ପଡୋଶୀ ଯୁବକଙ୍କୁ ପ୍ରେମ କରୁଥିଲା ନାବାଳିକା, ତଣ୍ଟିରେ ଓଢଣୀ ଗୁଡାଇ ଝିଅକୁ ମାରିଦେଲେ ବାପା-ମାଆ

Published By : Prameya-News7 Bureau | January 09, 2021 IST

ମିର୍ଜାପୁର,୦୯/୦୧: ନିଜ ସନ୍ତାନ-ସନ୍ତତିଙ୍କୁ ବାପା ମାଆ ହିଁ ଦୁନିଆରେ ସବୁଠାରୁ ଅଧିକ ଭଲ ପାଇଥାନ୍ତି । କିନ୍ତୁ ଉତ୍ତର ପ୍ରଦେଶରେ ଏକ ଏପରି ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଦେଇଛି । ମିର୍ଜାପୁର ସହରରେ ଜନ୍ମକଲା ବାପା-ମାଆ ନିଜ ଝିଅର ବେକରୁ ଓଢଣୀ ଗୁଡାଇ ହତ୍ୟା କରିଛନ୍ତି ।

ସୂଚନାନୁସାରେ, ମିର୍ଜାପୁରର ଜମାଲପୁରରେ ଏକ ଚାଷ ଜମିରେ ଗତ ୫ ତାରିଖରେ ଜଣେ ଯୁବତୀଙ୍କ ମୃତଦେହ ମିଳିଥିଲା । ପୋଲିସକୁ ଏନେଇ ସୂଚନା ଦିଆଯାଇଥିଲା । ମତଦେହଟି ସିନାଖତ୍ ଅଞ୍ଚଳି ଓରଫ ପୁଷ୍ପାଙ୍କର ହୋଇଥିବା ଜଣା ପଡିଥିଲା । ଯାହାଙ୍କ ବୟସ ୧୭ । ସେ ନିଜ ଘର ପାଖରେ ରହୁଥିବା ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ । କିନ୍ତୁ ଏହି ସମ୍ପର୍କ ତାଙ୍କ ବାପା-ମାଆଙ୍କୁ ପସନ୍ଦ ଆସିନଥିଲା । ଅଞ୍ଜଳି ୪-୫ ଥର ପ୍ରେମିକ ସହ ଧରା ମଧ୍ୟ ପଡିଛନ୍ତି । ସେ ପ୍ରେମିକକୁ ବିବାହ କରିବାକୁ ଚାହୁଁଥିଲେ କିନ୍ତୁ ପ୍ରେମିକ ରାଜି ନଥିଲା ।

ଜାନୁଆରୀ ୨ ତାରିଖ ରାତି ୧୦ଟାରେ ଅଞ୍ଜଳିଙ୍କୁ ବାପା-ମାଆ ଗାଳି କରିଥିଲେ । ଏପରିକି ପ୍ରେମ କରୁଥିବା ଯୁବକଙ୍କୁ ଭୁଲିଯିବାକୁ କହିଥିଲେ । କିନ୍ତୁ ସେ ଏପରି କରିପାରି ନଥିଲେ । ଏଥିରେ ରାଗିଯାଇ ବାପା-ମାଆ ଝିଅର ଓଢଣୀରେ ଅଞ୍ଜଳିଙ୍କ ବେକକୁ ଚିପି ଦେଇଥିଲେ । ଏଥିରେ ତାଙ୍କର ମୃତ୍ୟୁ ହୋଇଥିଲା ।

ହତ୍ୟା କରିବା ପରେ ପରିବାର ଲୋକେ ଘରେ ତାଲା ପକାଇ ଚାଲିଯାଇଥିଲେ । ଜାନୁଆରୀ ୪ରେ ଯୋଜନା କରି ପାଖରେ ଥିବା ଏଖ ଜମିରେ ମୃତଦେହକୁ ଫିଙ୍ଗି ଦେଇଥିଲେ । ପୋଲିସ ତଦନ୍ତ କରି ଅଭିଯୁକ୍ତ ବାପା-ମାଆକୁ ଜେଲ୍ ପଠାଇ ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.