ପରୀ ମୃତ୍ୟୁ ମାମଲା, ମୃତଦେହ ଉପରେ ପଡିଥିବା ନଡିଆ ବାହୁଙ୍ଗାର ହେବ ଜେନମ୍ ଟେଷ୍ଟ
22/12/2020 at 1:24 PM

କଟକ ୨୨।୧୨: ନୟାଗଡ଼ ପରୀ ମୃତ୍ୟୁ ମାମଲାରେ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ହତ୍ୟାକାଣ୍ଡରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ବେଳେ ଆଜି ଘଟଣାର ତଦନ୍ତ କରୁଥିବା ଏସ୍ଆଇଟ୍ ମୁଖ୍ୟ ପ୍ରେସ୍ମିଟ୍ ଜରିଆରେ ଅଧିକ ତଥ୍ୟା ସାମ୍ନାରେ ରଖିଛନ୍ତି । ଖାସ୍ କରି ଅଭିଯୁକ୍ତ ଜଣଙ୍କ କିପରି ହତ୍ୟା କଲା ଏବଂ ହତ୍ୟା ପରେ ମୃତଦେହ ସହ ଯୌନ ସଂପର୍କର ରଖିଥିଲା । ସେନେଇ ଅଧିକ ତଥ୍ୟା ରଖିଛନ୍ତି ଏସ୍ଆଇଟି ମୁଖ୍ୟ ।
ସେହିପରି ଏସ୍ଆଇଟି ମୁଖ୍ୟ କହିଛନ୍ତି ଯେ, ପରୀ ମୃତ୍ୟୁ ମାମଲାରେ ବେଶୀ ଚାଞ୍ଚଲ୍ୟକର ତଥ୍ୟ ହେଉଛି ଅଭିଯୁକ୍ତ ସରୋଜ ପରୀର ମୃତଦେହ ସହ ଯୌନ ସଂପର୍କ ରଖିଥିଲା । ମୃତ ଦେହକୁ ଅଖାରେ ରଖି ପୋଖରୀ କୂଳରେ ଫିଙ୍ଗି ଦେଇଥିଲା । ମୃତଦେହକୁ ଅଖାରେ ଲୁଚାଇ ପୋଖରୀ କୂଳରେ ଫିଙ୍ଗିଦେଇଥିଲା ଅଭିଯୁକ୍ତ । ମୃତଦେହକୁ ଲୁଚାଇଥିବା ପାଇଁ ତାଉପରେ ନଡିଆ ବାହୁଙ୍ଗା ଘୋଡାଇଦେଇଥିଲା । ତେଣୁ ଆଗକୁ ନଡିଆ ଗଛର ଜେନମ୍ ଟେଷ୍ଟ କରାଯିବ । ‘ଯେଉଁ ଗଛରୁ ବାହୁଙ୍ଗା କଟାଯାଇଛି ତାର ମଧ୍ୟ ଜେନମ୍ ଟେଷ୍ଟ କରାଯିବ । ହାଇଦ୍ରାବାଦର CCMB ଓ ଦିଲ୍ଲୀର NIPGRକୁ ‘ଟେଷ୍ଟ ପାଇଁ ପଠାଯିବ ବାହୁଙ୍ଗା ।