Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକଣା କଡାକଡି କଲା ହଙ୍ଗକଙ୍ଗ, ବାହାର ଦେଶର ନାଗରିକଙ୍କ ପ୍ରବେଶ ଉପରେ ରୋକ୍
  • ||
  • ଟଳିଗଲା ମୃତ୍ୟୁ, ଅଳ୍ପକେ ମରଣ ମୁହଁରୁ ବର୍ତ୍ତିଲେ କଲେଜ ଛାତ୍ରୀ ଓ ସ୍କୁଟି ଚାଳକ : ସିସିଟିଭିରେ ଛାତିଥରା ଦୃଶ୍ୟ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୧୧କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୨୮ କରୋନା ସଂକ୍ରମିତ, ୧୦୪୯୧୦୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୬ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୦ ମୃତ
  • ||
  • ହଠାତ ହେଲା ବରଫ ଝଡ, ପବ୍‌ରେ ଫସିଗଲେ ୬୧ ଗ୍ରାହକ : ୩ ଦିନ ପରେ ଉଦ୍ଧାର
  • ||
  • ମା’ ସୁରେଶ୍ୱରୀ ମନ୍ଦିରରୁ ଚୋରି, ନେଇଗଲେ ଦେବୀଙ୍କ ରୁପା ମୁକୁଟ
  • ||
  • ବୁଧବାରଠୁ କମ୍ପିବ ବିଧାନସଭା, ଅଧିବେଶନ ପୂର୍ବରୁ ରଣନୀତି ପ୍ରସ୍ତୁତ କରିବେ ଶାସକ ଓ ବିରୋଧି
  • ||
  • ଆସୁଛି ବାତ୍ୟା ‘ଜଓ୍ୱାଦ’, ୪ ତାରିଖରେ କରିବ ଲ୍ୟାଣ୍ଡଫଲ
  • ||
  • ଜଗତସିଂହପୁରରେ ‘ସାଗର କବଚ ଓଡି-୨୧’, ସମରାଭ୍ୟାସରେ ସାମିଲ ଭାରତୀୟ ତଟରକ୍ଷୀ ବାହିନୀ ଓ ମେରାଇନ୍ ପୋଲିସ
  • ||

୧୪ବର୍ଷରୁ କମ୍ ବୟସର ପିଲାମାନଙ୍କ ସହ କରୋନା ଓ୍ବାର୍ଡରେ ରହିପାରିବେ ବାପା-ମା’, ରହିଛି ଏଭଳି ସର୍ତ୍ତ

15/06/2021 at 11:17 AM

ନୂଆଦିଲ୍ଲୀ ୧୫।୬: କରୋନା ସଂକ୍ରମିତ ଶିଶୁ ଯଦି ହସ୍ପିଟାଲରେ ଭର୍ତ୍ତି ହୁଅନ୍ତି ତେବେ ସେମାନଙ୍କ ଅଭିଭାବକଙ୍କୁ କୋଭିଡ୍ ଓ୍ବାର୍ଡରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇପାରିବ । ସେମାନଙ୍କୁ ପିପିଇ କିଟ୍ ପିନ୍ଧି ସେଠାରେ ରହିବାକୁ ଅନୁମତି ଦେଇପାରିବେ ହସ୍ପିଟାଲ କର୍ତ୍ତୃପକ୍ଷ । କୋରାନର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଦିଲ୍ଲୀ ସରକାରଙ୍କ ପକ୍ଷରୁ ଗଠିତ ହୋଇଥିବା ବିଶେଷଜ୍ଞ କମିଟି ଏଭଳି ପରାମର୍ଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଖୁବ୍ ଶୀଘ୍ର ଏ ନେଇ ନିଷ୍ପତ୍ତି ନେବେ ।

ଆଇସିୟୁରେ ଛୋଟ ପିଲାଙ୍କ ଦେଖାଶୁଣା କରିବାକୁ ସ୍ବାସ୍ଥ୍ୟକର୍ମୀଙ୍କୁ ପ୍ରଶିକ୍ଷଣ ଦେବା ଜରୁରୀ ବୋଲି କମିଟି ପରାମର୍ଶ ଦେଇଛି । ଶିଶୁମାନଙ୍କ ପାଇଁ ପେଡିଆଟ୍ରିକ୍ ଆଇସିୟୁ ପ୍ରସ୍ତୁତ ରଖିବାକୁ ମଧ୍ୟ କମିଟି ପରାମର୍ଶ ଦେଇଛି । କରୋନାର ତୃତୀୟ ଲହର ପାଇଁ ୧୦ ହଜାରରୁ ଅଧିକ ଆଇସିୟୁ ବେଡ୍ ପ୍ରସ୍ତୁତ କରିବାର ଯୋଜନା କରାଯାଉଛି । ଏହା ଅକ୍ସିଜେନ୍ ଓ୍ବାର୍ଡଠାରୁ ଅଲଗା ହେବ ।

ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ ଅନୁସାରେ ଅଭିଭାବକଙ୍କୁ ସେତେବେଳେ କୋଭିଡ୍ ଓ୍ବାର୍ଡରେ ପ୍ରବେଶ ପାଇଁ ଅନୁମତି ମିଳିବ ଯେତେବେଳେ ପିଲାଟି ଅତ୍ୟଧିକ କାନ୍ଦୁଥିବ । ବାପା-ମା’ ବିନା ତାକୁ ସମ୍ଭାଳିବା କଷ୍ଟକର ହେଉଥିବ । ଏହି ନିୟମ କେବଳ ୧୪ବର୍ଷରୁ କମ୍ ବୟସର ପିଲାମାନଙ୍କ ପାଇଁ ହିଁ ଲାଗୁ ହେବ । ଅଭିଭାବକଙ୍କ ରହିବା ପାଇଁ ହସ୍ପିଟାଲରେ ଅଲଗା କେନ୍ଦ୍ର କରାଯିବ ।

ଶିଶୁମାନଙ୍କୁ କେମିତି ସମ୍ଭାଳିବେ, କେମିତି ଚିକିତ୍ସା କରିବେ, ଏଥିପାଇଁ ପ୍ରଶିକ୍ଷଣ ନେଇଥିବା ସ୍ବାସ୍ଥ୍ୟକର୍ମୀମାନଙ୍କ ଟିମ୍ ଗଠନ କରିବାକୁ କମିଟି ପରାମର୍ଶ ଦେଇଛି ।

   Related Posts