Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶୀତ ଖେଳୁଛି ଲୁଚକାଳି : ଆଜି ବଢିବ ଥଣ୍ଡା, କିନ୍ତୁ କାଲି କମିଯିବ
  • ||
  • ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ମୁଖ୍ୟ ଶାସନ ସଚିବ
  • ||
  • ଜି.ଉଦୟଗିରି: ମିନିବସରେ ଲାଗିଲା ନିଆଁ
  • ||
  • ଟାଙ୍ଗୀ: ବାଲିନାଶିରେ ୨ ଭାଇଙ୍କୁ ଗୋଡ଼େଇ ଗୋଡ଼େଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି
  • ||
  • ବଲାଙ୍ଗୀର: ବେଆଇନ୍ ବାଲି ବୋଝେଇ ଟ୍ରାକ୍ଟର ଜବତ, ମାଲିକଙ୍କ ଉପରେ ୨୦ ହଜାର ଟଙ୍କାର ଫାଇନ୍ ଲଗାଇଲେ ତହସିଲଦାର
  • ||
  • ରାଇରଙ୍ଗପୁର: କଲୋନୀରେ ଅଗ୍ନିକାଣ୍ଡ, ଜଳି ପାଉଁଶ ହୋଇଗଲା ୨ ବଖରା ଘର
  • ||
  • ନବରଙ୍ଗପୁର : ନିଖୋଜ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର
  • ||
  • କାମାକ୍ଷାନଗର : ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା, ଜଣେ ମୃତ, ଜଣେ ଗୁରୁତର
  • ||
  • ବଲାଙ୍ଗୀର: ଆକ୍ସନ ମୋଡ୍‌ରେ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ, ଆରମ୍ଭ କଲେ ନୂଆ ପ୍ରକଳ୍ପ
  • ||
  • ବରଗଡ : ବାଲି ବୋଝେଇ ଟ୍ରାକ୍ଟର ଓ ବାଇକ୍ ମୁହାଁମୁହିଁ ଧକ୍କା, ୨ ଜଣ ମୃତ
  • ||

‘ପରୀ’ ହତ୍ୟା ପ୍ରସଙ୍ଗ : ଶୁଣାଣି ଚାଲିଛି, ତଦନ୍ତ ଆଗଉଛି ତଥାପି ଥମୁନି ଆନ୍ଦୋଳନ

9/12/2020 at 7:05 PM

ନୟାଗଡ ୦୯/୧୨ : ନୟାଗଡ ବହୁ ଚର୍ଚ୍ଚିତ ପରୀ ହତ୍ୟା ଘଟଣାରେ ଆଜି ଜିଲ୍ଲାପାଳ ଏବଂ ଏସ୍.ପି. ଭିଡିଓ କନଫରେନ୍ସି ମାଧ୍ୟମରେ ଜାତୀୟ ଶିଶୁ ଅଧିକାର ସୂରକ୍ଷା ଆୟୋଗ ନିକଟରେ ହାଜର ହୋଇ ପକ୍ଷ ରଖିଛନ୍ତି । ଏପେଟେ ନୟାଗଡରେ ତଦନ୍ତ କରୁଥିବା ଏସଆଇଟି ଯଦୁପୁରର ଗାଁର ୬୧ ଜଣ ରକ୍ତ ନମୂନା ସଂଗ୍ରହ କରି ତଦନ୍ତକୁ ଆଗକୁ ବଢାଇଛି । ସେପଟେ ପରୀ ପ୍ରସଙ୍ଗରେ ସିବିଆଇ ତଦନ୍ତ ଓ ମନ୍ତ୍ରୀଙ୍କ ବହିଷ୍କାର ଦାବିରେ ବିଜେପି ପଦଯାତ୍ରା କରିବାକୁ ଘୋଷଣା କରିଛି।

ହାଜର ହେଲେ ଜିଲ୍ଲାପାଳ ଓ ଏସପି। ପରୀ ହତ୍ୟା ଘଟଣାରେ ଜାତୀୟ ଶିଶୁ ଅଧିକାର ସୂରକ୍ଷା ଆୟୋଗଙ୍କ ନିକଟରେ ନୟାଗଡ଼ ଜିଲ୍ଲାପାଳ ଏବଂ ଏସପି । ଭିଡିଓ କନଫରେନ୍‌ସିଂ ଜରିଆରେ ହାଜର ହୋଇ ନିଜ ପକ୍ଷ ରଖିଛନ୍ତି।  ବିଜେପି ଜାତୀୟ ମୁଖପାତ୍ର  ସମ୍ବିତ ପାତ୍ରଙ୍କ ଅଭିଯୋଗ ପରେ  ଘଟଣା ସଂପର୍କରେ ପକ୍ଷ ରଖିବାକୁ ଉଭୟଙ୍କୁ ନୋଟିସ୍ ଦେଇଥିଲେ  ଜାତୀୟ ଶିଶୁ ସୁରକ୍ଷା ଆୟୋଗ ।

୪ ମାସ ହୋଇଗଲାଣି ପରୀର ମୃତ୍ୟୁ କେମିତି ହେଲା କିଏ ତାକୁ ହତ୍ୟା କଲା ତାହା ଜଣା ପଡ଼ିଲାନାହିଁ। କିନ୍ତୁ ଆରମ୍ଭରୁ ପୋଲିସର କାର୍ଯ୍ୟଶୈଳୀ ଉପରେ ଉଠିଥିଲା ପ୍ରଶ୍ନ ଯାହା ଉପରେ ଆଜି ଏନସିପିସିଆରରେ ପକ୍ଷ ରଖିଛନ୍ତି ଜିଲ୍ଲାପାଳ ଏବଂ ଏସପି

ସେପଟେ ତଦନ୍ତ ଚଳାଇଥିବା ଏସଆଇଟି ଆଜି ଅଷ୍ଟମ ଦିନରେ ଯଦୁ ପୁର ଗାଁକୁ ନଯାଇ ବନବିଭାଗ ଡାକବଙ୍ଗଳା ଠାରେ ତଦନ୍ତ ପ୍ରକ୍ରିୟା ଆଗକୁ ନେଇଛି।  ପୂର୍ବରୁ ତିନୋଟି ପଯ୍ୟାୟରେ ୪୦ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରିଥିବା ଏସଆଇଟି ଆଜି ୭୮ ଜଣଙ୍କ ରକ୍ତ ନମୁନା ସଂଗ୍ରହ କରିବାକୁ ନୋଟିସ କରିଥିଲା। ସେମାନଙ୍କ ମଧ୍ୟରୁ ୬୧ ଜଣ ହାଜର ହୋଇଥିଲେ । ରକ୍ତ ନମୁନା ସଂଗ୍ରହ ହୋଇଥିବା ଲୋକେ ଯଦୁପୁର ଚଷା ସାହିର ୧୫ ରୁ ୫୦ବର୍ଷ  ବୟସର ବୋଲି ଜଣାପଡିଛି ।

ସେପଟେ ବିଜେପିର ପଦଯାତ୍ରା ଘୋଷଣା।  ପରୀ ହତ୍ୟାକାଣ୍ଡ ଘଟଣାରେ ସିବିଆଇ ତଦନ୍ତ ଓ କୃଷିମନ୍ତ୍ରୀଙ୍କ ବହିସ୍କାର ଦାବି କରି ନୟାଗଡ ଠାରେ ବିଜେପିର ଗଣାଧାରଣା ପଞ୍ଚମ ଦିନରେ ପହଞ୍ଚିଛି । ଧାରଣାରେ ପରୀର ବାପାମା ସାମିଲ ହୋଇଛନ୍ତି । ଏଥିସହିତ ଡିସେମ୍ବର ୧୫ରୁ ୨୦ ତାରିଖ ଯାଏ ରାଜ୍ୟର ୧୪୭ ନିର୍ବାଚନ ମଣ୍ଡଳୀରେ ପଦଯାତ୍ରା କରିବ ଭିଜେପି । ସେହିପରି ୨୧ ତାରିଖରେ ଭୁବନେଶ୍ବରରୁ ପରୀ ଗାଁ ଯଦୁପୁରକୁ ବିଜେପି ପଦଯାତ୍ରା କରିବ ବୋଲି ମଧ୍ୟ ଘୋଷଣା କରିଛି ।ସେପଟେ କଂଗ୍ରେସ କହିଛି ପରୀ ପ୍ରସଙ୍ଗକୁ ସେମାନେ ପ୍ରଥମରୁ ଉଠାଇଛନ୍ତି ଓ ଆନ୍ଦୋଳନକୁ ଆହୁରି ବ୍ୟାପକ କରିବେ ।

ପରୀ ପ୍ରସଙ୍ଗରେ ହତ୍ୟାକାରୀ ସଂପର୍କରେ ସୁରାକ ମିଳୁନାହିଁ। ଏଣେ ବିରୋଧୀ ଏହି ପ୍ରସଙ୍ଗରେ ଚାପ ବଢ଼ାଇବାରେ ଲାଗିଛନ୍ତି  ।

   Related Posts