ପରିବା ବିକୁଥିଲେ କରୋନା ଆକ୍ରାନ୍ତ, ମାସ୍କ ବି ପିନ୍ଧିନଥିଲେ, ଘରକୁ ପଠାଇଲେ ତହସିଲଦାର...

Published By : Prameya-News7 Bureau | May 20, 2021 IST

କୁତ୍ରା, ୨୦/୦୫: ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବଢ଼ି ଚାଲିଥିବା ବେଳେ ମୃତ୍ୟ ସଂଖ୍ୟ ମଧ୍ୟ ବୃଦ୍ଧି ପାଉଛି । ସଂକ୍ରମିତମାନେ କଟକଣା ମାନୁ ନଥିବା କାରଣରୁ ଅଞ୍ଚଳରେ ଗୋଷ୍ଠୀ ସଂକ୍ରମଣ ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ । କୁତ୍ରା ବ୍ଲକ ଅନ୍ତର୍ଗତ ଚୁନିପଡ଼ାର ରାସ୍ତା କଡ଼ରେ ଜଣେ ଅମାନିଆ କରୋନା ସଂକ୍ରମିତ ପରିବା ବିକୁଥିଲେ । ଏହି ଖବର କୁତ୍ରା ତହସିଲଦାର ରବୀନ୍ଦ୍ର ସେଠୀଙ୍କ ନିକଟରେ ପହଞ୍ଚିଲା ପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି ।

ତହସିଲଦାର ଘଟଣାସ୍ଥଳରେ ପହଞ୍ଚି କରୋନା ଆକ୍ରାନ୍ତ ଜଣକ ବିନା ମାସ୍କରେ ବସି ପରିବା ବିକୁଥିବା ଦେଖିଥିଲେ । ତହସିଲଦାର ନିଜେ ଆକ୍ରାନ୍ତଙ୍କୁ ଏକ ମାସ୍କ ଦେଇ ପରିବା ଦୋକାନ ବନ୍ଦ କରି ଘରକୁ ଯିବା ପାଇଁ କହିଥିଲେ । ପରେ ଦୋକାନି ଘରକୁ ଯାଇଥିଲେ । ଅନେକ ଲୋକ ଅଜାଣତରେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସି ଏଭଳି ଭାବେ ସଂକ୍ରମିତ ହେଉଛନ୍ତି । ସମସ୍ତେ ସଚେତନ ରହିବା ସହ କୋଭିଡ ନିୟମ ପାଳନ କଲେ କରୋନା ଉପରେ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ତହସିଲଦାର ଶ୍ରୀ ସେଠୀ ମତପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.