ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରୁ ବଞ୍ଚିତ ହେବାକୁ ଯାଉଛନ୍ତି ଏହି ସ୍କୁଲର ଛାତ୍ରଛାତ୍ରୀ, ବିରୋଧ କରି ଫାଟକରେ ଅଭିଭାବକ ପକେଇଲେ ତାଲା

Published By : Prameya-News7 Bureau | November 26, 2021 IST

ଚୌଦ୍ୱାର, ୨୬/୧୧: ଆଜିର ଛାତ୍ର କାଲି ଦେଶର ଭବିଷ୍ୟତ । କିନ୍ତୁ ଛାତ୍ରଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳୁଥିବା ଘଟଣା ଦେଖିବାକୁ ମିଳିଛି କଟକ ଜଗତପୁର ଅନ୍ତର୍ଗତ ନିମପୁର ଠାରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ । ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରୁ ବଞ୍ଚିତ ହେବାକୁ ଯାଉଥିବା ପିଲାମାନଙ୍କ ଅଭିଭାବକମାନେ ସ୍କୁଲ ମୁଖ୍ୟ ଫାଟକରେ ତାଲା ପକାଇଦେଇଛନ୍ତି ।

ଜଗତପୁର ପୋଲିସ ଖବର ପାଇ ଦୀର୍ଘ ସମୟ ଧରି ସ୍କୁଲ ସମ୍ମୁଖରେ ଧାରଣା ଦେଇଥିବା ଅଭିଭାବକଙ୍କୁ ଉଠାଇବାକୁ ଆସି ହଟହଟା ହୋଇଛି । ଅଭିଭାବକମାନେ ନିଜ ପିଲାମାନଙ୍କର ଭବିଷ୍ୟତକୁ ନେଇ ଚିନ୍ତାରେ । ସ୍କୁଲ ପରିଚାଳନା କମିଟି, ପ୍ରଧାନ ଆଚାର୍ଯ୍ୟ ଓ ଗୁରୁଜୀ ଗୁରୁମାଙ୍କ ଅବହେଳା ଯୋଗୁଁ ଏହିଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଆଗାମୀ ଦିନରେ ଯଦି ପିଲାମାନେ ପରୀକ୍ଷା ଦେବାରୁ ବଞ୍ଚିତ ହୁଅନ୍ତି ତେବେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଅଭିଭାବକମାନେ ଚେତାବନୀ ଦେଇଛନ୍ତି। ସ୍କୁଲ ପରିଚାଳନା କମିଟି ଓ ପ୍ରଧାନ ଆଚାର୍ଯ୍ୟ, ଗୁରୁଜୀ ଗୁରୁମାଙ୍କବିରୋଧରେ ଜଗତପୁର ଥାନା ଅଧିକାରୀଙ୍କୁ ଏକ ଅଭିଯୋଗ ପତ୍ର ଦିଆଯାଇଛି । ବାହାରେ ଅଭିଭାବକମାନେ ଧାରଣାରେ ବସିଥିବା ବେଳେ ସ୍କୁଲ ପରିଚାଳନା କମିଟି ଓ ପ୍ରଧାନ ଆଚାର୍ଯ୍ୟଙ୍କ ଦେଖା ମିଳିନଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.