କେବେ ନ୍ୟାୟ ପାଇବ ପରୀ ? ହତ୍ୟାକାଣ୍ଡକୁ ଦୀର୍ଘ ଦିନ ବିତି ଯାଇଥିଲେ ସୁଦ୍ଧା ପୋଲିସର ହାତ ଖାଲି, ଅଭିଯୁକ୍ତଙ୍କୁ ଗିରଫ ଦାବିରେ କଂଗ୍ରେସର ବିକ୍ଷୋଭ

Published By : Prameya-News7 Bureau | October 16, 2020 IST

ନୟାଗଡ, ୧୬|୧୦:   ନୟାଗଡ଼ ସଦର ଥାନା ଯଦୁପୁର ଗ୍ରାମର ୫ବର୍ଷର ଝିଅ ପରୀକୁ ଦିନ ଦ୍ୱିପହରେ ଗାଁ ଦାଣ୍ଡରେ ଖେଳୁଥିବାବେଳେ କେହି ଅପହରଣ କରିଥିଲେ । ପରେ ପରୀକୁ ହତ୍ୟା କରାଯାଇଥିଲା । ଘଟଣା ଘଟିବାର ଦୀର୍ଘ ଦିନ ହୋଇଯାଇଥିଲେ ସୁଧା ଆଜିପର୍ଯ୍ୟନ୍ତ ଅଭିଯୁକ୍ତଙ୍କୁ ପୁଲିସ ଚିହ୍ନଟ କରିପାରି ନାହିଁ । ପୋଲିସର ନିଷ୍କ୍ରିୟତା ପ୍ରତିବାଦ କରି କଂଗ୍ରେସ ପକ୍ଷରୁ ଏକ ପ୍ରତିବାଦ ସଭା କରାଯାଇଛି । ଏହାସହ ଏସପିଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ କରାଯାଇଛି।

ଜିଲ୍ଲା କଂଗ୍ରେସ ପ୍ରାକ୍ତନ ସଭାପତି ଆଇନଜୀବୀ ରଣଜିତ ଦାଶଙ୍କ ନେତୃତ୍ୱରେ ଜିଲ୍ଲା ପୋଲିସ ମୁଖ୍ୟାଳୟ ଠାରେ ଆୟୋଜିତ ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ କାର୍ଯ୍ୟକାରୀ ସଭାପତି ହୁସେନ ଖାନ, କମଳ ଚରଣ ସାହୁ, ମନୋଜ କୁମାର ସାହୁ, ସମେତ ପ୍ରାୟ ୬୦ରୁ ଉର୍ଦ୍ଧ୍ୱ ଦଳୀୟ କାର୍ଯ୍ୟକର୍ତା ଯୋଗଦେଇଥିଲେ ।

{"id":345661,"sizeSlug":"large"}

ନିଷ୍ପାପ ଶିଶୁ କନ୍ୟା ପରୀ ହତ୍ୟାକାଣ୍ଡର ତଦନ୍ତ ଦାୟିତ୍ୱ କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରିବା ପାଇଁ ଆଜି କଂଗ୍ରେସ ପକ୍ଷରୁ ସ୍ମାରକପତ୍ର ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ପ୍ରଦାନ କରାଯାଇଛି । ପରୀକୁ ନ୍ୟାୟ ଦେବାପାଇଁ ନୟାଗଡ଼ କଂଗ୍ରେସ ଅନୁମତି ନେଇ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟିବା ସହ ଦଳ ରାଜରାସ୍ତାକୁ ଓଲ୍ଲାଇବ ବୋଲି ପୋଲିସକୁ ଚେତାବନୀ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.