ଶ୍ରୀକ୍ଷେତ୍ରରେ ପରିକ୍ରମା ମହୋତ୍ସବ ବା ପଞ୍ଚତୀର୍ଥ, ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ
17/11/2019 at 6:08 PM

ପୁରୀ ୧୭।୧୧: ଶ୍ରୀକ୍ଷେତ୍ରରେ ଆଜି ପରିକ୍ରମା ମହୋତ୍ସବ ବା ପଞ୍ଚତୀର୍ଥ । ଏହି ଅବସରରେ ପୁରୀରେ ଲକ୍ଷାଧିକ ଭକ୍ତ ଶ୍ରଦ୍ଧାଳୁ ସମାଗମ ହୋଇଛି। ଶ୍ରଦ୍ଧାଳୁ ମାନେ ତୀର୍ଥରାଜ ମହୋଦଧିରେ ସ୍ନାନ କରିବା ସହ ଶ୍ରୀକ୍ଷେତ୍ରର ବିଭିନ୍ନ ଧର୍ମସ୍ଥଳୀକୁ ନାମ ସଂକୀର୍ତ୍ତନ ମାଧ୍ୟମରେ ପରିକ୍ରମା କରିଥିଲେ।

ସେହିପରି ପଞ୍ଚମହାଦେବଙ୍କୁ ପ୍ରଣାମ କରି ଶ୍ରୀଜିଉଙ୍କୁ ମଧ୍ୟ ଦର୍ଶନ କରିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ଏହି ଅବସରରେ ଆଜି ନାଗା ବେଶରେ ଦର୍ଶନ ଦେଇଥିଲେ ସିଦ୍ଧମହାବୀର ।