ବେଆଇନ ଫି ଆଦାୟକୁ ନେଇ ଅସନ୍ତୋଷ, ସ୍କୁଲ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ ଅଭିଭାବକ

Published By : Prameya-News7 Bureau | March 01, 2021 IST

ବଲାଙ୍ଗୀର ୧।୩: ବଲାଙ୍ଗୀର ଜିଲ୍ଲାରେ ଚଳିତ ଶିକ୍ଷା ବର୍ଷ ପାଇଁ ଆରମ୍ଭ ହୋଇଛି ବିଭିନ୍ନ ସ୍କୁଲ ଗୁଡିକରେ ଛାତ୍ରଛାତ୍ରୀଙ୍କ ନାମଲେଖା । ତେବେ ଘରୋଇ ସ୍କୁଲଗୁଡିକର ଆଡମିଶନ ଫି ବୃଦ୍ଧିକୁ କମାଇବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ହେଲେ କୋର୍ଟଙ୍କ ଆଦେଶକୁ ମଧ୍ୟ ଖୋଲା ଖୋଲି ଉଲଙ୍ଘନ କରୁଛନ୍ତି ବିଭିନ୍ନ ସ୍କୁଲ ମାଲିକ । ତେବେ ଏହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଦେଖାଦେଇଛି ଅସନ୍ତୋଷ । ଏନେଇ ଜିଲ୍ଲାପାଳଙ୍କୁ ବେଆଇନ ଫି ଆଦାୟ ସ୍କୁଲର ବିନା ନାଁରେ କିମ୍ବା ନମ୍ବରରେ ନେଉଥିବା ସହ ରସିଦ ଦେଉଛନ୍ତି ।

ବାଧ୍ୟତାମୂଳକ ଭାବରେ ଅଭିଭାବଙ୍କଠାରୁ ଫି ଆଦାୟ କରୁଛନ୍ତି ଏହି ସବୁକୁ ବନ୍ଦ କରିବା ସହ ସ୍କୁଲ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଛନ୍ତି ଅଭିଭାବକ ସଙ୍ଘ । ସେପଟେ ସ୍କୁଲଗୁଡିକୁ ଅଭିଭାବକମାନେ ଏହାକୁ ନେଇ ବିରୋଧ କରିବାକୁ ଗଲେ ଅଭିଭାବକଙ୍କ ନାଁରେ ଏତଲା ଦେବା ସହ ପୋଲିସ ଭୟ ଦେଖାଉଥିବା ଅଭିଯୋଗ କରିଛନ୍ତି ଅଭିଭାବକ । ଯାହାକୁ ନେଇ ଜିଲ୍ଲାପାଳଙ୍କ ପାଖରେ ନ୍ୟାୟ ପାଇଁ ଦାବି କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.