୧୯ ବର୍ଷ ବୟସରେ ଘରୁ ତଡ଼ି ଦେଲେ ପରିବାର ଲୋକ, ଇଚ୍ଛାଶକ୍ତି ବଳରେ ସେ ହେଲେ ଦେଶର ପ୍ରଥମ ଟ୍ରାନ୍ସଜେଣ୍ଡର ପାଇଲଟ୍, ପଢ଼ନ୍ତୁ ପୂରା କାହାଣୀ

Published By : Prameya-News7 Bureau | October 19, 2019 IST

ନୂଆଦିଲ୍ଲୀ୧୯|୧୦: ଦେଶରେ ଟ୍ରାନ୍ସଜେଣ୍ଡର ସମ୍ପ୍ରଦାୟଙ୍କୁ ଆଇନଗତ ମାନ୍ୟତା ମିଳିଛି ହେଲେ ସମାଜ ଏବେ ବି ସେମାନଙ୍କ ପ୍ରତି ହୀନ ଭାବନା ମନରେ ରଖିଛନ୍ତି। ଆଜିର ସମାଜରେ ଟ୍ରାନ୍ସଜେଣ୍ଡର  ନିଜର ଅଧିକାର ପାଇଁ ସଂଘର୍ଷ ଜାରି ରଖିଛନ୍ତି। ଏପରିକି ପରିବାର ସଦସ୍ୟ, ସମାଜ, ସାଙ୍ଗସାଥୀ, ସଂପର୍କୀୟ ମଧ୍ୟ ସେମାନଙ୍କୁ ଅଣ ଦେଖା କରିଥାନ୍ତି। ଏମାନଙ୍କ ମଧ୍ୟରୁ ବହୁ ଟ୍ରାନ୍ସଜେଣ୍ଡର  ସଂଘର୍ଷ କରି ବିଭିନ୍ନ ଉଚ୍ଚ ପଦବୀରେ ପହଞ୍ଚିଛନ୍ତି। ସମାଜ ଓ ପରିବାର ଲୋକଙ୍କ ପାଖରେ ଘୃଣାର ପାତ୍ର ହୋଇଥିବା ଜଣେ ଟ୍ରାନ୍ସଜେଣ୍ଡର  ସଂପର୍କରେ ଏବେ ବଡ ବଡ ପଦପଦବୀରେ ରହିଛନ୍ତି ।

ଯେତେବେଳେ ମାଆ- ବାପା ଜାଣିଲେ ତାଙ୍କ ପିଲା ହ୍ୟାରୀ ଟ୍ରାନ୍ସଜେଣ୍ଡର  ସେତେବେଳେ ନିଜ ପିଲାକୁ  ସେ ଘରୁ ବାହାର କରି ଦେଇଥିଲେ।  ଏହି ଟ୍ରାନ୍ସଜେଣ୍ଡର ଙ୍କ ନାଁ ଏଡମ୍‌ ହ୍ୟାରୀ । ଯେଉଁ ପିଲାକୁ ବାପା-ମାଆ ଘରୁ ବାହାର କରି ଦେଇଥିଲେ ସେ ଆଜି ଦେଶର ପ୍ରଥମ ଟ୍ରାନ୍ସଜେଣ୍ଡର  ପାଇଲଟ୍‌ ହୋଇ ପାରିଛନ୍ତି। କିନ୍ତୁ ହ୍ୟାରୀଙ୍କ ପାଇଲଟ ହେବାର ଯାତ୍ରା ବହୁତ କଷ୍ଟ ଥିଲା। ଆସନ୍ତୁ ହ୍ୟାରୀଙ୍କ ସଂପର୍କରେ ଜାଣିବା।

ହ୍ୟାରୀଙ୍କ ପାଇଲଟ୍‌ ହେବା ନିଶା ତାଙ୍କୁ ଆଗକୁ ନେବା ପାଇଁ ପ୍ରେରଣା ଯୋଗାଇଥିଲା। ସେଥିଲାଗି ଏଡିମ୍‌ ହ୍ୟାରୀ ପ୍ରାଇଭେଟ୍‌ ଲାଇସେନ୍ସ ବାହାର କରି ଟ୍ରେନିଂ ନେଉଥିଲେ। ୨୦୧୭ ମସିହାରେ ଟ୍ରେନିଂ ଶେଷ ହେବା ପରେ ସେ ଏକ କର୍ମିସିଆଲ ପାଇଲଟ୍‌ ହେବା ପାଇଁ ଚାହୁଁଥିଲେ।

ଏଡମ୍‌ ହ୍ୟାରୀଙ୍କ କହିବା ଅନୁସାରେ ଜୋହାନସବର୍ଗରେ ତାଙ୍କ ଟ୍ରେନିଂ ଶେଷକରି ଘରକୁ ଫେରିବା ସମୟରେ ସେ ଟ୍ରାନ୍ସଜେଣ୍ଡର  ବୋଲି ପରିବାର ଲୋକ ଜାଣି ପାରିଥିଲେ। ତେବେ ଏକ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ପରିବାର ଲୋକ ମାନସିକ ନିର୍ଯାତନା ଦେଇଥିଲେ । ତାଙ୍କୁ ପୁଣି ମନୋଚିକିତ୍ସକ(ସାଇକାଟ୍ରୀଷ୍ଟ)ଙ୍କ ପାଖରେ ଚିକିତ୍ସା କରିବା ପରେ ହ୍ୟାରୀଙ୍କୁ ଘରୁ ବାହାର କରିଦେଇଥିଲେ।

ରାତି ଅଧରେ ହ୍ୟାରୀଙ୍କୁ ଘରୁ ବାହାର କରି ଦିଆଯାଇଥିଲା। ସେତେବେ​‌ଳେ ଖାଇବା ପାଇଁ ତାଙ୍କ ପାଖରେ ପଇସା ନ ଥିଲେ। ଭୋକ, ଉପାସରେ ରାସ୍ତା କଡ଼ରେ ହ୍ୟାରୀ ଦିନ ରାତି ବିତାଉଥିଲେ। ନିଜ ପେଟକୁ ଦାନା ଯୋଗାଇବା ଲାଗି ସେ ଏକ ଜୁସ୍‌ ସପ୍‌ରେ କାମ କରିଥିଲେ। ସେ ଟ୍ରାନ୍ସଜେଣ୍ଡର  ହୋଇଥିବା ଯୋଗୁଁ ସେଠାରେ ତାଙ୍କୁ ଅଣଦେଖା କରିଥିଲେ। କିନ୍ତୁ ମନ ଭିତରେ ପାଇଲଟ୍ ହେବା ଇଚ୍ଛାଶକ୍ତି  ତାଙ୍କୁ ମୂହୂର୍ତ୍ତରେ ଆଗକୁ ଯିବାଲାଗି ପ୍ରେରଣା ଦେଉଥାଏ।  ଏନେଇ ସେ ସୋସିଆଲ ଜଷ୍ଟିସ୍‌ ଡିପାର୍ଟମେଣ୍ଟ ସହ ଯୋଗାଯୋଗ କରିଥିଲେ।

ଏହିଭଳି କିଛିଦିନ ବିତିଗଲା ପରେ କେରଳ ସରକାର ହ୍ୟାରୀଙ୍କୁ ସହଯୋଗର ହାତ ବଢ଼ାଇଥିଲେ। ରାଜ୍ୟ ସାମାଜିକ ନ୍ୟାୟ ବିଭାଗ ପକ୍ଷରୁ ତାଙ୍କୁ ୨୩.୩୪ ଲକ୍ଷ ଟଙ୍କା ପଢ଼ିବା ପାଇଁ ସହାୟତା ଦିଆଯାଇଥିଲା। ଏହାପରେ ସେ ତିରୁଭାନ୍ତପୁରମର ରାଜୀବ ଗାନ୍ଧୀ ଏକାଡେମୀ ଫର ଏଭିଏଶନ ଟେକ୍ନୋଲଜି (Rajiv Gandhi Academy for Aviation Technology) ରେ କର୍ମିସିଆଲ ପାଇଲଟ୍‌ରେ ତିନି ବର୍ଷ ପାଇଁ ସେ ନାଁ ଲେଖାଇ ଥିଲେ। ଟ୍ରାନ୍ସଜେଣ୍ଡର  କାରଣରୁ ଫର୍ମ ଭରିବାରେ ତାଙ୍କୁ ଅସୁବିଧା  ହୋଇଥିଲା। କିନ୍ତୁ ବିଜୁ ପ୍ରଭାକର ଏକ ଚିଠି ଏକେଡେମୀକୁ ଲେଖିବା ପରେ ତାଙ୍କର ନାମ ଲେଖା ହୋଇଥିବା କଥା ଏଡମ୍ କହିଛନ୍ତି। ଏବେ ତାଙ୍କର ଟ୍ରେନିଂ ଚାଲିଛି। ତାଲିମ୍‌ପରେ  ସେ ଜଣେ ସଫଳ ପାଇଲଟ୍‌ ହୋଇ ପାରିବେ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.