ମାଟ୍ରିକ୍ ପରୀକ୍ଷା ଢାଞ୍ଚା ପରିବର୍ତ୍ତନକୁ ଅଭିଭାବକ ଓ ଛାତ୍ରଛାତ୍ରୀ କଲେ ସ୍ୱାଗତ

Published By : Prameya-News7 Bureau | August 30, 2018 IST

କଟକ ୩୦|୮: ବଦଳିଲା ମାଟ୍ରିକ୍ ପରୀକ୍ଷା ଢାଞ୍ଚା । ସରକାରଙ୍କ ଦ୍ବାରା ଗଠିତ ହୋଇଥିବା ପରୀକ୍ଷା ସଂସ୍କାର କମିଟି ଦ୍ବାରା ଅନୁମୋଦିତ ଏହି ନୂଆ ଢାଞ୍ଚା ଲାଗୁ ହେବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ୨୦୧୯ରେ ଯେଉଁ ଛାତ୍ରଛାତ୍ରୀମାନେ ମାଟ୍ରିକ୍ ପରୀକ୍ଷା ଦେବେ ସେମାନେ ଉଭୟ ସବ୍ଜେକ୍ଟିଭ୍ ଓ ଅବ୍ଜେକ୍ଟିଭ୍ ପରୀକ୍ଷାରେ ଅତିକମ୍ରେ ୧୫ ପ୍ରତିଶତ ଲେଖାଏଁ ୩୦ ପ୍ରତିଶତ ମାର୍କ ରଖିଲେ ହିଁ ପାସ୍ କରିବେ । ତିନି ସେଟ୍ ବଦଳରେ ୨୦୧୯ ପରୀକ୍ଷାରେ ପିଲାମାନେ ୪ ସେଟ୍ ପାରାଲାଲ୍ ପ୍ରଶ୍ନପତ୍ର ପାଇବେ । ତେବେ ଅବଜେକ୍ଟିଭ୍ ଟାଇପ୍ ପ୍ରଶ୍ନରେ ୧୦ ପ୍ରତିଶତ ଲଜିକାଲ୍ ରିଜନିଂ, ଆନାଲିଟିକାଲ୍ ଆବିଲିଟି, ଡିସିସନ୍ ମେକିଂ ଓ ପ୍ରୋବ୍ଲେମ ସଲ୍ଭିଂ ଉପରେ ମଲ୍ଟିପଲ୍ ଚଏସ୍ ରହିବ । ୨୦୨୦ରେ ଯେଉଁ ପିଲାମାନେ ପରୀକ୍ଷା ଦେବେ ସେମାନେ କିନ୍ତୁ ଆଉ ଓଏମ୍ଆର ସିଟ୍ ପାଇବେ ନାହିଁ । ତେଣୁ ଅଜେକ୍ଟିଭ୍ ଟାଇପ୍ ପ୍ରଶ୍ନର ଉତ୍ତର ଦେବାକୁ ହେଲେ ସେମାନଙ୍କୁ ଉତ୍ତର ଲେଖିବାକୁ ପଡ଼ିବ । ଗୋଟିଏ ଧାଡ଼ିରେ କିମ୍ବା କିଛି ଶବ୍ଦରେ ସେମାନେ ଉତ୍ତର ଲେଖିବେ । ବର୍ତ୍ତମାନ ଯେଉଁ ପିଲାମାନେ ନବନ ଶ୍ରେଣୀରେ ପଢୁଛନ୍ତି, ୨୦୨୦ରେ ସେମାନେ ପରୀକ୍ଷା ଦେବା ବେଳେ ଓଏମଆର୍ ସିଟ୍ ପାଇବେ ନାହିଁ । ତେଣୁ ସେମାନଙ୍କ ନୂଆ ଢାଞ୍ଚାରେ ଅଭ୍ୟସ୍ତ କରାଇବାକୁ ମଧ୍ୟ ନିଷ୍ପତ୍ତି ହୋଇଛି । ଏବେ ନବମରେ ପଢୁଥିବା ପିଲାମାନେ ସେମାନଙ୍କ ବାର୍ଷିକ ପରୀକ୍ଷା ନୂଆ ମାଟ୍ରିକ୍ ପରୀକ୍ଷା ଢାଞ୍ଚାରେ ଦେବେ । ମାଟ୍ରିକ୍ ପରୀକ୍ଷା କ୍ୟାରିଅରର ପ୍ରଥମ ମାଇଲ୍ ଖୁଣ୍ଟ ହୋଇଥିବା ବେଳେ ଆଗକୁ ପିଲାମାନେ ଅନେକ ପ୍ରତିନ୍ଦ୍ବନ୍ଦିତାମୂଳକ ପରୀକ୍ଷାର ସାମ୍ନା କରିବେ । ତେଣୁ ଭବିଷ୍ୟତକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.