ପୁଅ ଦେଉଛି ଅକଥନୀୟ ନିର୍ଯାତନା : ଥାନାରେ ଅଭିଯୋଗ କଲେ ବାପା ଓ ମା’
17/10/2019 at 9:41 AM

ସାଲେପୁର ୧୭।୧୦: ପୁଅ ଦେଉଛି ଅକଥନୀୟ ନିର୍ଯାତନା । ଥାନାରେ ଅଭିଯୋଗ କରିଛନ୍ତି ବୁଢା ବାପା-ମା’ । ଏଭଳି ଅମାନବୀୟ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ସାଲେପୁର ଥାନା ଅଞ୍ଚଳର କରମୁଆଁ ଗାଁରେ ।

ବାପା ମା’ ଆଶା କରିଥିଲେ ପୁଅକୁ । ପୁଅ ଜନ୍ମ ପରେ ପରିବାରରେ ହସ ଖୁସି ଖେଳି ଯାଇଥିଲା । ଆଶା ଥିଲା ବୁଢା ବୟସରେ ପୁଅ ସେବା ଯତ୍ନ କରିବ। ହେଲେ ପୁଅ ମଦ ପିଇ ସ୍ତ୍ରୀ ସହିତ ମିଶି ବୁଢା ବାପା ମା’ଙ୍କୁ ନିର୍ଯାତନା ଦେଉଛି । ମାରିଦେବା ଧମକ ଦେବା ସହ ଘରୁ ବାହାର କରିଦେଇଛି। ଭୟରେ କ୍ଲବ୍ ଘରେ ରାତି କାଟୁଛନ୍ତି ବୁଢା ବାପା-ମା’।

ଏଭଳି ନିର୍ଯାତନାର ଶିକାର ହୋଇଛନ୍ତି କୃଷ୍ଣଚନ୍ଦ୍ର ଲେଙ୍କା ଓ ତାଙ୍କର ପତ୍ନୀ ବିମଳି ଲେଙ୍କା। ପୁଅ ଉମାକାନ୍ତ ଲେଙ୍କା ବାପା-ମା’ଙ୍କୁ ଖାଇବାକୁ ନଦେଇ ମାଡ ମାରି ଲହୁ ଲୁହାଣ କରୁଥିବା ଭଳି ଅଭିଯୋଗ ଆସିଛି । ଏନେଇ ସାଲେପୁର ଥାନାରେ ପୁଅ ଉମାକାନ୍ତଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି ବାପା-ମା’ । ଲିଖିତ ଅଭିଯୋଗ ପରେ ତଦନ୍ତ କରୁଛି ସ୍ଥାନୀୟ ସାଲେପୁର ପୋଲିସ।