ପରୀ ହତ୍ୟା ହେବା ଜାଣିଥିଲେ ସରୋଜର ପରିବାର, କେବେ ଜାଣିଥିବା ନେଇ ଚାଲିଛି ତଦନ୍ତ...

Published By : Prameya-News7 Bureau | December 24, 2020 IST

ନୟାଗଡ଼ ୨୪।୧୨: ନୟାଗଡ଼ ପରୀ ମୃତ୍ୟୁ ମାମଲାର ପ୍ରତିଦିନ ନୂଆ ନୂଆ ତଥ୍ୟା ସାମ୍ନାକୁ ଆସୁଛି । ପ୍ରଥମେ ପରୀକୁ ହତ୍ୟା, ପରେ ମୃତଦେହ ସହ ଯୌନ ସଂପର୍କ । ଏବେ ଆଉ ତଥ୍ୟା ସାମ୍ନାକୁ ଆସିଛି । ପରୀ ହତ୍ୟା ବିଷୟରେ ସରୋଜର ପରିବାର ଜାଣିଥିଲେ ବୋଲି ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଛିନ୍ତି ।

ଖବର ଅନୁଯାୟୀ, ପରୀ ହତ୍ୟା ଘଟଣା ସମ୍ପର୍କରେ ଜାଣିଥିଲେ ସରୋଜଙ୍କ ପରିବାର । ତେବେ ଘଟଣା ବିଷୟରେ କେବେ ଜାଣିଲେ ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ । ସେହିପରି ପୋଖରୀରୁ ମିଳିଥିବା ଲେଗିନ୍ସ କୁ ପରୀକ୍ଷା ପାଇଁ ପଠାଯାଇଛି । ତଦନ୍ତ ସମୟରେ ଗ୍ରାମବାସୀଙ୍କ ସହଯୋଗ ମିଳିଥିଲା । ଘଟଣାରେ ଆହୁରୀ ଅଧିକ ତଦନ୍ତ ବାକି ରହିଛି । ସେପଟେ ସରୋଜ ସେଠୀକୁ ନେଇ ଘଟଣାସ୍ଥଳରେ ଡେମୋ କରୁଛି ଏସଆଇଟି । ଡେମୋକୁ ଅନୁଧ୍ୟାନ କରୁଛନ୍ତି ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.