁର୍ତ୍ତକୁ ପରିଣିତି ସେୟାର ମଧ୍ୟ କରିଛନ୍ତି । ସେ କହିଛନ୍ତି ଯେ ପ୍ରିୟଙ୍କାଙ୍କ ପାଇଁ ନିକ୍‌ଙ୍କଠାରୁ ଭଲ ମଣିଷ ମିଳିପାରିବେ ବୋଲି ସେ ଭାବିପାରୁନାହାଁନ୍ତି। ସେ ଜାଣିଛନ୍ତି ଯେ ନିକ୍ ତାଙ୍କ ପାଇଁ ପରଫେକ୍ଟ ଅଟନ୍ତି ।

   Related Posts