ଶିକ୍ଷକ ପଦବୀ ପୂରଣ ଲାଗି ସ୍କୁଲରେ ତାଲା ପକାଇଲେ ଅଭିଭାବକ

Published By : Prameya-News7 Bureau | August 28, 2019 IST

ବାରଙ୍ଗ ୨୮।୮:  ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଅଭିଭାବକ ସଂଘ । ବାରଙ୍ଗ ବ୍ଲକ ପଞ୍ଚୁପାଳ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଡିଛି ତାଲା । ୮ଟି ଶ୍ରେଣୀ ପାଇଁ ସ୍କୁଲରେ ଅଛନ୍ତି ମାତ୍ର ୩ ଜଣ ଶିକ୍ଷକ । ବାରମ୍ବାର ଶିକ୍ଷକ ପଦବୀ ପୂରଣ ପାଇଁ ଦାବି କରିଆସୁଥିଲେ ବି ପ୍ରଶାସନ ଶୁଣନଥିବା ଅଭିଯୋଗ କରିଛନ୍ତି ଅଭିଭାବକ ।

{"id":149951}

ସୂଚନାଯୋଗ୍ୟ ଯେ, ୧୯୫୫ ମସିହାଠାରୁ ଏଠାରେ ବିଦ୍ୟାଳୟ ସ୍ଥାପନ ହୋଇଥିବା ବେଳେ ଏଠାରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ କ୍ଲାସ ରହିଛି । ଏହି ସ୍କୁଲରେ ମାତ୍ର ୩ ଜଣ ଶିକ୍ଷକ ଅଛନ୍ତି । ଶିକ୍ଷକ ପଦବୀ ପୂରଣ ପାଇଁ ଦାବି କରି ଅଭିଭାବକ ମାନେ ସ୍କୁଲରେ ତାଲା ପକାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.