ପୁଅ କରୋନା ଆକ୍ରାନ୍ତ ହୋଇ ଚିକିତ୍ସାଧିନ, ସହାୟତା ପାଇଁ ବାପା-ମା’ଙ୍କ ଆକୁଳ ନିବେଦନ

Published By : Prameya-News7 Bureau | June 15, 2021 IST

ସାଲେପୁର ୧୫।୬: ପୁଅର ଚିକିତ୍ସାରେ ସହାୟତା ପାଇଁ ବାପା-ମା’ଙ୍କ ଆକୁଳ ନିବେଦନ । ପୁଅର ଚିକିତ୍ସା ପାଇଁ ସବୁ କିଛି ହରାଇଲା ପରେ ଏବେ ନିଃସହାୟ । ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଅନ୍ତର୍ଗତ ବାରବୋଡିଆ ଗାଁରେ ।

ସୂଚନାଯୋଗ୍ୟ ଯେ, ବାରବୋଡ଼ିଆ ଗ୍ରାମର ପବିତ୍ର ମୋହନ ଦଳାଇଙ୍କ ପୁଅ ପ୍ରକାଶ ଦଳାଇ । ତାଙ୍କ ବୟସ ୩୨ ବର୍ଷ । ସେ ଦିଲ୍ଲୀ ସ୍ଥିତ ଏକ ଘରୋଇ କମ୍ପାନୀରେ ଚାକିରୀ କରିଥିଲେ । ସେଠାରେ ସେ କରୋନା ସଂକ୍ରମିତ ହୋଇ ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଲଙ୍ଗ୍ସ ସଂପୂର୍ଣ୍ଣ ଭାବେ ସଂକ୍ରମିତ ହୋଇ ନଷ୍ଟ  ହୋଇଯାଇଛି । ସେଠାରେ ୭୫ ଲକ୍ଷ ଟଙ୍କା ଖର୍ଚ୍ଚ କରିବା ପରେ ଭଲ ନ ହେବାରୁ ପୁଅକୁ ଦିଲ୍ଲୀରୁ ଏୟାର ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଓଡିଶା ଅଣାଯାଇଛି । ଭୁବନେଶ୍ବର ସ୍ଥିତ କିମ୍ସ  ହସପିଟାଲ ସେ ବର୍ତ୍ତମାନ ଚିକିତ୍ସାଧୀନ ଅଛନ୍ତି । କୋଭିଡ୍ ଆକ୍ରାନ୍ତ ହୋଇ ଲଙ୍ଗ୍‌ସଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଜଣାପଡିଛି ।

ଚିକିତ୍ସା ପାଇଁ କୋଟିଏ ଟଙ୍କା ଦରକାର । ପୁଅ ପ୍ରକାଶ ଦଳାଇଙ୍କ ଚିକିତ୍ସା ପାଇଁ ବାପା-ମା’ ସହାୟତା ପାଇଁ ସରକାରୀ ବେସରକାରୀ ଓ ସହହୃଦୟ ବ୍ୟକ୍ତିଙ୍କ ସହଯୋଗ ଲୋଡିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.