ପରୀ ହତ୍ୟାକାଣ୍ଡର ପର୍ଦ୍ଦାଫାଶ, ଅଭିଯୁକ୍ତ ଗିରଫ
20/12/2020 at 7:03 PM

ନୟାଗଡ଼୨୦/୧୨: ଧରାପଡିଲା ପରୀ ହତ୍ୟାକାରୀ! ଏସ୍ଆଇଟି ଟିମ୍ ତାକୁ ଗିରଫ କରିଛି। ଆସନ୍ତାକାଲି ନୟାଗଡ଼ ପୋକ୍ସୋ କୋର୍ଟ ଅଭିଯୁକ୍ତକୁ ହାଜର କରିବ ଏସ୍ଆଇଟି। ଗତ ଜୁଲାଇ ୨୩ ତାରିଖରେ ପରୀର ମୃତଦେହ ମିଳିଥିଲା। ଯଦୁପୁର ଗାଁରୁ ଏସ୍ଆଇଟି ଟିମ୍ ଅଭିଯୁକ୍ତକୁ ଗିରଫ କରିଛି। ଏସ୍ଆଇଟି ଅଭିଯୁକ୍ତର ନାଁକୁ ଗୋପନ ରଖିଛି।
ପରୀ ମୃତ୍ୟୁ ମାମଲାରେ ଗତକାଲି ଏସ୍ଆଇଟି ୩ ଜଣଙ୍କୁ ଉଠାଇ ନେଇଥିଲା। ଏକ ଅଜଣାସ୍ଥାନରେ ସେମାନଙ୍କୁ ପଚରାଉଚରା କରିଥିଲା। ୧୨ ବର୍ଷରୁ କମ ନାବାଳିକାକୁ ଦୁଷ୍କର୍ମ ନେଇ କ୍ରାଇମ୍ବ୍ରାଞ୍ଚ ଏସ୍ଆଇଟି କେସ୍ (୩୭୬-ଏ) ମାମଲା ରୁଜୁ କରିଛି। ସେହିପରି କ୍ରାଇମ୍ ବ୍ରାଞ୍ଚ ୩୬୪ , ୩୦୨, ୨୦୧, ୩୭୬/ଏବି ରେ ମାମଲା ରୁଜୁ କରିଛି। ଅଭିଯୁକ୍ତକୁ ଆସନ୍ତାକାଲି ନୟାଗଡ଼ ପୋକ୍ସା କୋର୍ଟରେ ହାଜର କରାଯିବ।