Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କରୋନାରେ ଅଧିକ ପ୍ରଭାବିତ ୧୦୦ ଜିଲ୍ଲାର କଲେକ୍ଟରଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||
  • ଶ୍ରୀମନ୍ଦିର ବନ୍ଦ, ସେବାୟତ ପରିବାରଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ପ୍ରଦାନ କଲା ଶ୍ରୀ ମନ୍ଦିର ପ୍ରଶାସନ
  • ||
  • କୋଭିସିଲ୍ଡର ଦୁଇ ଡୋଜ୍ ମଧ୍ୟରେ ବ୍ୟବଧାନ ରହିବ ୧୨ ରୁ ୧୬ ସପ୍ତାହ, ପ୍ରସ୍ତାବକୁ ସ୍ଵୀକାର କଲେ କେନ୍ଦ୍ର ସରକାର
  • ||
  • କରୋନା ଲଢେଇରେ ମିଳିଲା ତୃତୀୟ ଅସ୍ତ୍ର ! ଆଗାମୀ ସପ୍ତାହରେ ବଜାରରେ ମିଳିବ ସ୍ପୁଟନିକ୍-ଭି, ଜୁଲାଇରେ ଦେଶରେ ଆରମ୍ଭ ହେବ ଉତ୍ପାଦନ
  • ||
  • ପାଟନା : ମେ’ ୨୫ ଯାଏଁ ରାଜ୍ୟରେ ବଢିଲା ଲକ୍‌ଡାଉନ୍, ବିହାର ମୁଖ୍ୟମନ୍ତ୍ରୀ କଲେ ଘୋଷଣା
  • ||
  • ମୁମ୍ବାଇ : ଟିଭି ଅଭିନେତା ରାଜୀବ ପାଲ୍ କରୋନା ସଂକ୍ରମିତ, ହସ୍ପିଟାଲରେ ଭର୍ତ୍ତି
  • ||
  • ନୂଆଦିଲ୍ଲୀ : ବାଜା, ବାଣ, ବରଯାତ୍ରୀ ବିନା ବାହାଘର, ବାଇକ୍‌ରେ କନ୍ୟାକୁ ସାଙ୍ଗରେ ନେଇ ଘରକୁ ଫେରିଲେ ବର
  • ||
  • ଭଦ୍ରକ : ଷଣ୍ଢ ବୋଝେଇ ପିକଅପ୍ ଭ୍ୟାନ୍ ଅଟକ ରଖିଲେ ଗ୍ରାମବାସୀ, ଗୋଟିଏ ଷଣ୍ଢ ମୃତ, ୨ଟି ଉଦ୍ଧାର
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୬୪୯ ପଜିଟିଭ୍
  • ||
  • ମାଡି ଆସୁଛି ବାତ୍ୟା ‘ତଉକ୍ତେ’, ଓଡିଶା ଉପରେ କଣ ରହିବ ପ୍ରଭାବ
  • ||

ସିଦ୍ଧୁଙ୍କ ବୟାନରେ ପରେଶ ରାୱଲଙ୍କ ଟ୍ୱିଟ : କହିଲେ ସୋନିଆ ଗାନ୍ଧୀଙ୍କ ଠାରୁ ସୋନି ଟିଭି ବୁଦ୍ଧିମାନ

18/02/2019 at 1:40 PM

ଦିଲ୍ଲୀ ୧୮/୨ : ପୁଲଓ୍ବାମାରେ ଭାରତୀୟ ଯବାନଙ୍କ ଉପରେ ଆତ୍ମଘାତୀ ହମଲା ପରେ ପୂର୍ବତନ କ୍ରିକେଟ ଖେଳାଳି ତଥା ପଞ୍ଜାବର କଂଗ୍ରେସ ମନ୍ତ୍ରୀ ନବଜୋତ ସିଂ ସିଦ୍ଧୁଙ୍କ ବୟାନ ଦେଶରେ ହଇଚଇ ସୃଷ୍ଟି କରିଛି | ସିଦ୍ଧୁଙ୍କ ବିବାଦୀୟ ବୟାନ ପାଇଁ ତାଙ୍କୁ କପିଲ ଶର୍ମା ଶୋ’ରୁ ମଧ୍ୟ ବିଦା କରିଦିଆଯାଇଛି | ସିଦ୍ଧୁଙ୍କୁ କଂଗ୍ରେସ ଦଳରୁ ବହିଷ୍କୃତ କରିବା ପାଇଁ କଂଗ୍ରେସ କର୍ମୀ ଦାବି କରିଛନ୍ତି | ସିଦ୍ଧୁଙ୍କ ବୟାନ ଉପରେ ଟାର୍ଗେଟ କରି ବିଜେପି ସାଂସଦ ତଥା ବଲିଉଡ ଅଭିନେତା ପରେଶ ରାୱଲ ଟ୍ୱିଟ କରିଛନ୍ତି | ପରେଶ ରାୱଲ ସୋନିଆ ଗାନ୍ଧୀଙ୍କୁ ଆକ୍ଷେପ କରି ଟ୍ୱିଟ କରିଛନ୍ତି |


ପରେଶ ରାୱଲ ଟ୍ୱିଟ କରି କହିଛନ୍ତି ଯେ, କପିଲ ଶର୍ମା ଶୋ’ ପ୍ରସାରଣ କରୁଥିବା ସୋନି ଟିଭି ସୋନିଆ ଗାନ୍ଧୀଙ୍କ ଠାରୁ ବୁଦ୍ଧିମାନ |


ପରେଶ ରାୱଲ କହିଛନ୍ତି ଯେ, ଭାରତୀୟ ଯବାନଙ୍କ ଉପରେ ପାକିସ୍ତାନ ଆତଙ୍କବାଦ ଆକ୍ରମଣ ନିହାତି ନିନ୍ଦନୀୟ | ଯେକୌଣସି କୋଣରୁ ହିଂସା ଆଦୌ ଭଲ ନୁହେଁ | ଯିଏ ଏହି ହମଲା କରିଛି ତାକୁ ଦଣ୍ଡ ମିଳିବ ଉଚିତ ବୋଲି କହିଥିଲେ ପରେଶ ରାୱଲ | କିନ୍ତୁ ସିଦ୍ଧୁଙ୍କ ବୟାନ ସାଧାରଣ ଜନତାଙ୍କୁ ମର୍ମାହତ କରିଛି | ଯେଉଁଥିପାଇଁ ତାଙ୍କୁ ଶୋ’ରୁ ବାହାର କରି ଦିଆଯାଇଛି |

SONY has more sense than SONIA ! https://t.co/xMsZGmONr1— Paresh Rawal (@SirPareshRawal) February 17, 2019


ପୁଲଓ୍ବାମାରେ ଆତଙ୍କବାଦ ହମଲା ପରେ ସିଦ୍ଧୁ କହିଥିଲେ ଯେ, ହମଲା ପାଇଁ କୌଣସି ଦେଶକୁ ଦୋଷ ଦେବା ଅନୁଚିତ | କିଛି ଲୋକଙ୍କ ପାଇଁ ଗୋଟିଏ ଦେଶ ବଦନାମ ହେଉଛି | ସିଦ୍ଧୁଙ୍କ ଏହି ବୟାନରେ ଜନତାଙ୍କ ମଧ୍ୟରେ ଆକ୍ରୋଶ ବଢିଥିଲା |

   Related Posts