Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ବୟସ ମାମଲାରେ ପକ୍ସୋ କୋର୍ଟରେ ହାଜର ହେଲା ପରୀ ଅଭିଯୁକ୍ତ ସରୋଜ : ଶୁଣାଣି ଶେଷ, ରାୟ ସଂରକ୍ଷିତ

5/01/2021 at 2:29 PM

ନୟାଗଡ ୫।୧: ନୟାଗଡ ଯଦୁପୁର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ରାୟ ସଂରକ୍ଷିତ ରହିଛି । ପକ୍ସୋ କୋର୍ଟରେ ଶୁଣାଣି ସରିଛି । ତେବେ ରାୟକୁ ସଂରକ୍ଷିତ ରଖିଛନ୍ତି କୋର୍ଟ । ଅଭିଯୁକ୍ତ ସରୋଜର ବୟସକୁ ନେଇ ଚାଲିଥିଲା ଶୁଣାଣି । ଆଜି ବି ସରୋଜକୁ କୋର୍ଟରେ ହାଜର କରିଥିଲା ଏସଆଇଟି ।

ସରୋଜ ନାବାଳକ ଥିବାରୁ ତାର ଶୁଣାଣି ଜୁଭେନାଇଲ କୋର୍ଟରେ କରିବାକୁ ସରୋଜର ଓକିଲ କୋର୍ଟରେ ଆବେଦନ କରିଛନ୍ତି । ସରୋଜର ଓକିଲ ତାଙ୍କ ଜନ୍ମ ସାର୍ଟିଫିକେଟ୍ ଏବଂ ମାଟ୍ରିକ୍ ସାର୍ଟିଫିକେଟ୍ କୋର୍ଟରେ ଦାଖଲ କରିଛନ୍ତି । ତେବେ ଏହାର ରାୟକୁ ସଂରକ୍ଷିତ ରଖିଛନ୍ତି କୋର୍ଟ ।

ସେପଟେ ପରୀ ପ୍ରସଙ୍ଗରେ ଆଜିଠୁ ପୁଣି ବିଜେପି କରିବ ପଦଯାତ୍ରା । ଆଜିଠୁ ଜାନୁଆରୀ ୧୨ ତାରିଖ ଯାଏଁ ସାରା ଓଡିଶାରେ ୧୦ହଜାର ସ୍ଥାନରେ ଗ୍ରାମ ଦେବତୀଙ୍କ ପାଖରେ ପୂଜାର୍ଚ୍ଚନା କରି ପଦଯାତ୍ରା କରିବ ବିଜେପି । ପ୍ରସିଦ୍ଧ ଦେବୀ ପୀଠଗୁଡିକରେ ବିଜେପି ପକ୍ଷରୁ ଦୀପ ଦାନ କରାଯିବ । ଆସନ୍ତା ୧୨ରୁ ୧୫ ତାରିଖ ଯାଏଁ ସବୁ ଜିଲ୍ଲା ମୁଖ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ ହେବ । ଦୋଷୀଙ୍କୁ ଗିରଫ କରିବା ସହିତ ମାମଲାରେ CBI ତଦନ୍ତ ଦାବିରେ ଆନ୍ଦୋଳନ କରିବ ବିଜେପି ମହିଳା ମୋର୍ଚ୍ଚା । ପରୀକୁ ନ୍ୟାୟ ଦେବା ଲାଗି ବିଜେପି ମହିଳା ମୋର୍ଚ୍ଚା ଆନ୍ଦୋଳନକୁ ତୀବ୍ର କରିବ ।

   Related Posts