Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ପରିବା ବୋଝେଇ ପିକ୍ ଅପ ଭ୍ୟାନକୁ ପିଟିଲା ଟ୍ରକ : ୩ ଗୁରୁତର, ରାସ୍ତା ବନ୍ଦ ହେବାରୁ ଯାତାୟତ ବାଧାପ୍ରାପ୍ତ

12/05/2021 at 11:11 AM

ବିନିକା ୧୨/୫: ସୁବର୍ଣ୍ଣପୁର ବିନିକାରେ ଦୁର୍ଘଟଣା । ପରିବା ବୋଝେଇ ପିକଅପ ଭ୍ୟାନକୁ ଟ୍ରକ୍ ପିଟିଦେବାରୁ ପିକଅପ ଭ୍ୟାନର ଡ୍ରାଇଭର, ହେଲପର ସମେତ ଟ୍ରକ ହେଲପର ବି ଗୁରୁତର ହୋଇଛନ୍ତି । ବିନିକା ବରପାଲି ମୁଖ୍ୟରାସ୍ତାରେ ଯିବା ସମୟରେ ପିକଅପ ଭ୍ୟାନକୂ ବିନିକା ପଟରୁ ଦ୍ରୁତ ଗତିରେ ଯାଉଥିବା ଟ୍ରକ ଧକ୍କା ଦେଇଥିଲା । ଫଳରେ ଟ୍ରକଟି ଗୋଟିଏ ଗଛକୁ ଧକ୍କାଦେଇ ମୁଖ୍ୟ ରାସ୍ତା ଉପରେ ଓଲଟି ପଡିଥିଲା । ଯେଉଁଥିପାଇ ରାସ୍ତା ବନ୍ଦ ହେବା ସହ ଯାତାୟାତ ବାଧାପ୍ରାପ୍ତ ହୋଇଛି । ବିନିକା ବରପାଲି ମୁଖ୍ୟ ରାସ୍ତା ଉପରେ ଦୀର୍ଘ ତିନିଘଣ୍ଟା ଧରି ଅଟକିଛି ଶହ ଶହ ଯାନବାହାନ । ଘଟଣା ସ୍ଥଳରେ ବିନିକା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।

   Related Posts