ଭିସୁଟରେ ଛାତ୍ରଙ୍କୁ ରାଗିଂ ଘଟଣାରେ ପଦାକୁ ବାହାରିଲେ ଅଭିଭାବକ, କହିଲେ ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ ନିଆଯାଉ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | August 24, 2019 IST

ସମ୍ବଲପୁର ୨୪|୮: ବୁର୍ଲା ବୀର ସୁରେନ୍ଦ୍ର ସାଏ ଟେକ୍ନିକାଲ୍‌ ୟୁନିଭରସିଟିରେ, ରାଗିଂ ଘଟଣା ପଦାକୁ ଆସିବା ପରେ, ଛାତ୍ରଛାତ୍ରୀଙ୍କ ଅବିଭାବକମାନଙ୍କ ଚିନ୍ତା ବଢିଯାଇଛି। ଆଜି ଅନେକ ସଂଖ୍ୟାରେ ଅବିଭାବକ ଏ ସଂପର୍କରେ କୁଳପତିଙ୍କୁ ସାକ୍ଷାତ କରିବାକୁ ଆସିଥିବା ବେଳେ କୁଳପତିଙ୍କୁ ନପାଇ ନିରାଶ ହୋଇ ଫେରିଛନ୍ତି।

{"id":148232}

ହେଲେ ସେମାନଙ୍କ ମତ ହେଲା ଭିସୁଟ୍‌ରେ ଯାହା ଘଟିଲା ସେଥିପାଇଁ ଅଭିଯୁକ୍ତ ଛାତ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଆବଶ୍ୟକ। କେବଳ ଲୋକଦେଖାଣିଆ ଭାବରେ, ଦୋଷୀ ଛାତ୍ରଙ୍କ ବିରୋଧରେ ବର୍ଷେ ପରୀକ୍ଷାରୁ ବାସନ୍ଦ ଓ ୨ହଜାର ଟଙ୍କା ଜୋରିମାନା ଯଥେଷ୍ଟ ନୁହେଁ।

{"id":148234}

ସେପଟେ ସମ୍ବଲପୁର ବିଧାୟକ ମଧ୍ୟ ଏହି ଘଟଣାର ତୀବ୍ର ନିନ୍ଦା କରିବା ସହ ଏକ ସ୍ବତନ୍ତ୍ର ନିରପେକ୍ଷ କମିଟି ଦ୍ବାରା ଏହାର ତଦନ୍ତ କରି ଦୋଷୀ ଛାତ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେପଟେ ଘଟଣାର ଦୁଇଦିନ ପରେ ଘଟଣା ସଂପର୍କରେ ଆଜି ଡିନ୍‌ ମୁହଁ ଖୋଲିଛନ୍ତି ।

{"id":148235}

ବୁର୍ଲା ଭିସୁଟ୍‌ରେ ଜୁନିୟର ଛାତ୍ରମାନଙ୍କୁ ସିନିୟର ଛାତ୍ରଙ୍କ  ରାଗିଂ ଘଟଣା ପଦାକୁ ଆସିବା ପରେ,ଆଜି ପ୍ରଥମ ଥର ଲାଗି, ବିଶ୍ବିବିଦ୍ୟାଳୟର ଡିନ୍‌ ମୁହଁ ଖୋଲିଛନ୍ତି। ସେପଟେ ଏହି ଅମାନବୀୟ  ରାଗିଂ ଘଟଣା ପଦାକୁ ଆସିବା ପରେ, ଅବିଭାବକମାନଙ୍କ ମଧ୍ୟରେ ଚିନ୍ତା ବଢିଯାଇଛି।

ଭିସୁଟ୍‌ କୁଳପତି ଦୋଷୀ ଛାତ୍ରଙ୍କ ବିରୋଧରେ ଯେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ତାହା ଯଥେଷ୍ଟ ନୁହେଁ ବୋଲି ଅବିଭାବକମାନେ କହିବା ସହ ସେମାନଙ୍କ ପିଲାମାନେ ଭିସୁଟ୍‌ରେ ସୁରକ୍ଷିତ ନୁହଁନ୍ତି ବୋଲି କହିଛନ୍ତି। ସେପଟେ ଏହି ଘଟଣାରେ ୧୦ଜଣ ଛାତ୍ରଙ୍କ ବିରୋଧରେ ମାତ୍ର ଗୋଟିଏ ବର୍ଷ ପରୀକ୍ଷା ଦେବାରୁ ନିଷେଧ କରିବା ଓ ଅନ୍ୟ ୫୨ଜଣ ଛାତ୍ର ଏହି ରାଗିଂ ଘଟଣାରେ ସଂପୃକ୍ତ ବୋଲି ସ୍ବୀକାର କରିବା ପରେ ସେମାନଙ୍କୁ ମାତ୍ର ୨ହଜାର ଟଙ୍କା ଜୋରିମାନା କରିବା ଠିକ୍‌ ହୋଇନି ବୋଲି ଅବିଭାବକ ମାନେ କହିଛନ୍ତି।

{"id":148237}

ଦୋଷୀ ଛାତ୍ରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ହିଁ ଆସନ୍ତାଦିନରେ ଏଭଳି ରାଗିଂ କରିବାକୁ ଅନ୍ୟ ଛାତ୍ରମାନେ ଭୟ କରିବା ସହ ଏହା ଅନ୍ୟ ଇଞ୍ଜିନିୟରିଂ କଲେଜ୍‌ ସହ ସମସ୍ତ ଶିକ୍ଷାନୁଷ୍ଠାନ ପାଇଁ ସର୍ତକ ଘଣ୍ଟି ହୋଇପାରିବ ବୋଲି ଅବିଭାବକ ମାନେ ମତ ଦେଇଛନ୍ତି ।

{"id":148239}

ଏହି ଘଟଣାକୁ ଅତ୍ୟନ୍ତ ନିନ୍ଦନୀୟ ବୋଲି ସମ୍ବଲପୁର ବିଧାୟକ କରିବା ସହ ରାଜ୍ୟ ସରକାର ଏହାର ସ୍ବତନ୍ତ୍ର ନିରପେକ୍ଷ କମିଟି ଦ୍ବାରା ଯାଞ୍ଚ କରି ଦୋଷୀ ଛାତ୍ର ଓ ଏହି ଘଟଣାକୁ ଜାଣି ଲୁଚାଇଥିବା ଭିସୁଟ୍‌ର ଦୋଷୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

{"id":148240}

ଭିସୁଟ୍‌ରେ ଅମାନବୀୟ ଅକଥନୀୟ ଓ ଭୟଙ୍କର ରାଗିଂ ଘଟଣାର ଦୁଇଦିନ ପରେ ଆଜି ପ୍ରଥମ ଥର ପାଇଁ ଭିସୁଟ୍‌ ଡିନ୍‌ କ୍ୟାମେରା ସମ୍ମୁଖରେ ମୁହଁ ଖୋଲିଛନ୍ତି। ପୁର୍ବରୁ ଅଭିଯୋଗ ଥିଲା ଯେ, ନିଜ ଡିନ୍‌ ପ୍ରଫେସର ସୁଭ୍ରାଶୁଂ ଶେଖର ଦାସ୍‌ ରାଗିଂ ଘଟଣା ଦିନ ହଷ୍ଟେଲ୍‌ରେ ଉପସ୍ଥିତି ଥିଲେ। ହେଲେ ଡିନ୍‌ଙ୍କ କହିବା ହେଲା, ଘଟଣା ଅଗଷ୍ଟ ୧୮ତାରିଖ ଦିନ ଘଟିଥିବା କୁହାଯାଉଛି ହେଲେ ସେ ସେହିଦିନ ରାତିରୁ ତିନିଦିନ ପାଇଁ ଛୁଟିରେ ବାହାରକୁ ଯାଇଥିଲେ।

{"id":148241}

ଯଦି ସେ ଘଟଣାଦିନ ଉପସ୍ଥିତି ରହିଥାନ୍ତେ ତେବେ କାହାର ସାହସ ନଥିଲା, ଏଭଳି ଘୃଣ୍ୟ ରାଗିଂ କରିପାରିବାର। ହେଲେ ଏଭଳି ଘଟଣାକୁ ଭିସୁଟ୍‌ କୁଳପତି ରାଗିଂ ନିରୋଧ ସେଲ୍‌ ଓ ସେ ବ୍ୟକ୍ତିଗତ ଭାବରେ ଦୃଢନିନ୍ଦା କରିବା ସହ ଭବିଷ୍ୟତରେ ଏଭଳି ଘଟଣାର ଯେପରି ପୁନର୍ବାର ନଘଟିବ ସେଥିପାଇଁ କଠୋର ନିଷ୍ପତ୍ତି ଗ୍ରହଣ କରାଯାଇଛି ବୋଲି ଡିନ୍‌ ନ୍ୟୁଜ୍‌ ସେଭେନ୍‌କୁ କହିଛନ୍ତି ।

{"id":148245}

ଭିସୁଟ୍‌ ରାଗିଂ ଘଟଣାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ସରକାରଙ୍କ ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଦୋଷୀ ଛାତ୍ରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର କୌଣସି ସୂଚନା ଦିଆଯାଇନାହିଁ। ସେହିପରି ଏହି ଘଟଣା ଯେପରି ଅନ୍ୟ ଶିକ୍ଷାନୁଷ୍ଠାନକୁ ନ ବ୍ୟାପିବ ସେନେଇ ମଧ୍ୟ ସରକାର ଠୋସ୍‌ ପଦକ୍ଷେପ ନେବାପରି ମନେ ହେଉନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.