Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଏସଏଫର ବଡ କାର୍ଯ୍ୟାନୁଷ୍ଠାନ, ବାଂଲାଦେଶ ସୀମାରେ ୮୨ ନକଲି ଡ୍ରାଇଭିଂ ଲାଇସେନ୍ସ ଜବତ
  • ||
  • ୟୁପି ସମର: ଅଖିଳେଶଙ୍କ ପାଇଁ ପ୍ରଚାର କରିବେ ମମତା, ଫେବୃଆରୀ ୮ରେ ଲକ୍ଷ୍ନୌରେ ଭର୍ଚୁଆଲ ରାଲି
  • ||
  • ଆସନ୍ତାକାଲି ପ୍ରଥମ ଦିନିକିଆ: କିଏ କରିବ ଓପନିଂ ? ଖୁଲାସା କଲେ ରାହୁଲ, ୫ ବର୍ଷ ପରେ ଦିନିକିଆକୁ ପ୍ରତ୍ୟାବର୍ତ୍ତନ କରିବେ ଏହି ଖେଳାଳି
  • ||
  • କାରିଗରଙ୍କଠୁ ଲାଞ୍ଚ ନେବା ମହଙ୍ଗା ପଡିଲା, ଭିଜିଲାନ୍ସ ଦ୍ଵାରା ବନ୍ଧା ହେଲେ ହସ୍ତଶିଳ୍ପ ନିଗମର ସହ-ନିର୍ଦ୍ଦେଶକ ଓ କ୍ରାପ୍ଟମ୍ୟାନ୍
  • ||
  • କଲେଜ୍ରେ ନିର୍ବାଚନୀ ସଭା ନେଇ କଠୋର ହେଲେ ଏସଇସି: ଏସଡିପିଓ ଏବଂ ପ୍ରିନ୍ସିପାଲଙ୍କୁ ନିଲମ୍ବନ କରିବାକୁ ଦେଲେ ନିର୍ଦ୍ଦେଶ
  • ||
  • IPL 2022: କେଏଲ ରାହୁଲଙ୍କ ସହ ଏହି ଦୁଇ ଖେଳାଳିଙ୍କୁ ନିଜ ଦଳରେ ସାମିଲ୍ କଲା ଲକ୍ଷ୍ନୌ ଫ୍ରାଞ୍ଚାଇଜି
  • ||
  • ମଙ୍ଗଳବାର ପୃଥିବୀର ନିକଟତର ହେବ ବିରାଟ ଗ୍ରହାଣୁ : ମାଡ ହେଲେ ଘଟାଇବ ବିନାଶ !
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||

‘ପରିବର୍ତ୍ତନ ଯୋଦ୍ଧା’ଙ୍କ କରୋନା ସଂଗ୍ରାମ, ଥରକରେ ସାନିଟାଇଜ୍ କଲେ ଥାନା, କଲେଜ ସମେତ ୩୦ ସ୍ଥାନ

13/08/2020 at 7:29 PM

ଜଗତସିଂହପୁର ୧୩।୮:  ପଙ୍କପାଳ ପଞ୍ଚାୟତ ବାଣିକୁଣ୍ଡ ଗ୍ରାମର ‘ପରିବର୍ତ୍ତନ ଯୋଦ୍ଧା’ କରୋନା ବିରୋଧି ସଂଗ୍ରାମରେ ଗୋଟିଏ ଦିନରେ କୁଜଙ୍ଗ ଥାନା, ରାହାମା କଲେଜ ସମେତ ୩୦ଟି ମନ୍ଦିର ଓ ଅନ୍ୟ ସାର୍ବଜନିକ ସ୍ଥଳ ସାନିଟାଇଜ୍ କରିବା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। କରୋନା ପ୍ରତିହତ ଲାଗି ପରିବର୍ତ୍ତନ ଯୋଦ୍ଧାମାନେ କେବଳ ଗୋଟିଏ ଦିନ ନୁହେଁ ପ୍ରତି ଦୁଇ ଦିନରେ ଥରେ ଏହି ସବୁ ସାର୍ବଜନିକ ସ୍ଥଳ ସମେତ ଅନ୍ୟାନ୍ୟ ସ୍ଥାନର ସାନିଟାଇଜ୍ କାମ ହାତକୁ ନେଇଛନ୍ତି।

ରାଜ୍ୟରେ କୋଭିଡ ସଂକ୍ରମଣ ବଢିବଢି ଚାଲିଥିବା ବେଳେ ଜଗତସିଂହପୁର ଜିଲ୍ଲାରେ ଏପର୍ଯ୍ୟନ୍ତ ମୋଟ ୯୭୬ ଜଣ ଆକ୍ରାନ୍ତ ହେଲେଣି। ଏଣୁ ସରକାର ଲକଡାଉନ୍‌ ପ୍ରତ୍ୟାହାର କରିଥିଲେ ବି ସାର୍ବଜନିକ ସ୍ଥଳକୁ ଯିବାଲାଗି ଲୋକେ ଭୟଭୀତ ହେଉଛନ୍ତି। ଏପରି ସ୍ଥଳେ ପରିବର୍ତ୍ତନ ଯୋଦ୍ଧାଙ୍କ କାର୍ଯ୍ୟକୁ ସବୁ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।

କେବଳ ସାନିଟାଇଜେସନ ନୁହେଁ ପରିବର୍ତ୍ତନ ଯୋଦ୍ଧାମାନେ ଲୋକଙ୍କୁ କୋଭିଡ-୧୯ ମହାମାରୀ ସମ୍ପର୍କରେ ସଚେତନ କରିବା ସହ ମାସ୍କର ବ୍ୟବହାର, ସାମାଜିକ ଦୂରତା ଓ ହାତ ଧୋଇବା ଆଦି ନେଇ ମଧ୍ୟ ଲୋକଙ୍କୁ ସଚେତନ କରୁଛନ୍ତି। କରୋନା ଭିଡକୁ ଭଲପାଏ, ଏଣୁ ଭିଡଭାଡ ଅଞ୍ଚଳକୁ ନ ଯିବା ଲାଗି ଲୋକଙ୍କୁ ପରିବର୍ତ୍ତନ ଯୋଦ୍ଧାମାନେ ସଚେତନ କରିବା ସହ ସଂକ୍ରମଣର ସାମାନ୍ୟ ଲକ୍ଷଣ ଓ ଏପରି ଅନୁଭବ କଲେ କଣ କରିବେ ସେ ନେଇ ମଧ୍ୟ ଲୋକଙ୍କୁ ସଚେତନ କରାଉଛନ୍ତି।

   Related Posts