ଲକ୍‌ଡାଉନ୍‌ ପାଇଁ ରାଜସ୍ଥାନରେ ଫସିଛନ୍ତି ଇଞ୍ଜିନିୟରିଂ ଓ ମେଡିକାଲ ଛାତ୍ରଛାତ୍ରୀ , ଉଦ୍ଧାର ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ କଲେ ଅଭିଭାବକ

Published By : Prameya-News7 Bureau | April 29, 2020 IST

ଭଦ୍ରକ ୨୯।୦୪:  କାରୋନା ପାଇଁ ସାରା ଦେଶ ଲକଡାଉନ । ଏହି ସମୟ ମଧ୍ୟ ରେ ବିଭିନ୍ନ ରାଜ୍ୟରେ ଫସିଛନ୍ତି ଓଡିଆ । ରାଜସ୍ଥାନ ରାଜ୍ୟର କୋଟା ଜିଲ୍ଲାର ଏକ ମହାବିଦ୍ୟାଳୟରେ ପାଠ ପଢୁଥିବା ଓଡିଆ ଛାତ୍ର ଛାତ୍ରୀ ମାନେ ଫସିରହିଛନ୍ତି । ମହାବିଦ୍ୟାଳୟରେ ଲକଡାଉନ ପାଇଁ ଛୁଟି ହୋଇଯାଇଥିବାରୁ ହଷ୍ଟେଲ ରେ ଛାତ୍ରଛାତ୍ରୀ ମାନେ ରହିଛନ୍ତି ।

{"id":261996,"sizeSlug":"large"}

 ସେମାନଙ୍କ ମଧ୍ୟରୁ ଭଦ୍ରକ ଜିଲ୍ଲାର ୧୩ରୁ ଅଧିକ ଛାତ୍ରଛାତ୍ରୀ ଫସିରହିଛନ୍ତି । ଅନ୍ୟ ରାଜ୍ୟର ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ସରକାର ଫେରାଇନେଇଥିବା ସୂଚନା ମିଳିଛି । ଏହି ଛାତ୍ରଛାତ୍ରୀ ମାନେ ଇଞ୍ଜିନିୟରିଂ ଓ ମେଡିକାଲର ଛାତ୍ରଛାତ୍ରୀ ।

{"id":261997,"sizeSlug":"large"}

ସେମାନଙ୍କ ଅଭିଭାବକ ମାନେ ଭଦ୍ରକ ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ତେବେ ସେହି ଛାତ୍ରଛାତ୍ରୀଙ୍କୁ ଆଣିବା ପାଇଁ ଅନୁମତି ଲୋଡିଛନ୍ତି । ମହାବିଦ୍ୟାଳୟ ଛୁଟି ହୋଇଥିବା ରୁ ଅଳ୍ପ ସଂଖ୍ୟକ ଛାତ୍ରଛାତ୍ରୀ ହଷ୍ଟେଲ ରେ ରହିଥିବା ରୁ ମାନସିକ ଦୁଶ୍ଚିନ୍ତା ରେ ରହୁଥିବା କହିଛନ୍ତି ଅଭିଭାବକ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.