Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ‘ପରୀକ୍ଷା ଦର୍ପଣ’, ପରୀକ୍ଷା ପାଇଁ ହେବ ସହାୟକ

21/01/2021 at 1:48 PM

ଭୁବନେଶ୍ବର ୨୧।୧: ମାଟ୍ରିକ୍ ପରୀକ୍ଷାର୍ଥୀଙ୍କ ପାଇଁ ‘ପରୀକ୍ଷା ଦର୍ପଣ’ ବହି ଯୋଗାଇଦେବ ଗଣଶିକ୍ଷା ବିଭାଗ । ଏନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି । ରାଜ୍ୟର ମୋଟ୍ ୬ ଲକ୍ଷ ୨୦ ହଜାର ୫୦୮ ଜଣ ଛାତ୍ରଛାତ୍ରୀଙ୍କୁ ଏହି ବହି ଯୋଗାଇ ଦିଆଯିବ।

ମାଟ୍ରିକ୍  ପରୀକ୍ଷା  ପାଇଁ  ୩୦% ସିଲାବସ୍ କମା ଯାଇଛି । ଅନଲାଇନ୍, ଟିଭି, ରେଡ଼ିଓ ର  ବ୍ୟବସ୍ଥା  କରି ମଧ୍ୟ ଛାତ୍ରଛାତ୍ରୀ  ଠିକ୍‌ସେ  ପଢ଼ି  ପରିନାହାଁନ୍ତି । ତେଣୁ  ମୁଖ୍ୟମନ୍ତ୍ରୀଙ୍କ  ନିର୍ଦ୍ଦେଶ ଅନୁସାରେ  ‘ପରୀକ୍ଷା ଦର୍ପଣ’ ଟେଷ୍ଟ  ପେପର  ଛାତ୍ରଛାତ୍ରୀଙ୍କୁ  ଦିଆଯିବ। ସମ୍ଭାବ୍ୟ  ୭୦୦ପେଜ୍ ର ବହି  ଦେବାକୁ  ପ୍ରସ୍ତୁତି  ହେଉଛି ଶିକ୍ଷା ବିଭାଗ । 

ମେ’ ୩ ତାରିଖରେ ମାଟ୍ରିକ୍ ପରୀକ୍ଷା ଅନୁଷ୍ଠିତ ହେବ । ତେଣୁ ପରୀକ୍ଷାର ଯଥେଷ୍ଟ ପୂର୍ବରୁ ପିଲାଙ୍କ ପାଖରେ ବହି ପହଞ୍ଚାଇ ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । ୩୩୦୩୩୯ ସରକାରୀ ସ୍କୁଲ ସହ ୨୭୦୨୬ ଆବାସିକ ଆଦିବାସୀ ସ୍କୁଲ ଏବଂ ୩୬୫୭୯ ଘରୋଇ ସ୍କୁଲ, ୨୪୯୩୯ ଏକ୍ସ ରେଗୁଲାର ଛାତ୍ରଛାତ୍ରୀଙ୍କ ସହ ୧୬୨୪ ଭୋକେସନାଲ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଏହି ବହି ଯୋଗାଇ ଦିଆଯିବ । ପରୀକ୍ଷା ପାଇଁ ଏହା ସାହାଯ୍ୟ କରିବ । ୭୦% ସିଲାବସକୁ ନେଇ ‘ପରୀକ୍ଷା ଦର୍ପଣ’ ବହି ଛପା ହେବ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ।

   Related Posts