୧୨ ବର୍ଷରୁ ଯାହାକୁ ଝିଅ ଭାବି ପାଳି ଆସୁଥିଲେ ବାସ୍ତବରେ ସେ ଥିଲା ପୁଅ, ଆଉ ଜଣାପଡିଲାପରେ କଣ ହେଲା ଜାଣନ୍ତୁ
31/10/2018 at 1:56 PM

ପାଟଣା ୩୧/୧୦: ଜାହାନାବାଦର ଏକ ପରିବାର ଗତ ୧୨ବର୍ଷ ହେଲା ଯାହାକୁ ପୁଅ ବୋଲି ଭାବିଥିଲେ ଅସଲରେ ସେ ଥିଲା ଝିଅ । ଶାରୀରିକ ଗଠନରୁ ପ୍ରଥମେ ପ୍ରଥମେ ଝିଅଭଳି ଲାଗୁଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ତାର ଗତିବିଧି ନେଇ ସନ୍ଦେହ ହେବାରୁ ପରିବାର ଲୋକେ ଡାକ୍ତରଙ୍କ ପାଖକୁ ଯିବା ପାଇଁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ଝିଅଟିକୁ ଜାହାନାବାଦର ସ୍ଥାନୀୟ ଡାକ୍ତରଖାନାରେ ଦେଖାଇଥିଲେ । କିନ୍ତୁ ସେଠାକାର ଡାକ୍ତରମାନେ ଇନ୍ଦିରା ଗାନ୍ଧୀ ଆର୍ୟୁବିଜ୍ଞାନ ସଂସ୍ଥାନକୁ ନେବା ପାଇଁ ପରାମର୍ଶ ଦେଇଥିଲେ।
ସେଠାକୁ ଯିବା ପରେ ଡାକ୍ତରମାନେ ଯାଞ୍ଚ କରିବାବେଳେ ଯାହା ଦେଖିଲେ ତାହା ତାଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଥିଲା। ଡାକ୍ତର ଭଲ ଭାବେ ଯାଞ୍ଚ କରିବା ପରେ କହିଥିଲେ ଯେ ଯାହାକୁ ସେମାନେ ବାର ବର୍ଷ ହେଲା ଝିଅ ଭାବି ପାଳନ କରୁଥିଲେ ବାସ୍ତବରେ ସେ ଜଣେ ପୁଅ। ଡାକ୍ତରଙ୍କ କହିବା ଅନୁସାରେ ପିଲାଟିର ଜନ୍ମ ସମ୍ବନ୍ଧୀୟ ଏବଂ ହରମୋନଗତ ଯାଞ୍ଚ କରିବାରୁ ଏହା ଜଣା ପଡ଼ିଥିଲା ଯେ ସେ ଜଣେ ପୁରୁଷ ଏବଂ ତାର ବିକୃତ ଯୈାନାଙ୍ଗ ଯୋଗୁଁ ତାର ଜନେନ୍ଦ୍ରୀୟ ଝିଅମାନଙ୍କ ଭଳି ପ୍ରତୀତ ହୋଇଥିଲା।
ଅସ୍ତ୍ରୋପଚାର ପାଇଁ ଚିକିତ୍ସକମାନଙ୍କର ଏକ ବୋର୍ଡ ପ୍ରସ୍ତୁତ ହେବା ପରେ ପିଲାଟିର ଅସ୍ତ୍ରୋପଚାର ହୋଇଥିଲା। ଡାକ୍ତରଙ୍କ କହିବା ମୁତାବକ ପିଲାଟି ବର୍ତ୍ତମାନ ହସ୍ପିଟାଲରେ ଅଛି। ତାକୁ ଦୁଇ ଦିନ ପରେ ଘରୁ ଯିବାକୁ ଅନୁମତି ଦିଆଯିବ।
ପିଲାଟିର ପରିବାର ଲୋକଙ୍କ କହିବାନୁଯାୟୀ ଡାକ୍ତରମାନେ ପିଲାଟିକୁ ଏକ ନୂଆ ଜୀବନ ଦେଇଛନ୍ତି। ଆଜିଯାଏଁ ତାକୁ ଝିଅ ଭାବି ପାଳି ଆସୁଥିଲେ। ତାଙ୍କୁ ଭୟ ଥିଲା ଯେ କାଳେ ତାଙ୍କୁ ସାମାଜିକ ଅଭିଶାପର ସାମ୍ନା କରିବାକୁ ପଡିବ।
ଡାକ୍ତରଙ୍କ ନିର୍ଦ୍ଦେଶ ଅନୁସାରେ ଯଦି କୈାଣସି ପିଲାଠାରେ ବିକୃତ କିମ୍ବା ଅସ୍ବାଭାବିକ ଅଙ୍ଗ ବା ଲକ୍ଷଣ ସନ୍ଦେହ କରୁଛନ୍ତି ତେବେ ଏହାକୁ ନଜରଅନ୍ଦାଜ ନକରି ତୁରନ୍ତ ଡାକ୍ତରଙ୍କୁ ଦେଖାଇ ଚିକିତ୍ସା କରାନ୍ତୁ।