ଲକ୍‌ଡାଉନ୍‌ରେ ବେଉଷା ବନ୍ଦ, ମତ୍ସ୍ୟଜୀବୀଙ୍କୁ ଘାରୁଛି ପରିବାର ଚିନ୍ତା

Published By : Prameya-News7 Bureau | March 31, 2020 IST

ଝାରସୁଗୁଡା ୩୧।୦୩: ସମସ୍ତଙ୍କୁ ସନ୍ତୁଷ୍ଟ କରିବାକୁ ଉଦ୍ୟମ କଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। କିନ୍ତୁ ହଜାର ହଜାର ମତ୍ସ୍ୟଜୀବୀଙ୍କ ପାଇଁ କିଛି ବି ହେଲାନାହିଁ। କରୋନା ଭୂତାଣୁର ମୁକାବିଲା ପାଇଁ କେନ୍ଦ୍ର ସରକାର ୨୧ ଦିନ ପାଇଁ ପୂରା ଦେଶକୁ ଲକ୍‌ଡାଉନ ଘୋଷଣା କରିଛନ୍ତି। ତେବେ ଏହି ସମୟରେ ଗରିବ ଓ ଦିନ ମଜୁରିଆମାନେ ବହୁ ସମସ୍ୟାରେ ପଡୁଛନ୍ତି। କାମକୁ ଯାଇପାରୁ ନ ଥିବାରୁ ଖାଦ୍ୟ ଏବଂ ଅର୍ଥ ସଙ୍କଟର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ଏହାକୁ ଦୃଷ୍ଟିରେ ରଖି ଦେଶର ଗରିବ ଲୋକମାନଙ୍କ ପାଇଁ କେନ୍ଦ୍ର ସରକାର   ଓ ରାଜ୍ୟ ସରକାର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ପ୍ୟାକେଜ ଘୋଷଣା କରିଛନ୍ତି । କିନ୍ତୁ ହଜାର ହଜାର ମତ୍ସ୍ୟଜୀବୀ ଙ୍କ ପାଇଁ କୌଣସି ଯୋଜନା ନାହିଁ।

କେନ୍ଦ୍ର ସରକାର ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା’ ନାମରେ ସ୍ବତନ୍ତ୍ର ପ୍ୟାକେଜ ଘୋଷଣା କରିଛନ୍ତି। ଏହି ଯୋଜନା ପାଇଁ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ସେହିପରି ପିଏମ କିଷାନ ଯୋଜନାରେ ୮ କୋଟି ୭୦ ଲକ୍ଷ ଚାଷୀଙ୍କୁ ଏପ୍ରିଲ ପ୍ରଥମ ସପ୍ତାହ ସୁଦ୍ଧା ପ୍ରଥମ କିସ୍ତି ବାବଦରେ ୨ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯିବ।ଅନ୍ୟପଟେ କରୋନା ମୁକାବିଲା ପାଇଁ ୨୨୦୦ କୋଟିର ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ଭାଇରସ ବିଶ୍ୱ ପାଇଁ ବଡ଼ ସଂକଟ ପାଲଟିଛି । ଗରିବଲୋକ ଏଥିରେ ବିଶେଷ ଭାବେ ପ୍ରଭାବିତ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କୁ ୩ ମାସର ରାସନ ଆଗୁଆ ଦିଆଯିବାକୁ ନିଷ୍ପତ୍ତି ହୋଇଛି । ୯୪ ଲକ୍ଷ ପରିବାରକୁ ୧ ହଜାର ଲେଖାଏଁ ଟଙ୍କା ଯୋଗାଇ ଦିଆଯିବ  ।

ସାମାଜିକ ସୁରକ୍ଷା ଯୋଜନା ୪୮ ଲକ୍ଷ ହିତାଧିକାରୀଙ୍କୁ ୪ ମାସର ଭତ୍ତା ମଧ୍ୟ ଯୋଗାଇ ଦିଆଯିବ ।  ସେହିଭଳି ୨୨ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ରାଜ୍ୟ ସରକାର ୧୫୦୦ ଲେଖାଏଁ ଦେବାକୁ ନିଷ୍ପତ୍ତି ନେଇଛନ୍ତି । ତେବେ କରୋନା ପାଇଁ ହୀରାକୁଦ ଜଳଭଣ୍ଡାର ଉପରେ ନିର୍ଭର କରୁଥିବା ଝାରସୁଗୁଡା, ସମ୍ବଲପୁର ଏବଂ ବରଗଡ଼ ଜିଲ୍ଲାର ହଜାର ହଜାର ମସ୍ୟଜୀବି ପରିବାରଙ୍କ ଜୀବନ ଜୀବିକା ସଙ୍କଟ ରେ ଅଛି। କରୋନା ପାଇଁ ଲକ ଡାଉନ ଯୋଗୁଁ ମସ୍ୟଜୀବି ମାନେ ମାଛ ଧରିବାକୁ ଜଳଭଣ୍ଡାର କୁ ଯାଇ ପାରୁ ନ ଥିବା ଅଭିଯୋଗ କରିଛନ୍ତି । ଝାରସୁଗୁଡା ଜିଲ୍ଲାରେ ପଞ୍ଜିକୃତ ଏବଂ ଅଣ ପଞ୍ଜିକୃତ ମସ୍ୟଜୀବି ୫ହଜାର ରୁ ଉର୍ଦ୍ଧ୍ବ ପରିବାର ଥିବା ବେଳେ ସମସ୍ତେ ଭୂମିହୀନ ଏବଂ ହୀରାକୁଦ ଜଳଭଣ୍ଡାର ଉପରେ ନିର୍ଭର କରି ତାଙ୍କର ପରିବାର ପୋଷଣ କରିଥାନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.