Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||
  • ଚଣ୍ଡିଖୋଲ : ଗୋଷ୍ଠୀ ସଂଘର୍ଷର ସମାଧାନ ପାଇଁ ଯାଇଥିବା ପୋଲିସକୁ ବାନ୍ଧିଲେ ଏବଂ ୨ଟି ଜିପ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ
  • ||

ପରୀକ୍ଷା ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଟିପ୍ସ :କହିଲେ ସମୟର ସଦୁପଯୋଗ କର, ଟେକ୍ନୋଲେଜିର ବ୍ୟବହାର ଶିଖ

20/01/2020 at 2:00 PM

ନୂଆଦିଲ୍ଲୀ ୨୦/୧: ପରୀକ୍ଷାରେ ଭଲ ନମ୍ବର ଆଣିବା ଗୁରୁତ୍ୱପୂର୍ଣ୍ଣ ନୁହେଁ । ଜୀବନସାରା ପ୍ରତିଟି ସମୟରେ ପରୀକ୍ଷାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ତେଣୁ ଦୃଢ଼ ମନୋବଳ ନେଇ ଏହାର ସାମ୍ନା କରିବା ଆବଶ୍ୟକ । ଦିଲ୍ଲୀର ତାଲକଟୋରା ଷ୍ଟାଡ଼ିୟମ୍ ରେ ଆୟୋଜିତ

ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ  ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଫଳତା ପରେ ନଅଟକି ଆଗେଇବା ଲାଗି ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଜୀବନରେ ସଫଳତା ସହିତ କେତେକ ସମୟରେ ବିଫଳତା ମଧ୍ୟ ମିଳିଥାଏ । ତେବେ ବିଫଳତା ସମୟରେ ଧୈର୍ଯ୍ୟ ଧରି ଦୃଢ଼ ମନୋବଳ ନେଇ କାର୍ଯ୍ୟ କରିବା ଆବଶ୍ୟକ । ଭବିଷ୍ୟତ କାର୍ଯ୍ୟ ପନ୍ଥା ନେଇ ଚିନ୍ତା କରିବା ଆବଶ୍ୟକ । ଜୀବନର ପ୍ରତିଟି କ୍ଷେତ୍ରରେ ମାନସିକ ଅବସାଦଠାରୁ ଦୂରେଇ ରହି କାର୍ଯ୍ୟ କଲେ ସଫଳତା ମିଳିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

କାର୍ଯ୍ୟକ୍ରମରେ ଦେଶର ବିଭିନ୍ନ ରାଜ୍ୟରୁ ୨ହଜାରରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।। ବୋର୍ଡ ପରୀକ୍ଷା ଲାଗି ବିବ୍ରତ ଓ ଛାନିଆ ନ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେବା ସହ ବିଫଳତା ଏବଂ ନିରାଶା ପ୍ରସଙ୍ଗ ଉଠାଇ କହିଲେ ଯେ ବିଫଳତା ଜୀବନର ଅଂଶବିଶେଷ। ଚନ୍ଦ୍ରଯାନ-୨ର ବିଫଳତା ପରେ ମୁଁ ବି ବିବ୍ରତ ହୋଇପଡ଼ିଥିଲି । ତା’ପରେ ମୁଁ ବୈଜ୍ଞାନିକମାନଙ୍କ ସହ କଥାବାର୍ତ୍ତା କରି ସେମାନଙ୍କୁ ପ୍ରେରଣା ଦେଇଥିଲି ବୋଲି ମୋଦି କହିଛନ୍ତି । ବିଫଳତାରୁ ବି ଆମେ ସଫଳତା ନିମନ୍ତେ ଶିକ୍ଷା ଲାଭ କରି ପାରିବା। କୋଲ୍ କାତାରେ ଅନୁଷ୍ଠିତ ଭାରତ ବନାମ ଅଷ୍ଟ୍ରେଲିଆ କ୍ରିକେଟ୍  ମ୍ୟାଚ୍ ର ଦୃଷ୍ଟାନ୍ତ ଦେଇ ପ୍ରଧାନମନ୍ତ୍ରୀ କହିଲେ, ଖେଳ ସମୟରେ ଅନୀଲ କୁମ୍ବଲେ ଆହତ ହୋଇ ମଧ୍ୟ ଖେଳିଥିଲେ ଏବଂ ଜିଣିଥିଲେ କିଭଳି ଭାବେ ଅସୁବିଧାର ମୁକାବିଲା କରାଯାଇ ପାରିବ ।

   Related Posts