Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଗିରଫ
  • ||
  • ମିର୍ଜାପୁରରେ କଂଗ୍ରେସ ନେତା ଦିଗ୍‌ବିଜୟ ସିଂହଙ୍କ ବଡ଼ ବୟାନ, କହିଲେ- ପାକିସ୍ତାନ ଯିବାକୁ ଚାହୁଁଛି
  • ||
  • ରାଜନୀତିରେ ପ୍ରବେଶ କଲେ ସୁପରଷ୍ଟାର୍ ରଜନୀକାନ୍ତ
  • ||
  • ବଢିଲା LPG ସିଲିଣ୍ଡର ଦର ଏବେ ବିନା ସବସିଡି ଉପଭୋକ୍ତାଙ୍କୁ ଦେବାକୁ ପଡିବ ଅଧିକ ୫୦ଟଙ୍କା
  • ||
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||

ବାପା ମାଆ ପବଜୀ ଗେମ୍ ଖେଳୁଥିବାରୁ ଗାଳି କରିବାରୁ ବେକରେ ଫାଶି ଦେଇ ଆତ୍ମହତ୍ୟା କଲା ଯୁବକ

8/06/2019 at 12:15 PM

ଭାଗଲପୁର ୮/୬: ମୋବାଇଲରେ ପବଜୀ ଗେମ୍ ଖେଳୁଥିବାରୁ ବାପା ମାଆ ଗାଳି ଦେବାରୁ ୧୭ବର୍ଷ ବୟସ୍କ ଦ୍ବାଦଶ ପାସ୍ ଛାତ୍ର ଗୁରୁବାର ବିଳମ୍ବିତ ରାତିରେ ଛାତର କଡ଼ାରେ ଗାମୁଛାରେ ଫାଶି ଦେଇ ଆତ୍ମହତ୍ୟା କରିଛି। ପୀୟୁଷ କୁମାର ଯାଦବ ନାମକ ମୃତକ ଯୁବକ ହବୀବପୁରର ଦାଉଦବାଟ ବାସିନ୍ଦା ଓକିଲ ରାମବିଳାସ ଯାଦବଙ୍କ ପୁଅ।

ପରିବାର ଲୋକଙ୍କ ସୂଚନା ପାଇ ବିଳମ୍ବିତ ରାତିରେ ପୋଲିସ୍ ଶବକୁ ତଳକୁ ଓହ୍ଲାଇ ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ପୀୟୁଷଙ୍କ ପକେଟରୁ ସୁଇସାଇଡ ନୋଟ୍ ମଧ୍ୟ ମିଳିଛି,ଯାହାକୁ ପୋଲିସ୍ ଜବତ କରିଛି। ପୋଲିସ୍ ଛାତ୍ରଙ୍କ ସ୍ମାର୍ଟଫୋନକୁ ମଧ୍ୟ ଜବତ କରିଛି।

ମୃତକଙ୍କ ବାପାଙ୍କ କହିବାନୁସାରେ ସେ ଗୁରୁବାର ବିଳମ୍ବିତ ରାତିରେ ବାଥରୁମ୍ ଯିବାପାଇଁ ଉଠିବାରୁ ପୀୟୁଶଙ୍କ ଶବ ଛାତ ଉପରେ ଝୁଲୁଥିବାର ଦେଖିଥିଲେ। ସେମାନେ ଏହାର ସୂଚନା ପୋଲିସ୍ ଏବଂ ସମ୍ପର୍କୀୟଙ୍କୁ ଦେଇଥିଲେ।

ସୂଚନା ଅନୁସାରେ ଦ୍ବାଦଶ ପରୀକ୍ଷା ପାସ୍ କରିବା ପରେ ପୀୟୁଷ ସବୁବେଳେ ମୋବାଇଲରେ ପବଜୀ ଗେମ୍ ଖେଳୁଥିଲେ। ରାତି ପାଖାପାଖି ସାଢ଼େ ୧୦ଟାବେଳେ ମାଆ ପୀୟୁଷଙ୍କୁ ଖାଇବାକୁ କହିବାରୁ ସେ ଗେମ୍ ଖେଳିବା କଥା କହି ଖାଇପାକୁ ମନା କରି ଦେଇଥିଲେ। ଏହାପରେ ମାଆ ତାଙ୍କୁ ଗାଳି ଦେଇଥିଲେ। ଏହାପରେ ବାପା ମଧ୍ୟ ତାଙ୍କୁ ଗାଳି କରିଥିଲେ। ମାଆ ବାପା ଶୋଇବା ପରେ ପୀୟୁଷ ବିଳମ୍ବିତ ରାତିରେ ଫାଶି ଲଗାଇ ଆତ୍ମହତ୍ୟା କରିଥିଲେ।

   Related Posts