Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଯଦୁପୁର ନାବାଳିକା ହତ୍ୟା ମାମଲା: ଗିରଫ ଅଭିଯୁକ୍ତ ସରୋଜ ସେଠୀର ହେବ ନାର୍କୋ ଟେଷ୍ଟ, କୋର୍ଟଙ୍କ ଅନୁମତି ଲୋଡ଼ିଛି ଏସଆଇଟି

4/01/2021 at 3:24 PM

ଭୁବନେଶ୍ୱର ୦୪।୦୧ : ପରୀ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ସରୋଜ ସେଠୀର ହେବ ନାର୍କୋ ଟେଷ୍ଟ। ଏଥିପାଇଁ ପକ୍ସୋ କୋର୍ଟରେ ଅନୁମତି ଲୋଡ଼ିଛି ଏସଆଇଟି। ସରୋଜକୁ ରିମାଣ୍ଡରେ ନେବା ପାଇଁ ଏସଆଇଟି ଆବେଦନ କରିଛି।

ପରୀ ହତ୍ୟାକାଣ୍ଡର ୪ ମାସ ପରେ ଏସଆଇଟି ପଡ଼ୋଶୀ ସରୋଜ ସେଠୀକୁ ଗିରଫ କରିଥିଲା। ସରୋଜ ପରୀକୁ ହତ୍ୟା କରି ଦୁଷ୍କର୍ମ କରିଥିବା ଏସଆଇଟି ଖୁଲାସା କରିଥିଲା। ଏଥିସହିତ ସେ ବ୍ୟବହାର କରିଥିବା ଗାମୁଛା ଏବଂ ପରୀର ଲେଗିନ୍ ସ ମଧ୍ୟ ଏସଆଇଟି ଜବତ କରିଥିଲା। ସରୋଜ ଦୋଷ ମାନିଥିବା ଏସଆଇଟି କହିଥିଲା। ଏଥିସହିତ ତାକୁ ନେଇ କ୍ରାଇମ ସିନର ରିକ୍ରିଏଟ କରିଥିଲା। ତେବେ ୧୦ ତାରିଖ ଭିତରେ ଚାର୍ଜସିଟ ଦାଖଲ କରିବା ଲାଗି ହାଇକୋର୍ଟ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଥିବା ବେଳେ ସରୋଜ ବିରୋଧରେ ଦୋଷ ପ୍ରମାଣିତ କରିବା ବିଗ୍ ଚ୍ୟାଲେଞ୍ଜ ହୋଇଛି। ତେଣୁ ଅଧିକ ପ୍ରମାଣ ଯୋଗାଡ଼ କରିବା ଲାଗି ସରୋଜର ନାର୍କୋ ଟେଷ୍ଟ କରିବା ଲାଗି ଅଣ୍ଟା ଭିଡିଛି ଏସଆଇଟି। ସେପଟେ ସରୋଜର ଓକିଲ ଦାବି କରିଛନ୍ତି ଯେ ତାଙ୍କୁ ରିମାଣ୍ଡରେ ନେବା ପାଇଁ ଜୁଭେନାଇଲ କୋର୍ଟର ଅନୁମତି ନିଆଯାଉ। ଏନେଇ ସେ କୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ପିଟିସନରେ ସେ ଦର୍ଶାଇଛନ୍ତି ଯେ ସରୋଜ ନାବାଳକ।

   Related Posts