Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରଥମ ଥର ମୁହଁ ଖୋଲିଲେ ଦିଶା ସାଲିୟନଙ୍କ ମାଆ : କହିଲେ ତାଙ୍କ ଝିଅ ସହ ଘଟିଥିଲା କ’ଣ

8/08/2020 at 11:43 AM

ମୁମ୍ବାଇ ୮/୮:  ସୁଶାନ୍ତ ସିଂହ ରାଜପୁତ ମାମଲାର ଯାଞ୍ଚ କେନ୍ଦ୍ର ଏଜେନ୍ସି କରୁଛି। ସେହିପରି ସୋସିଆଲ୍ ମିଡିଆରେ ଗତ ୨ମାସରୁ ସୁଶାନ୍ତ ଏବଂ ତାଙ୍କ ଏକ୍ସ ମ୍ୟାନେଜର ଦିଶା ସାଲିୟନଙ୍କୁ ନେଇ ଅନେକ ଥିଓରି ଚାଲିଛି। ଏଥିରେ ଏବେ ଦିଶା ସାଲିୟନଙ୍କ ବାପା ମାଆ ମୁହଁ ଖୋଲିଛନ୍ତି। ସେ ଦିଶାଙ୍କ ବିଷୟରେ ସବୁ କ୍ଲିୟର କରିବାକୁ ଉଦ୍ୟମ କରୁଛନ୍ତି। ଏହା ସହିତ ତାଙ୍କ ଝିଅଙ୍କୁ ଦୁଷ୍କର୍ମ ଏବଂ ପ୍ରେଗନେନ୍ସିକୁ ନେଇ ଯେଉଁଭଳି ଗୁଜବ ଚାଲିଛି ତାହାକୁ ମଧ୍ୟ ଖାରଜ କରିଛନ୍ତି। ଏକ ସାକ୍ଷାତକାରରେ ଦିଶାଙ୍କ ମାଆ ବସନ୍ତି ସାଲିୟନ ସବୁ କଥା କହିଛନ୍ତି।

ବସନ୍ତି ସାଲିୟନ କହିଛନ୍ତି ଯେ,‘ ଏହା ସବୁ ଭୁଲ୍। ଏହି ମାମଲାରେ ୨ଥର ବୟାନ ନିଆଯାଇଛି। ମାଲଭାନି ପୋଲିସ୍ ପାଖରେ ରେକର୍ଡ଼ର ଦସ୍ତାବିଜ ରହିଛି। ସେମାନେ ପୋଷ୍ଟମର୍ଟମ ରିପୋର୍ଟ ଦେଖିଛନ୍ତି। ମୁମ୍ବାଇ ପୋଲିସ୍ ନିଜ କାମ ଠିକଭାବେ କରୁଛି ତେଣୁ ସେମାନେ ମୁମ୍ବାଇ ପୋଲିସ୍ ଉପରେ ଭରସା କରନ୍ତି। ସେମାନେ ପ୍ରଥମେ ଶାନ୍ତ ଥିଲେ କିନ୍ତୁ ମିଡିଆରେ ତାଙ୍କ ଝିଅଙ୍କୁ ବଦନାମ କରାଯାଉଛି।

 ସୋସିଆଲ୍ ମିଡିଆରେ ଏହି ଗୁଜବ ବହୁତ ଜୋରସୋରରେ ଚାଲିଛି ଯେ ଦିଶା ସାଲିୟନଙ୍କ ମୃତ୍ୟୁ ପୂର୍ବରୁ ତାଙ୍କୁ ଦୁଷ୍କ​ର୍ମ କରାଯାଇଥିଲା। କିଛି ଗୁଜବରେ ତାଙ୍କୁ ଗର୍ଭବତୀ ମଧ୍ୟ କୁହାଯାଇଥିଲା ଯାହା ତାଙ୍କ ପରିବାର ଖାରଜ କରିଛି।

ବସନ୍ତୀଙ୍କ କହିବା ଅନୁସାରେ ଲକଡାଉନ୍ ସମୟରେ ଦିଶା ତାଙ୍କ ସହ ରହିଥିଲା। ପାର୍ଟିକୁ ନେଇ ଯେଉଁ ଅଭିଯୋଗ ହୋଇଥିଲା ତାହା ମିଛ। ଦିଶା ଏବଂ ରୋହନ ଜୁନ୍ ୪ତାରିଖରେ ମଲାଡ ଯାଇଥିଲେ। ସେମାନେ ସିସିଟିଭି ଫୁଟେଜ ମଧ୍ୟ ଦେଖିଥିଲେ। ଦିଶା ତାଙ୍କୁ କହିଥିଲେ ଯେ ସେ କେଉଁଠି ଯାଇ ନାହାନ୍ତି। ଯେତେବେଳେ ସେ ତାଙ୍କୁ ଫୋନ୍ କରିଥିଲେ ସେ ଘରେ ହିଁ ଥିଲେ। ଏହା ପୂର୍ବରୁ ମଧ୍ୟ କୌଣସି ପାର୍ଟି ହୋଇନଥିଲା।

ବସନ୍ତି କହିଥିଲେ ଯେ ଦିଶାଙ୍କ ଜନ୍ମଦିନ ମେ ୨୬ତାରିଖରେ ଆସିଥାଏ ଏବଂ ତାଙ୍କ ଭାଇ ଭଳି ବନ୍ଧୁ ଇନ୍ଦ୍ରନୀଲଙ୍କ ଜନ୍ମଦିନ ମେ ୨୫ତାରିଖରେ,ପ୍ରତି ବର୍ଷ ଦୁହେଁ ଏକାଠି ସେଲିବ୍ରେଟ୍ କରନ୍ତି। କିନ୍ତୁ ଏବର୍ଷ ଲକଡାଉନ୍ ଯୋଗୁଁ ସେ ସେଲିବ୍ରେଟ୍ କରିପାରିନଥିଲେ। ଏଥିପାଇଁ ତାଙ୍କ ମୃତ୍ୟୁ ପୂର୍ବ ଦିନ ରାତିରେ ସେ ପାର୍ଟି କରିଥିଲେ। କହିବାକୁ ଗଲେ ଏହା ପାର୍ଟି ନଥିଲା କାରଣ ଏଥିରେ କେବଳ ୬ଜଣ ବନ୍ଧୁ ଥିଲେ,ଏହା ଏକ ଛୋଟ ଗେଟ୍ ଟୁଗେଦର ଥିଲା।

ସୁଶାନ୍ତ ସିଂହ ରାଜପୁତ ଏବଂ ଦିଶା ସାଲିୟନଙ୍କ ସମ୍ପର୍କ ବିଷୟରେ ପରିବାର ଲୋକଙ୍କୁ କିଛି ଜଣା ନାହିଁ। ଦିଶାଙ୍କ ମାଆ କହିଛନ୍ତି ଯେ ଦିଶା ସବୁବେଳେ ନିଜ କାମ ସମ୍ବନ୍ଧୀୟ ଡିଟେଲ୍ସ ସେୟାର କରୁଥିଲେ। କାହା ସହ ସେ କାମ କରୁଛନ୍ତି,କ’ଣ କାମ କରୁଛନ୍ତି ସବୁକିଛି। ସେ କେବେ ସୁଶାନ୍ତଙ୍କ ବିଷୟରେ ଶୁଣିନଥିଲେ। ସେ ସୁଶାନ୍ତଙ୍କୁ ଭଲଭାବେ ଜାଣିନଥିଲେ।

   Related Posts