Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆପଡା : ୫ ଡକାୟତ ଗିରଫ, ଲୁଟ୍ ହୋଇଥିବା ଟଙ୍କା ସହ ଅଳଙ୍କାର ଜବତ
  • ||
  • ଭୁବନେଶ୍ବର : ୧୦ ବରିଷ୍ଠ ଅଧିକାରୀଙ୍କୁ ୧୦ ଜିଲ୍ଲା ଦାୟିତ୍ବ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୧୭ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୪ କୋଭିଡ୍ ପଜିଟିଭ୍, ୩୩୭୩୫୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ବର : ଭିସୁଟ୍‌ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ରିପୋର୍ଟ ଥିଲା ଭୁଲ୍, ଆଣ୍ଟିଜେନ୍ କିଟ୍ ଖରାପରୁ ୨୫ଜଣଙ୍କର ରିପୋର୍ଟ ଆସିଥିଲା ପଜିଟିଭ୍
  • ||
  • କୋରାପୁଟ : ଜବତ ହେଲା ୭ କୋଟି ୯୦ ଲକ୍ଷ ଟଙ୍କାର ଜାଲ ନୋଟ୍, ୩ ଅଟକ
  • ||
  • ଚାନ୍ଦବାଲି : ଧାମରା ରେଳପଥରେ କଟି ଯୁବକଙ୍କ ମୃତ୍ୟୁ, ପାରିବାରିକ କଳହରୁ ଆତ୍ମହତ୍ୟା ସନ୍ଦେହ
  • ||
  • ଖୋର୍ଦ୍ଧା : ବେଆଇନ ମାଙ୍କଡା ପଥର ଚାଲାଣ ବେଳେ ଚଢାଉ, ୭ଟି ଟ୍ରକ୍ ଜବତ
  • ||
  • ଉଦଳା : ଅନ୍ୟ ଜିଲ୍ଲାକୁ ଚାଲାଣ ବେଳେ ୪ ଶିଶୁ ଶ୍ରମିକ ଉଦ୍ଧାର
  • ||
  • କୋରାପୁଟ : କୋଟିଆରେ ଓଡିଶା-ଆନ୍ଧ୍ର ଛକାପଞ୍ଝା, ରାଜ୍ୟ ବାଣ୍ଟୁଛି କରୋନା ଟିକା, ଆନ୍ଧ୍ର ବାଣ୍ଟୁଛି ବାର୍ଦ୍ଧକ୍ୟ ଭତ୍ତା
  • ||

ଏବେ ବାପା-ମା’ କଣ୍ଟ୍ରୋଲ କରିପାରିବେ ନିଜ ପିଲାଙ୍କ TikTok ଆକାଉଣ୍ଟ, ଆସୁଛି ନୂଆ ଫିଚର

18/04/2020 at 1:27 PM

ନୂଆଦିଲ୍ଲୀ ୧୮।୪: TikTok ଦ୍ବାରା ସୁରକ୍ଷାକୁ ଧ୍ୟାନରେ ରଖି ଅନେକ ନୂତନ ଫିଚର ଅଣାଯାଉଛି । ଏହି ଫିଚରଗୁଡିକ ବିଶେଷ ଭାବରେ ଯୁବ ଉପଭୋକ୍ତାମାନଙ୍କ ପାଇଁ ଉଦ୍ଦିଷ୍ଟ ଅଟେ । ଏହି ଫିଚରଗୁଡିକ ମଧ୍ୟରୁ ପ୍ରଥମଟି ହେବ ଫ୍ୟାମିଲି ପେୟାରିଂ । ଏହି ଫିଚର ସାହାଯ୍ୟରେ ବାପା-ମା ସେମାନଙ୍କର TikTok ଆକାଉଣ୍ଟକୁ ନିଜ ପିଲାଙ୍କ ଆକାଉଣ୍ଟ ସହିତ ଲିଙ୍କ୍ କରିବାକୁ ସମର୍ଥ ହେବେ । ଏହା ବ୍ୟତୀତ କମ୍ପାନୀ ଏହାର ପ୍ଲାଟଫର୍ମରେ ୧୬ ବର୍ଷରୁ କମ୍ ଉପଭୋକ୍ତାମାନଙ୍କ ପାଇଁ ଡାଇରେକ୍ଟ ମେସେଜ ବନ୍ଦ କରିବାକୁ ପ୍ରସ୍ତୁତ ହେଉଛି ।

ଫ୍ୟାମିଲି ପେୟାରିଂ ଫିଚର ବାପା-ମାଙ୍କୁ ସେମାନଙ୍କର TikTok ଆକାଉଣ୍ଟକୁ ସେମାନଙ୍କ ପିଲାମାନଙ୍କ TikTok ଆକାଉଣ୍ଟ ସହିତ ଲିଙ୍କ୍ କରିବାକୁ ସକ୍ଷମ ହେବେ । ଏହା ବ୍ୟତୀତ ଡାଇରେକ୍ଟ ମେସେଜ, ସ୍କ୍ରିନ୍ ଟାଇମ୍ ମ୍ୟାନେଜମେଣ୍ଟ ଏବଂ ରେଷ୍ଟ୍ରିରଟେଡ୍ ମୋଡ୍ ଭଳି ଫିଚରଗୁଡିକ ପାଇଁ ନିୟନ୍ତ୍ରଣ କରିବା ସମର୍ଥ ହେବେ ।

ଏହାବ୍ୟତୀତ, କମ୍ପାନୀ ମଧ୍ୟ ୧୬ ବର୍ଷରୁ କମ୍ ସମସ୍ତ ଉପଭୋକ୍ତାମାନଙ୍କ ପାଇଁ ଅପ୍ରେଲ ୩୦ରୁ ଡାଇରେକ୍ଟ ମେସେଜିଂ ବନ୍ଦ କରିବାକୁ ଯାଉଛି । ବ୍ୟବହାରକାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏବଂ ଯୁବ ବ୍ୟବହାରକାରୀଙ୍କ ସୁରକ୍ଷା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି କମ୍ପାନୀ କହିଛି ।

ବର୍ତ୍ତମାନ TikTok ରେ ମେସେଜିଂକୁ ନେଇ କିଛି ପଲିସି ଏବଂ କଣ୍ଟ୍ରୋଲ ରହିଛି । ଉଦାହରଣ ସ୍ବରୂପ ଏବେ କେବଳ ଆପ୍ରୁଭ୍‌ଡ ଫଲୋଅର୍ସ ପରସ୍ପରକୁ ମେସେଜ ଦେଇପାରିବେ । ମେସେଜରେ ଫଟୋ ଏବଂ ଭିଡିଓ ପଠାଇବାକୁ ଅନୁମତି ଦିଆଯାଇନାହିଁ । ମାତ୍ର ଅପ୍ରେଲ ୩୦ ରୁ ନୂଆ ଫିଚର ଆସିବା ପରେ ଏହି ନିୟମଗୁଡିକ ଆହୁରି କଠୋର ହେବାକୁ ଯାଉଛି । କାରଣ ୧୬ ବର୍ଷରୁ କମ୍ ଉପଭୋକ୍ତାମାନଙ୍କ ପାଇଁ ଡାଇରେକ୍ଟ ମେସେଜିଂ ସମ୍ପୂର୍ଣ୍ଣ ବନ୍ଦ ହେବାକୁ ଯାଉଛି ।

ନୂତନ ବ୍ୟବହାରକାରୀ ସଂଗ୍ରହ କରିବା କ୍ଷେତ୍ରରେ TikTok ଗତ ଦୁଇ ବର୍ଷ ମଧ୍ୟରେ ବହୁତ ଅଗ୍ରଗତି କରିଛି । ଭାରତ, ଆମେରିକା ଏବଂ ବ୍ରାଜିଲରେ ଏହି ଆପ୍ ବେଶ୍ ଲୋକପ୍ରିୟତା ହାସଲ କରିଛି ।

   Related Posts