Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୧୬ ବର୍ଷର ଝିଅକୁ ଘରେ ବନ୍ଦ କରି ବିବାହ ସମାରୋହକୁ ଚାଲିଗଲେ ବାପା ମା ; ଘରେ ନିଆଁ ଲାଗି ଝିଅ ଜୀବନ୍ତ ଦଗ୍ଧ

14/05/2019 at 2:12 PM

ମୁମ୍ବାଇ ୧୪\୫ : ମୁମ୍ବାଇରେ ଘଟିଛି ଏକ ଦୁର୍ଘଟଣା । ୧୬ ବର୍ଷ ଝିଅକୁ ତାଙ୍କ ବାପା ମା ଘରେ ବନ୍ଦ କରି ଏକ ବିବାହ ସମାରୋହରେ ଯୋଗଦେବାକୁ ଚାଲିଗଲେ ।  ଝିଅ ପାଠ ପଢିବ ବୋଲି ତାକୁ ଘରେ ବନ୍ଦ କରିଦେଇ ଗଲେ ବାପା ମା । ହଠାତ ଘରେ ନିଆଁ ଲାଗିଯିବାରୁ ଜୀବନ୍ତ ଜଳିଗଲେ ନାବାଳିକା ।

ମୃତ ନାବାଳିକା ହେଲେ ଶ୍ରାବଣୀ ଚୌହାନ । ଶ୍ରାବଣୀଙ୍କ ବାପା ମୁମ୍ବାଇ ଅନ୍ତର୍ଗତ ବକୋଲା ଥାନାରେ କାର୍ଯ୍ୟରତ । ଦିନ ପାଖାପାଖି ସାଢେ ୧୨ଟା ବେଳେ ଘରୁ ଧୂଆଁ ବାହାରୁଥିବା ପଡୋଶୀ ଦେକିଥିଲେ । ଶ୍ରାବଣୀଙ୍କ ଫ୍ଲାଟ ଆପାର୍ଟମେଣ୍ଟର ତୃତୀୟ ମହଲାରେ ଥିଲା । ତୃତୀୟ ମହଲାରେ ନିଆଁ ଲାଗିଥିବା ଦେଖି ଅନ୍ୟ ଲୋକମାନେ ବାହାରକୁ ପଳାଇଯାଇଥିଲେ । କିନ୍ତୁ ଶ୍ରାବଣୀ ବାହାରି ପାରିନଥିଲେ ।

ନିଆଁ ଲାଗିଥିବା ଦେଖି ଅଗ୍ନୀଶମ ବିଭାଗକୁ ଖବର ଦିଆଯାଇଥିଲା । ଖବରପାଇ ଅଗ୍ନୀଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ନିଆଁ ଲିଭାଇବାକୁ ଅଗ୍ନୀଶମ ବାହିନୀକୁ ପାଖାପାଖି ଘଣ୍ଟାଏ ସମୟ ଲାଗିଥିଲା । ଫ୍ଲାଟର ତାଲା ଭାଙ୍ଗି ଶ୍ରାବଣୀଙ୍କୁ ଯେତେବେଳେ ବାହାର କରାଯାଇଥିଲା ସେ ସମ୍ପୂର୍ଣ ଜଳି ଯାଇଥିଲେ । ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଶ୍ରାବଣୀଙ୍କ ମୃତଦେହକୁ ବ୍ୟବଛେଦ ପାଇଁ ପଠାଯାଇଛି । ବ୍ୟବଛେଦ ରିପୋର୍ଟ ଆସିଲେ ଶ୍ରାବଣୀଙ୍କ ବାପା ମାଙ୍କୁ ପଚରାଉଚୁରା କରିବ ପୋଲିସ ।

ଉକ୍ତ ଘଟଣାରୁ ଆମକୁ ଗୋଟିଏ ଶିକ୍ଷା ମଧ୍ୟ ମିଳିଛି । ପିଲାଙ୍କୁ ଘରେ ଏକା ବନ୍ଦ କରି କେବେ ମଧ୍ୟ ଯିବା କଥା ନୁହେଁ । ଶ୍ରାବଣୀଙ୍କୁ ଯଦି ତାଙ୍କ ବାପା ମା ବାହାରୁ ବନ୍ଦ କରିନଥାନ୍ତେ, ତାହେଲେ ହୁଏତ ତାଙ୍କ ଜୀବନ ବଞ୍ଚି ଯାଇଥାନ୍ତା ।


 

   Related Posts