Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

ଆଜି ପ୍ରଧାନମନ୍ତ୍ରୀଙ୍କ ବହୁ ପ୍ରତିକ୍ଷିତ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ : ଦେଶର ବିଭିନ୍ନ ସ୍ଥାନରୁ ୨ହଜାରରୁ ଅଧିକ ଛାତ୍ରଛାତ୍ରୀ ନେବେ ଭାଗ

20/01/2020 at 9:18 AM

ନୂଆଦିଲ୍ଲୀ ୨୦/୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବହୁ ପ୍ରତିକ୍ଷିତ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହେବ । ନୂଆଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ତୃତୀୟ ପରୀକ୍ଷା ପେ ଚର୍ଚ୍ଚା ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ସ୍ଥାନରୁ ୨୦୦୦ରୁ ଅଧିକ ଛାତ୍ରଛାତ୍ରୀ ଭାଗ ନେବେ ।

ଅଭିଭାବକ ଓ ଶିକ୍ଷକ ଭାଗ ନେବେ। ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବେ ଓ କିଛି ମନୋନୀତ ଛାତ୍ରଛାତ୍ରୀଙ୍କ ସହ ବାର୍ତ୍ତାଳାପ କରିବେ। ପରୀକ୍ଷା ସମୟରେ କିଭଳି ଚାପର ମୁକାବିଲା କରିବାକୁ ହେବ ସେ ବିଷୟରେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେବେ।

୨୦୧୮ ଫେବୃୟାରୀ ମାସରେ ଅନୁଷ୍ଠିତ ପ୍ରଥମ ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଅନ୍ୟମନସ୍କତାର ମୁକାବିଲା ପାଇଁ ଆତ୍ମସମୀକ୍ଷା ଉପରେ ଗୁରୁତ୍ୱ ଆରୋପ କରିଥିଲେ। ସେହିପରି ‘ପରୀକ୍ଷା ପେ ଚର୍ଚ୍ଚା’ର ଦ୍ୱିତୀୟ ସଂସ୍କରଣରେ ପ୍ରଧାନମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ସମୟର ଅପଚୟ ନ କରି ଏହାର ସୁବିନିଯୋଗ କରିବାକୁ ପରାମର୍ଶ ଦେଇଥିଲେ।

   Related Posts