ଅଭିନେତା ପରେଶ ରାଓ୍ବଲଙ୍କ ଡ୍ରାଇଭର ଦୁଷ୍କର୍ମ ଅଭିଯୋଗରେ ଗିରଫ

Published By : Prameya-News7 Bureau | August 24, 2019 IST

ମୁମ୍ବାଇ ୨୪/୮: ବଲିଉଡ ଅଭିନେତା ପରେଶ ରାଓ୍ବଲଙ୍କ ଗାଡ଼ି ଚଲାଉଥିବା ଡ୍ରାଇଭରକୁ ଡିଏନ ନଗର ପୋଲିସ୍ ଦୁଷ୍କର୍ମ ଅଭିଯୋଗରେ ଗିରଫ କରିଛି। ଅଭିଯୁକ୍ତର ନାଁ ଅଶୋକ। ପୋଲିସର କହିବାନୁସାରେ,ଜଣେ ୩୫ବର୍ଷ ବୟସ୍କା ମହିଳାଙ୍କ ଅଭିଯୋଗରେ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରାଯାଇ ତାକୁ ଗିରଫ କରାଯାଇଛି।

ସୂଚନା ଅନୁଯାୟୀ ଉକ୍ତ ମହିଳା ପୋଲିସକୁ କହିଛନ୍ତି ଯେ ଅଭିଯୁକ୍ତ ତାଙ୍କୁ ଦୁଷ୍କର୍ମ କରିଛି ଏବଂ ତାଙ୍କ ଭିଡିଓ କରି ବ୍ଲାକମେଲ୍ କରୁଛି। କେବଳ ଏତିକି ନୁହେଁ, ସେ ଭିଡିଓକୁ ଇଣ୍ଟରନେଟରେ ମଧ୍ୟ ଅପଲୋଡ କରି ଦେଇଛି।

ଅଗଷ୍ଟ ୧୬ତାରିଖରେ ଡିଏନ ନଗର ପୋଲିସ୍ ଷ୍ଟେସନର ଏକ ଟିମ୍ ପରେଶଙ୍କ ଘରକୁ ଅଭିଯୁକ୍ତକୁ ଗିରଫ କରିବା ଲାଗି ଆସି ପହଞ୍ଚିଥିଲେ। ଏହା ପରେ ଘରର ଅନ୍ୟ ଡ୍ରାଇଭରଙ୍କ ସହାୟତାରେ ପୋଲିସ୍ ଦୁଇ ଦିନ ତଳେ ଅଶୋକକୁ ଜୁହୁ ଅଞ୍ଚଳରୁ ଗିରଫ କରିଥିଲା। ଏହି ମାମଲାରେ ଅଭିନେତା ପରେଶ ରାଓ୍ବଲଙ୍କ ତରଫରୁ କୌଣସି ବୟାନ ସାମନାକୁ ଆସିନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.